ଭୁବନେଶ୍ବରରେ ଖଡଗେଙ୍କ ସାମ୍ବାଦିକ ସମ୍ମିଳନୀ, ଦେଖନ୍ତୁ LIVE - kharge LIVE

By ETV Bharat Odisha Team

Published : May 16, 2024, 2:55 PM IST

Updated : May 16, 2024, 3:15 PM IST

thumbnail

ଭୁବନେଶ୍ବର: ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । କେନ୍ଦ୍ର ନେତୃତ୍ବଙ୍କ ଗସ୍ତ ଫଳରେ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଛି । ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହାପରେ ସେ ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଓଡିଶାବାସୀଙ୍କୁ କଂଗ୍ରେସର ଆଭିମୁଖ୍ୟ ବଖାଣିବା ସହ ମୋଦି ସରକାରଙ୍କ ବିଫଳତାକୁ ମଧ୍ୟ ସାମ୍ନାକୁ ଆଣିୁଛନ୍ତି । ଏହାସହ ଦଳୀୟ କର୍ମୀଙ୍କ ପାଇଁ ଭୋଟ ମଧ୍ୟ ମାଗୁଛନ୍ତି । ଏହାପରେ ଅପରାହ୍ନରେ ଭୁବନେଶ୍ବରରୁ କନ୍ଧମାଳ ଯାଇ ପ୍ରଚାର ମୈଦାନରେ ସାମିଲ ହେବେ । ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ । ଦେଖନ୍ତୁ କଣ କହୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

Last Updated : May 16, 2024, 3:15 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.