ETV Bharat / state

ବ୍ରହ୍ମପୁରରେ ଜମୁନି ବାଣ ବେପାର; ସବୁଜ ବାଣ ଫୁଟାଇବାକୁ ବାର୍ତ୍ତା ଦେଲେ ବ୍ୟବସାୟୀ

author img

By ETV Bharat Odisha Team

Published : Nov 11, 2023, 12:24 PM IST

Updated : Nov 11, 2023, 12:45 PM IST

ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିବା ବେଳେ ବ୍ରହ୍ମପୁର ସହରରେ ବାଣ ବ୍ୟବସାୟ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

firecracker business in  Berhampur
firecracker business in Berhampur

ବ୍ରହ୍ମପୁରରେ ଜମୁନି ବାଣ ବେପାର

ବ୍ରହ୍ମପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥର ଦୀପାବଳିରେ ବାଣ ଫୁଟାକୁ ନେଇ ସାରା ଦେଶରେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ସୃଷ୍ଟିକାରୀ ବାଣ ପରିବର୍ତ୍ତେ ସବୁଜ ବାଣ ଫୁଟାଇବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ସୁପ୍ରିମକୋର୍ଟଙ୍କ ଏହି କଟକଣା ପାଇଁ ବ୍ରହ୍ମପୁର ସହରରେ ବାଣ ବ୍ୟବସାୟ ପ୍ରଭାବିତ ହୋଇଛି । ଗତବର୍ଷ ମାନଙ୍କରେ ବାଣ ବଜାରରେ ବେଶ୍ ଭିଡ ଜମୁଥିବା ବେଳେ ଚଳିତ ବର୍ଷ ଲୋକମାନେ ବିଶେଷ ବାଣ କ୍ରୟ କରିବାକୁ ଆସୁନଥିବା କହିଛନ୍ତି ବ୍ୟବସାୟୀ ।

ସେହିପରି ସରକାରଙ୍କ ନିର୍ଦ୍ଦେଶନାମା ଏବଂ ଅଧିକ ପ୍ରଦୂଷଣ ସୃଷ୍ଟକାରୀ ବାଣ ବିକ୍ରି ଉପରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି କେବଳ ସବୁଜ ବାଣ ବିକ୍ରି କରାଯାଉଥିବା ବ୍ୟବସାୟୀ କହିଛନ୍ତି । ବିଗତ ବର୍ଷ ମାନଙ୍କରେ ଯାହା ବ୍ୟବସାୟ ହେଉଥିଲା ତାହା ତୁଳନାରେ ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ରାସ୍ତାର ଡେଙ୍ଗାପଦର ଠାରେ ଜିଲ୍ଲା ପ୍ରଶାସନର ଅନୁମତିରେ ଖୋଲା ଯାଇଥିବା ବାଣ ବଜାରରେ ମାତ୍ର 20 ପ୍ରତିଶତ ବ୍ୟବସାୟ ହୋଇଛି । ତେବେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ସବୁଜ ବାଣ ଫୁଟାଇପାରିବା ବୋଲି ସଚେତନତା ବାର୍ତ୍ତା ଦେଇଛନ୍ତି ବାଣ ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ: ଦୀପାବଳି ଗାଇଡଲାଇନ: ଉଚ୍ଚ ଶବ୍ଦ ବାଣକୁ ନା, ରାତି 10ଟା ଭିତରେ ସରିବ ବାଣ ଫୁଟା !

ଚଳିତ ବର୍ଷ ସେତେଟା ବ୍ୟବସାୟ ନଥିବା ବେଳେ ଶେଷ ଦୁଇ ଦିନ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । କେବଳ ସବୁଜ ବାଣକୁ ବିକ୍ରି ଏବଂ ଫୁଟାଇବା ପାଇଁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୪୦ଟି ବାଣ ଦୋକାନ ଖୋଲିବା ପାଇଁ ଅନୁମୋଦନ ହୋଇଥିବା କୁହାଯାଇଛି । ପୋଲିସ, ତହସିଲଦାର ଏବଂ ଅଗ୍ନିଶମ ବିଭାଗ ଅନୁମୋଦନ ମିଳିଲେ ହିଁ ଦୋକାନ ଖୋଲାଯାଉଛି ।

ସେହିପରି ସବୁଜ ବାଣ ପ୍ରସ୍ତୁତ କରୁଥିବା ପ୍ରାୟ ୧୬୯ଟି ନିର୍ଦ୍ଦିଷ୍ଟ କମ୍ପାନୀର ତାଲିକା ସରକାରଙ୍କ ପକ୍ଷରୁ ଆସିଛି । ବ୍ରହ୍ମପୁରରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି । ମହାନଗର ନିକଟ ଡେଙ୍ଗାପଦର, ଲାଠି, ବ୍ରହ୍ମପୁର ବାଇପାସ୍‌ ନିକଟ ବ୍ରହ୍ମାପଲ୍ଲୀରେ ବାଣ ଦୋକାନ ଗୁଡିକ ଖୋଲାଯିବାକୁ ଅନୁମତି ରହିଛି । ତେବେ ବାଣ ବିକ୍ରି ପାଇଁ ମିଳିଥିବା ଲାଇସେନ୍ସରେ ଯାହା ସର୍ତ୍ତ ରହିଛି ତାହାର ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,ବ୍ରହ୍ମପୁର

Last Updated :Nov 11, 2023, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.