କୁଆଖାଇ ଓ ଦୟା ନଦୀରେ ମା'ଙ୍କ ବିସର୍ଜନ

By ETV Bharat Odisha Team

Published : Oct 25, 2023, 7:39 PM IST

thumbnail

ଭୁବନେଶ୍ବର: କୁଆଖାଇ ଓ ଦୟା ନଦୀରେ ବିସର୍ଜନ ପ୍ରକ୍ରିୟା ଚାଲୁ ରହିଛି। ରାଜଧାନୀର ସାହିରେ କଲୋନୀରେ ପୂଜା ପାଉଥିବା ମେଢ ଏଠାରେ ବିସର୍ଜନ କରାଯାଉଛି । ଭୁବନେଶ୍ୱରରେ ମା'ଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବାବେଳେ ସବୁଠି ବିଏମସିର ଅଧିକାରୀ, ପୋଲିସ ଓ ଅଗ୍ନିଶମ ବିଭାଗ ମୁତୟନ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ୧୮୮ ଟି ପୂଜା ମେଢ଼ ରହିଛି। 
 

ଏହା ବି ପଢନ୍ତୁ...ମେଲାଣି ଉତ୍ସବରେ ସାମିଲ ହେଲେ ସିନେ ତାରକା


ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀର ଉଭୟ ପାର୍ଶ୍ଵରେ ଅସ୍ଥାୟୀ ପୋଖରୀ ରହିଥିବାବେଳେ ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ଥିବାବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ ଧରି ଉପସ୍ଥିତ ରହିଛନ୍ତି। 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.