ETV Bharat / politics

ରାଉରକେଲାରେ ନବୀନଙ୍କ ପ୍ରଚାର, କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି - naveen patnaik Election campaign

author img

By ETV Bharat Odisha Team

Published : May 15, 2024, 5:06 PM IST

Naveen Patnaik Election Campaign In Rourkela: ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ ଜୁଲାଇ ମାସରୁ ମିଳିବ ମାଗଣା ବିଜୁଳି । ଅଧିକ ପଢ଼ନ୍ତୁ

ରାଉରକେଲାରେ ନବୀନଙ୍କ ପ୍ରଚାର
ରାଉରକେଲାରେ ନବୀନଙ୍କ ପ୍ରଚାର (ETV Bharat Odisha)

ରାଉରକେଲାରେ ନବୀନଙ୍କ ପ୍ରଚାର (ETV Bharat Odisha)

ରାଉରକେଲା: ଜୁଲାଇ ମାସରୁ ଆସିବନି ବିଜୁଳି ବିଲ୍‌ । ମାଗଣା ଦେବ ବିଜୁଳ ବିଜେଡି ସରକାର । ତେବେ ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀଲ ପଟ୍ଟନାୟକ । ଏହାସହ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ନବୀନ ।

ଆଜି (ବିଧବାର) ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର ୧୩ ପଡିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାକୁ ସମ୍ବୋଧନ କରି ଲୋକମାନଙ୍କୁ ବିଜେଡିର ବିକାଶର ହିସାବ ଦେଇଛନ୍ତି ନବୀନ । ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଜନସଭାକୁ ସମ୍ବୋଧନ କରି ଲୋକମାନେ ବହୁତ ଖରାରେ ଏତେ ଦୂରରୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ଉପସ୍ଥିତ ଲୋକମାନଙ୍କୁ ପଚାରିଥିଲେ । କାଳିଆ ଯୋଜନା, ଲକ୍ଷ୍ମୀ ବସ୍‌, ବିଏସକେୱାଇ, ମିଶନ ଶକ୍ତି, ମମତା ଯୋଜନା ଭଲ କି ବୋଲି ପଚାରିଥିଲେ ନବୀନ ।

ସେପଟେ ଜନସଭାକୁ ସମ୍ବୋଧନ କରି ଆସନ୍ତା ଜୁଲାଇ ମାସରୁ ଆସିବନି ବିଜୁଳି ବିଲ୍‌ । ବିଜେଡି ସରକାର ମାଗଣାରେ ଲୋକମାନଙ୍କୁ ବିଜୁଳି ଯୋଗାଇବ ବୋଲି କହିଛନ୍ତି ନବୀନ । ଏହାସହ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିରୋଧୀମାନେ ମିଛ କଥା କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ଶଙ୍ଖ ଚିହ୍ନକୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସୁନ୍ଦରଗଡ଼ ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡ଼ିକରେ ନିର୍ବାଚନ ଲଢ଼ୁଥିବା ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ..'ବିଜୁଳି-ବିଏସକେଓ୍ୱାଇ-ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି'; ପୁଣି ନବୀନଙ୍କ ସହ ଭିଡିଓ ଛାଡ଼ିଲେ ପାଣ୍ଡିଆନ - Pandian Shares Video With Naveen

ଶେଷରେ ଭିକେ ପାଣ୍ଡିଆନ ଓଡିଶାରେ ବିକାଶ ଧାରା ଆଗକୁ ଜାରି ରଖିବା ପାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରିଛନ୍ତି । ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ 7ଟି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସହ ଲୋକସଭା ପ୍ରାର୍ଥୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.