thumbnail

ଶେଷ ରଜରେ ପାନ୍ଥନିବାସରେ ରାଜଧାନୀବାସୀଙ୍କ ରଜ ମଉଜ - last day of raja festival

By ETV Bharat Odisha Team

Published : Jun 16, 2024, 2:36 PM IST

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜକୁ ନେଇ ଆନନ୍ଦ ମୁଖର ପୁରପଲ୍ଲୀ । ଖୁସିର ପର୍ବ ରଜକୁ ନେଇ ସବୁଠି ରଜ ମଉଜ ଦେଖିବାକୁ ମିଳିଛି । ଆଉ ଏହି ପର୍ବ ତିନିଦିନ ପାଳନ ହେଉଥିବା ବେଳେ ଆଜି ହେଉଛି ଶେଷ ରଜ ବା ଭୂମିଦହନ । ଶେଷ ରଜରେ ଉତ୍ସବ ମୁଖର ଗାଁଠୁ ସହର । ପୂର୍ବ ଦୁଇ ଦିନ ପରି ଆଜି ମଧ୍ୟ ରଜ ଦୋଳି ସାଙ୍ଗକୁ ପୁଚି ଖେଳ, ପିଠା ମିଠା ଓ ପାନ ଖିଆ ସହ ଭଳିକି ଭଳି ଖେଳ ନାଚ ଗୀତର ଆସରରେ ଜମୁଛି ରଜ ପର୍ବରେ । ସେହିପରି ଶେଷ ଦିନରେ ରାଜଧାନୀର ପାନ୍ଥନିବାସରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି । ରାଜଧାନୀବାସୀ ପରିବାର ପ୍ରିୟ ଜନକ ସହ ଆସି ଦୋଳି ଖେଳି ପିଠା ମିଠା ଓ ପାନ ଖାଇ ରଜ ମନାଉଛନ୍ତି । ତେବେ ଶେଷ ଦିନରେ କିଭଳି ଉପଭୋଗ କରୁଛନ୍ତି ପିଲାଠାରୁ ବୟସ୍କ, ଶୁଣନ୍ତୁ......

ଏହା ମଧ୍ୟ ପଢନ୍ତୁ: ଆଜି ସରିବ ରଜ ମଉଜ, ଶେଷ ରଜରେ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.