ମେଲାଣି ନେଉଛନ୍ତି ମା', ପାରମ୍ପରିକ ବାଦ୍ୟରେ ମସଗୁଲ ଭକ୍ତ

By ETV Bharat Odisha Team

Published : Oct 25, 2023, 9:17 PM IST

thumbnail

ବାଲେଶ୍ବର: ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା' ଦୁର୍ଗା । ମା'ଙ୍କ ଆଗମନରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା ଠିକ ସେମିତି ବାଜା ବଜାଇ ରୋଷଣୀରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ବାଲେଶ୍ଵର ସହରରେ ମା' ଦୁର୍ଗାଙ୍କ ମେଲାଣି ପାଇଁ ସବୁ ସ୍ତରରେ ବ୍ୟବସ୍ଥା କରାଯାଇଛି । ମଣ୍ଡପରୁ ମା'ଙ୍କ ବିସର୍ଜନ ପାଇଁ ଗାଡ଼ି ଲାଇନ ହୋଇ ଠିଆ ହୋଇଛି । ସହରର ପ୍ରମୁଖ ମଣ୍ଡପରୁ ମା'ଙ୍କ ମେଢ଼ ସିନେମା ଛକରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସକାଳ ଠାରୁ ମେଢ଼ ବିସର୍ଜନ ପାଇଁ ଧାଡିରେ ଛିଡା ହୋଇ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆହୁରି ଅନେକ ମେଢ଼ ବିସର୍ଜନ ପାଇଁ ଅପେକ୍ଷାରେ ଥିବା ଦେଖିବାକୁ ମିଳିଛି । 

ଭସାଣି ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସହରରେ ୨୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହିତ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ଯେଭଳି ଭିଡ ଭିତରେ କୈଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସହରକୁ ଜଗିବେ ୨୫ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତିଶୃଙ୍ଖଳା ସହିତ କିଭଳି ଭାବେ ଭସାଣି ଯାତ୍ରା ସମ୍ପନ୍ନ ହେବ ସେନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୁଣିଆଯୋଡିରେ ୩୬ ମେଢ଼ ଓ ବାଲିଘାଟରେ ୪୩ ମେଢ ବିସର୍ଜନ ହେବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ....କୁଆଖାଇ ଓ ଦୟା ନଦୀରେ ମା'ଙ୍କ ବିସର୍ଜନ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.