ଚୁଡାମିଲ ମେସିନରେ ଚାପି ହୋଇ ମହିଳା ମୃତ, ଶରୀରରୁ ଅଲଗା ହୋଇଗଲା ମୁଣ୍ଡ

By ETV Bharat Odisha Team

Published : Feb 25, 2024, 4:33 PM IST

thumbnail

Woman died due to crush in Rice machine: ନୂଆପଡା: ଚୁଡା ମିଲ ମେସିନରେ ଚାପି ହୋଇ ମହିଳା ମୃତ । କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । ଆଜି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହୀରାପୁର ଗାଁର ତୁଲସେ ବନିଛୋର ଚୁଡା ମେସିନ ସଂସ୍ପର୍ଶରେ ଆସି ଚକିରେ ଚାପି ହୋଇଯାଇଥିଲେ । ଫଳରେ ତାଙ୍କ ଶରୀର ଠାରୁ ମୁଣ୍ଡ ଅଲଗା ହୋଇଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।      

ଏହା ମଧ୍ୟ ପଢ଼ନ୍ତୁ..... ସାଉଣ୍ଡ ହେଲା କାଳ, ଡିଜେର ବିକଟାଳ ଶବ୍ଦରେ ଚା' ଦୋକାନୀ ମୃ୍ତ !

ଖବର ପାଇ ମହିଳାଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଛନ୍ତି । ତେବେ ଏହି ଘଟଣା ପାଇଁ ସେମାନେ ଚୁଡାମିଲ ମାଲିକଙ୍କୁ ଦାୟୀ କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ, ସେହି ମେସିନ ଚାରିପଟେ ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ଚାଲୁଥିବା ମେସିନକୁ ମୁକୁଳା ରଖିଯାଇଥିଲା । ସେପଟେ ଘଟଣା ଘଟିବା ସମୟରେ ମହିଳାଙ୍କୁ ଉଦ୍ଧାର କରିବା ବଦଳରେ ଦୌଡ଼ି ପଳାଇଥିଲା ଚୁଡାମିଲ ମାଲିକ । ଯାହା ଫଳରେ ଏହି ଦୁର୍ଘଟଣା ଘଟି ମହିଳାଙ୍କର ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଉଛି । ମୃତକଙ୍କର ପରବାରରେ ତାଙ୍କ ସ୍ବାମୀଙ୍କ ସମେତ 2ଟି ନାବାଳକ ଶିଶୁ ଅଛନ୍ତି । ମହିଳାଙ୍କ ମୃତ୍ୟୁ କାରଣରୁ ପରିବାର ଉଜୁଡି ଯାଇଥିବା ଅଭିଯୋଗ କରାଯାଇଛି । ମୃତକଙ୍କ ପରିବାରକୁ 20 ଲକ୍ଷ କ୍ଷତିପୂରଣ ଦେବା ଦାବି ନେଇ ସିନାପାଲି ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତାକୁ ସ୍ଥାନୀୟ ଲୋକ ଅବରୋଧ କରିଛନ୍ତି ।  ଘଟଣାର ଖବର ପାଇ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.