ସମ୍ବଲପୁରରେ 3ଟି ସ୍ଥାନରେ ବାଣ ବଜାର, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଅଗ୍ନିଶମ ବିଭାଗ

By ETV Bharat Odisha Team

Published : Nov 11, 2023, 8:14 PM IST

thumbnail

ସମ୍ବଲପୁର: ଆସନ୍ତା ରବିବାର ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ସମ୍ବଲପୁର ସହରର 3ଟି ସ୍ଥାନରେ ବାଣ ବଜାର ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ସହରର ଚାରଭାଟି ପଡିଆ, ଅଇଁଠାପାଲି PHD ପଡିଆ ଓ ମଣ୍ଡଲିଆ ପଡିଆରେ ବାଣ ବଜାରର ବ୍ୟବସ୍ଥା କରାଯାଇଛି । ଆଜି ଏହି ବାଣ ବଜାରେ ଅଗ୍ନିଶମ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛି । ସୁରକ୍ଷା ଦୃଷ୍ଟି କୋଣରୁ ବାଣ ବାଜାର ଥିବା ଅଞ୍ଚଳ ଗୁଡିକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରରେ ରହିଛି । ଏହା ସହ ବାଣ ଦୋକାନ ବା ଷ୍ଟଲ ଗୁଡିକ ମଧ୍ୟରେ ଦୂରତା ରଖାଯିବା ସହ ସମ୍ମୁଖରେ 20 ଫୁଟରୁ ଅଧିକ ଚଉଡାର ରାସ୍ତା ରଖାଯାଇଛି । କୌଣସି ଦୁର୍ଘଟଣା ହେଲେ ଅଗ୍ନିଶମ ବିଭାଗର ଗାଡି ଯେମିତି ସୁରକ୍ଷିତ ଭାବେ ଆସିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଦୋକାନୀଙ୍କ ପାଖରେ ବାଲି, ପାଣି ଓ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଅଗ୍ନିଶମ ବିଭାଗ ।

ଏହା ସହ ଉଚ୍ଚ ଶବ୍ଦ କରୁଥିବା ବାଣକୁ ବାରଣ କରାଯାଇଛି । ଗ୍ରୀନ କ୍ରେକର ବା ପ୍ରଦୂଷଣ କରୁନଥିବା ବାଣ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି । ସୂଚନା ଯୋଗ୍ୟ ଯେ ପୂର୍ବରୁ ସମ୍ବଲପୁର ସହରର ଚର୍ଚ୍ଚ ଛକରେ ବାଣ ବଜାର ବସୁଥିଲା ତେବେ କିଛି ବର୍ଷ ତଳେ ସେଠାରେ ନିଆଁ ଲାଗିଯିବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା l ଏହା ପରେ ଜିଲ୍ଲା ପ୍ରଶାସନ ସହର ଭିତରେ ବାଣ ବଜାର ପାଇଁ ଆଉ ଅନୁମତି ଦେଉନାହିଁ l ଅନ୍ୟପଟେ ଆଜି ଅଗ୍ନିଶମ ବିଭାଗ ମଧ୍ୟ ସବୁ ବାଣ ବାଜାର ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.