୧୭ରେ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର - Naveen Patnaik To Visit Dhenkanal

By ETV Bharat Odisha Team

Published : May 15, 2024, 10:54 PM IST

thumbnail
୧୭ରେ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର (ETV Bharat Odisha)

CM Naveen Patnaik To Visit Dhenkanal: ଢେଙ୍କାନାଳ: ୧୭ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁରର ସୁନ୍ଦରୀଖାଲ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ଏହି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଜନ ସାଧରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରହିବେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏଥିପାଇଁ ଢେଙ୍କାନାଳରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏନେଇ ଆଜି ଢେଙ୍କାନାଳରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଢେଙ୍କାନଲର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ସୁଧୀର ସାମଲ । 

୧୭ ତାରିଖ ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳରେ ପହଞ୍ଚିବେ । ଏହି ଅବସରରେ ବିଜେଡିର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ସୂଚନା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଭୂତିଆ, ଜିଲ୍ଲା ସଂପାଦକ ସୁକାନ୍ତ୍ର କୁମାର ମିଶ୍ର , ଦେବାଶିଷ ମିଶ୍ର, ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ର, ଟାଉନ ସଭାପତି ବିନୋଦ ମହାନ୍ତି, ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.