ETV Bharat / state

ସାଉଣ୍ଡ ହେଲା କାଳ, ଡିଜେର ବିକଟାଳ ଶବ୍ଦରେ ଚା' ଦୋକାନୀ ମୃ୍ତ !

author img

By ETV Bharat Odisha Team

Published : Feb 24, 2024, 2:59 PM IST

Man died in Rourkela: ଡିଜେ ଶବ୍ଦରେ ଚାଲିଗଲା ଜଣେ ଚା' ଦୋକାନୀଙ୍କ ଜୀବନ ! ରଘୁନାଥପାଲି ଥାନା‌ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଡିଜେ ସାଉଣ୍ଡ ହେଲା କାଳ
ଡିଜେ ସାଉଣ୍ଡ ହେଲା କାଳ

ଡିଜେ ସାଉଣ୍ଡ ହେଲା କାଳ

ରାଉରକେଲା: ଏମିତିବି ଆସେ ମୃତ୍ୟୁ । ଡିଜେ ଶବ୍ଦରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ମୂର୍ତ୍ତି ଭସାଣି ସମୟରେ ଡିଜେର ବିକଟାଳ ଶବ୍ଦରେ ଜଣେ ଚା' ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲା ସହରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ ଏସ୍‌ଟିଆଇର ଚା ଦୋକାନୀ ପ୍ରେମନାଥ ବାରଭାୟା ।

ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ଏସ୍‌ଟିଆଇ ଛକ ନିକଟ ଗଣେଶ ମାର୍କେଟ ପକ୍ଷରୁ ସରସ୍ବତୀ ପୂଜା ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ପୂଜା ଆୟୋଜକ କମିଟି ଭଦ୍ରକରୁ ଏକ ଡିଜେ ଭଡ଼ାରେ ଆଣିଥିଲେ । ରାତିରେ ଭସାଣି ଉତ୍ସବ ଏସ୍‌ଟିଆଇ ଛକଦେଇ ବାହାରିଥିଲା । ଏହି ଡିଜ ରେ ବିକଟାଳ ଶବ୍ଦ ଏବଂ ଅତ୍ୟଧିକ ଲାଇଟ ଥିବା ଦେଖିବାକୁ ମିଳିଥିଲା । ତେବେ ଏସ୍‌ଟିଆଇ ଛକ ନିକଟରେ ଡିଜେର ବିକଟାଳ ଓ ବାଣଫୁଟା ଶବ୍ଦରେ ଚା ଦୋକାନୀ ପ୍ରେମନାଥ ଗୁରୁତର ହୋଇ ପଡିଥିଲେ । ଏନେଇ ତାଙ୍କୁ ସଙ୍ଗେ ସଙ୍ଗେ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ଡିଜେ ଶବ୍ଦରେ ଅତିଷ୍ଠ ସହରବାସୀ, ବନ୍ଦ ନହେଲେ କୋର୍ଟର ହେବେ ଦ୍ୱାରସ୍ଥ

ଏନେଇ ରଘୁନାଥପାଲି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଡିଜେକୁ ବନ୍ଦ କରିବା ନେଇ ଦାବି କରି ଏସ୍‌ଟିଆଇ ଓ ଏହାର ପାଖବସ୍ତିର ଶତାଧିକ ଲୋକ ରଘୁନାଥପାଲି ଥାନା‌ ଘେରାଉ କରିଥିଲେ । ଏନେଇ ଡାକ୍ତର କହିଛନ୍ତି ଯେ, ଯେହେତୁ ବ୍ୟକ୍ତିଙ୍କ ହାର୍ଟ ଟିକେ ଦୁର୍ବଳ ଥାଇପାରେ । ତେବେ ଏହାକୁ ଡିଜେର ଶବ୍ଦ ମଧ୍ୟ ପ୍ରାୟ ୧୦୦ ଡେସିଵଲ ହେବ ବୋଲି ଅନୁମାନ କରାଯାଉଛି । ତେଣୁ କରି ଏଭଳି ଘଟଣା ଘଟି ଥାଇପରେ ବୋଲି କହିଛନ୍ତି ଡାକ୍ତର । ତେବେ ଯଦି ବେଶୀ ଜୋରରେ ଶବ୍ଦ ହୁଏ ତେବେ ଏଥିରେ ଜଣେ ବ୍ୟକ୍ତିଙ୍କ ହାର୍ଟ ଫେଲ ହୋଇପାରେ । ତେବେ ଦେବାଦେବୀଙ୍କ ଭସାଣି ଉତ୍ସବରେ ଡିଜେର ବିକଟାଳ ଶବ୍ଦ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି । ସ୍ଥାନୀୟ ଲୋକଙ୍କ ବିରୋଧ ଓ ଜିଲ୍ଲା ପ୍ରଶାସନର ତାଗିଦ ସତ୍ତ୍ବେ ପୂଜା କମିଟି ଗୁଡ଼ିକୁ ଏଥିପ୍ରତି ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.