ETV Bharat / technology

ସ୍ଥଗିତ ହେଲା ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା, ଏହା କାରଣ କହିଲା ନାସା - Sunita Williams 3rd space mission

author img

By ETV Bharat Odisha Team

Published : May 7, 2024, 1:55 PM IST

Updated : May 7, 2024, 2:03 PM IST

Sunita Williams 3rd Space Mission: ଆଜି ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିଥାନ୍ତେ ସୁନୀତା ୱିଲିୟମ୍ସ । ହେଲେ ଉଡାଣ ଭରିବାର 90 ମିନିଟ ଆଗରୁ ସ୍ଥଗିତ ହେଲା ମିଶନ । ଜାଣନ୍ତୁ କାରଣ

Sunita Williams
Sunita Williams (ETV Bharat odia)

ହାଇଦ୍ରାବାଦ: ସ୍ଥଗିତ ହେଲା ସୁନୀତା ଓ୍ବିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା । ଯାନ୍ତ୍ରିକ ତ୍ରୁଟି କାରଣରୁ ଟେକଅପର 90 ମିନିଟ ପୂର୍ବରୁ ମିଶନକୁ ସ୍ଥଗିତ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ନାସା ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଥିବା ବେଳେ ପରବର୍ତ୍ତି ଲଞ୍ଚ ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ଥଗିତ ହେଲା ମିଶନ: ସୂଚନା ଅନୁସାରେ, ଆମେରିକାର ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନ ଆଜି ପ୍ରଥମ ମାନବ ମିଶନ ଆରମ୍ଭ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିଲା । ଦୁଇ ମହାକାଶଚାରୀଙ୍କୁ ନେଇ ଏହା ଉଡାଣ ଭରିବାର ଥିଲା । ଏହାପୂର୍ବରୁ, 2019 ରେ Boe-OFT ଏବଂ 2022 ରେ Boe-OFT2 ଲଞ୍ଚ କରାଯାଇଥିଲା । ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହିତ ବ୍ୟାରି ବୁଚ ଓ୍ବିଲମୋର ମଧ୍ୟ ଯାତ୍ରା କରିବା ନେଇ ନିଷ୍ପତ୍ତି ହୋଇଥିଲା । ଆଜି ସକାଳ 8ଟା 4 ମିନିଟ ସମୟରେ କେନେଡି ସ୍ପେସ ସେଣ୍ଟରରୁ ଉଡାଣ ଭରିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଥିଲା । ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ସେ ଏକ ସପ୍ତାହେ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଟେକଅପ କରିବାର 90 ମିନିଟ ପୂର୍ବରୁ ମିଶନକୁ ସ୍ଥଗିତ ରଖାଯାଇଛି । ଅନ୍ତରୀକ୍ଷ ଯାନର ଅକ୍ସିଜେନ୍ ବଲବରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଅନ୍ତରୀକ୍ଷ ଯାନର ଉଡାଣକୁ ସ୍ଥଗିତ ରଖାଯାଇଛି । ଏହା ମଧ୍ୟ ପଢନ୍ତୁ: CHANDRAYAAN 3: 'ଚନ୍ଦ୍ରଯାନ-3କୁ ନେଇ ମୁଁ ଭାରତ ପକ୍ଷରୁ ଚିଅର ଅପ୍‌ କରିବି'

ସୁନୀତାଙ୍କ ରେକର୍ଡ: ସୁନୀତା ପ୍ରଥମ ଥର 2006 ଡିସେମ୍ବର 9 ତାରିଖରେ ପ୍ରଥମେ ମହାକାଶ ଯାତ୍ରା କରିଥିଲେ । ଏହାପରେ 2012 ମସିହା ଜୁଲାଇ 14 ତାରିଖରେ ଦ୍ବିତୀୟ ଥର ପାଇଁ କାଜାଖସ୍ତାନର ବୈକାନୁର କସମୋଡ୍ରମରୁ ସୋୟୁଜ-05ଏମ ରକେଟରେ ମହାକାଶ ଯାତ୍ରା କରିଥିଲେ । ନଭେମ୍ବର 18 ତାରିଖ ଯାଏଁ ରହିଥିଲେ । ସୁନୀତା ଓ୍ବିଲିୟମ ମହାକାଶରେ 322 ଦିନ ବିତାଇ ମହିଳା ମହାକାଶ ଯାତ୍ରୀ ଭାବେ ରେକର୍ଡ କରିଛନ୍ତି ।ତେବେ ବର୍ତ୍ତମାନ ଏହି ଉଡାଣ କେବେ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ଉଡାଣ କେବେ ହେବ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବା ନେଇ ରିପୋର୍ଟରେ କୁହାଯାଇଛି । ପରବର୍ତ୍ତି ନିଷ୍ପତ୍ତି ନେବା ପରେ ସୂଚନା ଦିଆଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

Last Updated : May 7, 2024, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.