ETV Bharat / state

କଏଦୀଙ୍କ ନାଗିନୀ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ସ୍ପଷ୍ଟୀକରଣ ଦେଲେ କାରାଗାର ଅଧୀକ୍ଷକ - koraput jail viral video issue

author img

By ETV Bharat Odisha Team

Published : May 16, 2024, 10:32 AM IST

PRISONERS DANCE VIDEO VIRAL: କୋରାପୁଟ ମଣ୍ଡଳ କାରାଗାରରେ ମହିଳା କଏଦୀଙ୍କ ନାଗିନୀ ଡ୍ୟାନ୍ସ ଓ ବର୍ଭବତୀ ଘଟଣାର ସ୍ପଷ୍ଟୀକରଣ ରଖିଲେ କାରାଗାର ଅଧୀକ୍ଷକ ମନୋରଞ୍ଜନ ପ୍ରତିହାରୀ । ଅଧିକ ପଢନ୍ତୁ

କଏଦୀଙ୍କ ନାଗିନୀ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ସ୍ପଷ୍ଟୀକରଣ ଦେଲେ କାରାଗାର ଅଧିକ୍ଷକ
କଏଦୀଙ୍କ ନାଗିନୀ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ସ୍ପଷ୍ଟୀକରଣ ଦେଲେ କାରାଗାର ଅଧିକ୍ଷକ (ETV Bharat Odisha)

କଏଦୀଙ୍କ ନାଗିନୀ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ସ୍ପଷ୍ଟୀକରଣ ଦେଲେ କାରାଗାର ଅଧିକ୍ଷକ (ETV Bharat Odisha)

କୋରାପୁଟ: ମଣ୍ଡଳ କାରାଗାର ଭିତରେ ଜଣେ ମହିଳା କଏଦୀ ଅନ୍ୟ ସହ ନାଗିନୀ ଡ୍ୟାନ୍ସ ନାଚିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ଘଟଣା କୋରାପୁଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା । ଏପରିକି ସାମାଜିକ ଗଣମାଧ୍ୟମ ଏକ୍ସରେ ମଧ୍ୟ ଭାଇରାଲ ହୋଇଥିଲା । ପରେ ପ୍ରଶ୍ନ ଉଠାଇଥିଲେ ଅନେକ ବୁଦ୍ଧିଜୀବୀ । ଭାଇରାଲ ଭିଡିଓକୁ ନେଇ ଅକଳରେ ପଡିଥିଲା ରାଜ୍ୟ ଜେଲ୍ ବିଭାଗ । ତେବେ ଆଜି ସଫେଇ ରଖିଛନ୍ତି ଜେଲ ପରିଚାଳକ ।

କୋରାପୁଟ ମଣ୍ଡଳ କାରାଗାରର ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ ସାମ୍ବାଦିକ ସମ୍ମିଳନୀ କରି ଏହାର ସ୍ପଷ୍ଟୀକରଣ ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଜେଲରେ ଅନେକ ସମୟରେ କଏଦୀ ମାନଙ୍କର ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ । ସମ୍ପୃକ୍ତ ଭିଡିଓ ଭାଇରାଲ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହି ଭିଡିଓଟି ହୋଲିରେ ଜେଲର ଚାରିକାନ୍ଥ ଭିତରେ କାର୍ଯ୍ୟକ୍ରମ କରାଯାଇଥିଲା । ଯାହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି କିନ୍ତୁ କେଉଁ ପରିପେକ୍ଷୀରେ ତାହା ସାମାଜିକ ଗଣମାଧ୍ୟମକୁ କାହା ଦ୍ୱାରା ଗଲା ତାହାର ତଦନ୍ତ ଜାରି ରହିଛି ।

ଜେଲ ଭିତରେ ମୋବାଇଲ ନେବାକୁ ନେଇ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ହୋଲି ଉତ୍ସବ ସମୟରେ କଏଦୀମାନେ ଅଭ୍ୟାସ କରୁଥିବା ସମୟରେ ଜେଲ କର୍ତ୍ତୃପକ୍ଷ ତାର ରେକର୍ଡ ରଖିବା ଉଦ୍ଦେଶ୍ୟରେ ଭିଡିଓ ଉତ୍ତୋଳନ କରିଥିବା ଭିଡିଓ କିପରି ସାମାଜିକ ଗଣମାଧ୍ୟମକୁ ଗଲା ତାର ତଦନ୍ତ କରାଯାଉଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ମଣ୍ଡଳ କାରାଗାରକୁ ବଦନାମ କରିବା ପାଇଁ ବ୍ୟକ୍ତିଗତ ସ୍ୱାର୍ଥ ରଖି ଏପରି କରିଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ....କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ କଲେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତି, ହେଲେ ଭାବବିହ୍ଵଳ - Death Anniversary Of Laxman Nayak

ଅନ୍ୟପଟେ ଏକ ମହିଳା ବିଚାରାଧିନ କଏଦୀ ଜେଲ ହାଜତରେ ଥାଇ ଗର୍ଭବତୀ ହୋଇଥିବା ଘଟଣା ସମ୍ପର୍କରେ କାରାଗାର ଅଧିକ୍ଷକ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ମନୋରଞ୍ଜନ ପ୍ରତିହାରୀ କହିଛନ୍ତି ଯେ, ସମ୍ପୃକ୍ତ ଘଟଣାଟି ଏକ ମିଥ୍ୟା ଓ କପୋଳକଳ୍ପିତ । ମହିଳା କଏଦୀ ଜଣକ ଜେଲ ହାଜତକୁ ଆସିବା ପୂର୍ବରୁ ସେ ଗର୍ଭବତୀ ଥିଲେ । ସେ ସାଢେ ୫ ମାସ ହେଲା କାରାଗାରକୁ ଆସିଥିବା ବେଳେ ବର୍ତ୍ତମାନ ସାଢେ ୮ ମାସର ଗର୍ଭବତୀ ଅଛନ୍ତି । ଗର୍ଭବତୀ ବୋଲି ଜାଣିବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ତାଙ୍କର ସମସ୍ତ ଚିକିତ୍ସା ଜେଲ ତରଫରୁ କରାଯାଇଛି । ପ୍ରସବ ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.