ସିମୁଳିଆରେ ଜନସଭାକୁ ସମ୍ବୋଧନ କରୁଛନ୍ତି ରାହୁଲ ଗାନ୍ଧୀ, ଦେଖନ୍ତୁ LIVE... - Rahul Gandhi Balasore Visit

By ETV Bharat Odisha Team

Published : May 30, 2024, 11:46 AM IST

Updated : May 30, 2024, 11:56 AM IST

thumbnail
ବାଲେଶ୍ବର: ରାଜ୍ୟର ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ଆସନ୍ତା 1 ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାରର ଶେଷ ଦିନ ରହିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରସର କେନ୍ଦ୍ରୀୟ ନେତା ।  ଓଡିଶା ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେଶ ଚଳଚଞ୍ଚଳ ହୋଇପଡିଛି କଂଗ୍ରେସ ଶିବିର । ରାହୁଲ ଗାନ୍ଧୀ ସିମୁଳିଆର ସନମହିତପୁର ଆସି ପ୍ରଚାର ମଙ୍ଗ ଧରିଛନ୍ତି । କଂଗ୍ରେସ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଗତକାଲି ଆସିଥିବା ବେଳେ ଆଜି ରାହୁଲ ଗାନ୍ଧୀ ଆସିଛନ୍ତି । ଜନସଭାରେ ରାହୁଲଙ୍କ ସହ ଦଳୀୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି  । କଂଗ୍ରେସର ଗ୍ୟାରେଣ୍ଟି ନେଇ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଉଛନ୍ତି ରାହୁଲ । ଓଡ଼ିଶାବାସୀ ଯଦି କଂଗ୍ରେସକୁ କ୍ଷମତାକୁ ଆସିବାକୁ ସୁଯୋଗ ଦିଅନ୍ତି, ତେବେ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶୃତି ଦେଉଛନ୍ତି । ବାଲେଶ୍ବରରୁ ଦେଖନ୍ତୁ ଲାଇଭ
Last Updated : May 30, 2024, 11:56 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.