ଭକ୍ତଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ମେଲାଣି ନେଲେ ମା' ଜଗତଜନନୀ‌

By ETV Bharat Odisha Team

Published : Oct 25, 2023, 10:57 PM IST

thumbnail

ନିଆଳି: ମେଲାଣି ନେଲେ ମା' ଜଗତଜନନୀ‌ । ହଜାର ହଜାର ଭକ୍ତଙ୍କ ଗହଳି ଭିତରେ ଶୋଭାଯାତ୍ରାରେ ଦୁର୍ଗା ମା'ଙ୍କୁ ମେଲାଣି ଦିଆଯାଇଛି  । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ବନମାଳିପୁର ଅଞ୍ଚଳର କୁଶଭଦ୍ରା ସାଂସ୍କୃତିକ ପରିଷଦ ପକ୍ଷରୁ ଦେବୀ ମଣ୍ଡପରେ ଦୀର୍ଘ ୪୮ ବର୍ଷରୁ ଉର୍ଦ୍ଧ୍ବ ହେବ ମା' ଦୁର୍ଗାଙ୍କୁ ପୂଜା କରାଯାଉଛି । ଗତକାଲି ଦଶହରା ପୂଜା ଶେଷ ହେବା ପରେ ଆଜି ଅପରାହ୍ନ ସମୟରେ ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମା'ଙ୍କ ମୃଣୟୀ ମୃର୍ତ୍ତିକୁ ନିକଟସ୍ଥ କୁଶଭଦ୍ରା ନଦୀକୁ  ନିଆଯାଇଥିଲା । ଆତସବାଜି, ବାଜା ଓ ବାଣରେ ପ୍ରକମ୍ପିତ ହୋଇଥିଲା ସାରା ବନମାଳୀପୁର ।‌ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବାଲିପାଟଣା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା଼କଡି଼ କରାଯାଇଥିଲା ।

ସେହିପରି ବନମାଳୀପୁର ଅଞ୍ଚଳର ପାର୍ବତୀ ସାଂସ୍କୃତିକ ପରିଷଦ ପକ୍ଷରୁ ହରପାର୍ବତୀଙ୍କୁ ଏକ ଶୋଭାଯାତ୍ରାରେ ଅଣାଯାଇ କୁଶଭଦ୍ରା ନଦୀରେ ବିସର୍ଜନ କରାଯାଇଥିଲା  ।‌ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବଙ୍ଗାଳିସାହି, ନିଆଳି ଓ ପହଙ୍ଗା ସମେତ ଆଠଟି ପୂଜା ମଣ୍ଡପରେ ମା' ଦୁର୍ଗା ଓ ହରପାର୍ବତୀଙ୍କୁ ଶାନ୍ତିଶୃଙ୍ଖଳା ସହିତ ବିସର୍ଜନ କରାଯାଇଛି । 

କଣ୍ଟାପଡ଼ା ଅଞ୍ଚଳରେ ମୋଟ ୬ ଟି ମା' ଦୁର୍ଗା ଓ ହରପାର୍ବତୀଙ୍କ ମୃଣୟୀ ମୃର୍ତ୍ତିକୁ ବିସର୍ଜନ କରାଯାଇଛି । ସେହିପରି ଗୋବିନ୍ଦପୁର ଅଞ୍ଚଳରେ ୩୦ ଗୋଟି ପୂଜା ମଣ୍ଡପରେ ପୂଜା ପାଉଥିବା ମା' ଦୁର୍ଗା ଓ ହରପାର୍ବତୀଙ୍କ ମୃଣୟୀ ମୃର୍ତ୍ତିକୁ ମଧ୍ୟ ବିସର୍ଜନ କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.......ମେଲାଣି ନେଉଛନ୍ତି ମା', ପାରମ୍ପରିକ ବାଦ୍ୟରେ ମସଗୁଲ ଭକ୍ତ

‌ଇଟିଭି ଭାରତ,  ନିଆଳି‌

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.