ଚାନ୍ଦବାଲିରେ ମନମୋହନ-ବ୍ୟୋମକେଶ ଲଢେଇ, ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ - Odisha Assembly Election 2024

By ETV Bharat Odisha Team

Published : May 16, 2024, 10:43 AM IST

thumbnail
ଚାନ୍ଦବାଲିରେ ମନମୋହନ-ବ୍ୟୋମକେଶ ଲଢେଇ, ବାଇକରେ ବୁଲି ପ୍ରଚାର କଲେ ବିଜେଡି ପ୍ରାର୍ଥୀ (ETV Bharat Odisha)

Byomkesh Ray Campaign: ଭଦ୍ରକ: ୨୪ ଫାଇଟକୁ ନେଇ ସରଗରମ ରାଜନୀତି । ସଭା, ସମିତି ପ୍ରଚାରରେ ଦୁଲୁକୁଛି ସହର ବଜାର  । ସେହିଭଳି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ମାହୋଲ ଫୁଲ୍ ସରଗରମ ରହିଛି  । କାରଣ ଏଠି ମୁହାଁମୁହିଁ ହେଉଛନ୍ତି ଦୁଇ ଦଳର ହେଭିୱେଟ  । ବିଜେପର ରାଜ୍ୟ ମୁଖ୍ୟ ମନମୋହନଙ୍କୁ ଟକ୍କର ଦେଉଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ  । ମନମୋହନଙ୍କୁ ପୁଣିଥରେ ମାତ୍ ଦେବାକୁ ବିଶାଳ ରୋଡ ସୋ' ସହ ଧୂଆଁଧାର ପ୍ରଚାର ଚଳାଇଛନ୍ତି ବ୍ୟୋମକେଶ  । ଏହି ପରିପ୍ରେକ୍ଷୀରେ ବୁଧବାର ବିଜେଡି ପ୍ରାର୍ଥୀଙ୍କ ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ ଏକ ବିଶାଳ ରୋଡ ସୋ' ଅନୁଷ୍ଠିତ ହୋଇଥିଲା । ବ୍ୟୋମକେଶ ପୀରହାଟ ମଝି ବଜାରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଆସି ବାସନ୍ତୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହଜାର ହଜାର ସମର୍ଥକଙ୍କ ଗହଣରେ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ଅବସରରେ ତାଙ୍କର ସମର୍ଥକ କହିଛନ୍ତି ଯେ, ବ୍ୟୋମକେଶ ରାୟ ବିଧାୟକ ହେବା ପରେ ୧୦ ବର୍ଷ ମଧ୍ୟରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଇ ଏକ ପ୍ରକାର ଭୌଗଳିକ ପରିବର୍ତ୍ତନ ହୋଇଛି । ତେଣୁ ତୃତୀୟ ଥର ବିଧାୟକ ଭାବେ ତାଙ୍କୁ ବିଜୟୀ କରିବା ସହିତ ଷଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ  । ବ୍ୟୋମକେଶଙ୍କ ଏହି ଶୋଭାଯାତ୍ରାରେ ୬୦୦ରୁ ଅଧିକ ନେତା ଏବଂ କର୍ମୀ ସାମିଲ ହୋଇଥିଲେ  । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.