କେତେ ପ୍ରଭାବଶାଳୀ ରହିବ ଶାହଙ୍କ ରୋଡ ସୋ' ? ଏମିତି କହିଲେ ବିଜେଡି କଟକ ସାଂସଦ ପ୍ରାର୍ଥୀ - BJD MP On Amit Shah Roadshow

By ETV Bharat Odisha Team

Published : May 16, 2024, 10:10 AM IST

thumbnail
କେତେ ପ୍ରଭାବଶାଳୀ ରହିବ ଶାହଙ୍କ ରୋଡ ସୋ' ? ଏମିତି କହିଲେ ବିଜେଡି କଟକ ସାଂସଦ ପ୍ରାର୍ଥୀ (ETV Bharat Odisha)

କଟକ: ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କଟକ ସହରରେ ମେଗା ରୋଡ ସୋ' କରିଥିଲେ  । ଶାହଙ୍କ ଏହି ପ୍ରଚାର ନିର୍ବାଚନ ଫଳାଫଳରେ କେତେ ପ୍ରଭାବ ପକାଇବ ସେନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର  । ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ଦେଶରେ ସମସ୍ତଙ୍କୁ ସ୍ୱାଗତ ଅଛି । ସମସ୍ତେ ଆସି ଏଠି ପ୍ରଚାର କରିପାରିବେ  । କିନ୍ତୁ ଓଡିଶାବାସୀ କେବଳ ନବୀନ ପଟ୍ଟନାୟକଙ୍କୁ ଜାଣନ୍ତି । କେନ୍ଦ୍ରର ଗୃହମନ୍ତ୍ରୀ ଆସିଲେ ସେମିତି କିଛି ପ୍ରଭାବ ପକାଇବା ନେଇ ଆଶା କରାଯାଇନପାରେ । କଟକବାସୀ ଜାଣନ୍ତି କିଏ କ'ଣ କାମ କରିଛନ୍ତି ଏବଂ ଆଗକୁ କରିବେ  । ଆସନ୍ତା ଜୁନ ୪ ତାରିଖ ଭୋଟ ଗଣତି ପରେ ଜଣାପଡିଯିବ  ।

ଏହା ମଧ୍ୟ ପଢନ୍ତୁ: ଆଠମଲ୍ଲିକ ଓ ଛେଣ୍ଡିପଦାରେ ନବୀନଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ - Naveen Patnaik Election Campaign

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ବୁଧବାର କଟକ ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସହରରେ ଏକ ବିଶାଳ ରୋଡ଼ ସୋ' କାର୍ଯ୍ୟକ୍ରମ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ସମାଜ ଅଫିସ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଏହି ରୋଡ ସୋ' । ଶାହଙ୍କ ସହ ବିଜେପି କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚୌଦ୍ୱାର ବିଧାୟକ ପ୍ରାର୍ଥୀ ନୟନ ମହାନ୍ତି, ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ଗୃହମନ୍ତ୍ରୀ । ରୋଡ ସୋ' ସମୟରେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ  ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.