'ବିଜୁଳି-ବିଏସକେଓ୍ୱାଇ-ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି'; ପୁଣି ନବୀନଙ୍କ ସହ ଭିଡିଓ ଛାଡ଼ିଲେ ପାଣ୍ଡିଆନ - Pandian shares video with Naveen

By ETV Bharat Odisha Team

Published : May 15, 2024, 4:06 PM IST

thumbnail
Pandian posts video with Naveen Patnaik (ETV Bharat Odisha)

Pandian posts video with Naveen Patnaik: ଦେବଗଡ଼: ପୁଣି ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ ପୋଷ୍ଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଦେବଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯାଇଛନ୍ତି ପାଣ୍ଡିଆନ । ସେଠାରେ ଏକ ଭିଡିଓ କରି ସେୟାର କରିଛନ୍ତି ପାଣ୍ଡିଆନ । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଦୋହରାଉଛନ୍ତି ପାଣ୍ଡିଆନ । ଏହାପରେ ପ୍ରଥମ ନିର୍ଦ୍ଦେଶରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ ଛାଡ଼ କରାଯିବା ସହ ସମସ୍ତ ରାଜ୍ୟବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ମିଳିବ ବୋଲି ପାଣ୍ଡିଆନ କହୁଛନ୍ତି । 'ଏହା ନବୀନ ପଟ୍ଟନାୟକ ବିଜୁଳି ଗ୍ୟାରେଣ୍ଟି ଓ ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି' ବୋଲି କହୁଛନ୍ତି ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓକୁ ମିଶ୍ର ପ୍ରତିକ୍ରିୟା ମିଳୁଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.