ETV Bharat / bharat

ବିମାନରେ ବୋମା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ, ଟିସ୍ୟୁ ପେପରରେ ଲେଖାଥିଲା - Air India Flight

author img

By ETV Bharat Odisha Team

Published : May 16, 2024, 1:42 PM IST

BOMB IN AIR INDIA FLIGHT: ବିମାନର ଶୌଚାଳୟରେ ବୋମା । ଉଡାଣ ଭରିବାକୁ ପ୍ରସ୍ତୁତ ଥିବା ବିମାନରୁ ଓହ୍ଲାଇଲେ ଯାତ୍ରୀ । ଅଧିକ ପଢନ୍ତୁ

BOMB IN AIR INDIA FLIGHT
BOMB IN AIR INDIA FLIGHT (ETV Bharat Odisha)

ନୂଆଦିଲ୍ଲୀ: ଥମୁନି ବୋମା ଆତଙ୍କ । ପ୍ରତିଦିନ ସାମ୍ନାକୁ ଆସୁଛି ବୋମା ସହିତ ଜଡିତ ଖବର । ପୁଣି ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଦେଖାଦେଇଛି । ଦିଲ୍ଲୀ ବିମାନ ବନ୍ଦରରେ ଏକ ବିମାନରେ ବୋମା ରହିଥିବା ଖବର ପ୍ରସାରିତ ହେବା ପରେ ଆତଙ୍କ ଖେଳି ଯାଇଥିଲା । ବିମାନଳର ଶୌଚାଳର ଟିସ୍ୟୁ ପେପରରେ ବୋମା ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣା ରକେ ଯାତ୍ରୀମାନେ ବିମାନରୁ ଓହ୍ଲାଇଥିବା ବେଳେ ସୁରକ୍ଷା ଏଜେନ୍ସି ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ଅନୁସନ୍ଧାନ ପରେ ବୋମା ସମ୍ବନ୍ଧୀୟ ତଥ୍ୟକୁ ଗୁଜବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଥମୁନି ବୋମା ଆତଙ୍କ ! କାନପୁରରେ ସ୍କୁଲକୁ ମିଳିଲା ଧମକ - Kanpur Schools Get Bomb Threat

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ 7ଟା 30 ମିନିଟ ସମୟରେ ନୂଆଦିଲ୍ଲୀରୁ ଭଦୋଦୋରା ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ରହିଥିଲା ବିମାନ । ଏହି ସମୟରେ ବିମାନର ଶୌଚାଳୟରେ ଏକ ଟିସ୍ୟୁ ପେପର ଦେଖିବାକୁ ମିଳିଥିଲା । ଏଥିରେ ବୋମା ବୋଲି ଲେଖାଯାଇଥିଲା । ତେବେ ଏହା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଲିଯାଇଥିଲା । ଭୟରେ ସମସ୍ତ ଯାତ୍ରୀ ବିମାନରୁ ତଳକୁ ଓହ୍ଲାଇ ଆସିଥିଲେ । ତେବେ ଏନେଇ ଆଇଜି ଏୟାରପୋର୍ଟର ପୋଲିସ ଡେପୁଟି କମିଶନର ଉଷା ରଙ୍ଗନାନୀ କହିଛନ୍ତି, "ମାନକ ସୁରକ୍ଷା ପ୍ରୋଟୋକଲଗୁଡିକ ପାଳନ କରିବାକୁ ଯାଇ ଯାଞ୍ଚ କରାଯାଇଥିଲା । କିନ୍ତୁ ସନ୍ଦିଗ୍ଧ ଜିନିଷ କିଛି ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ: 'ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-1ରେ ଅଛି ବୋମା', କଲ୍‌ରେ ଏମିତି କହିଲେ ଅଜଣା ବ୍ୟକ୍ତି - Mumbai airport receives bomb call

ପ୍ରକାଶଥାଉକି, ରବିବାର ଦିନ ଇମେଲ ଦ୍ବାରା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ତଥା ଦିଲ୍ଲୀର ଅନେକ ଡାକ୍ତରଖାନା ଉପରେ ବୋମା ମାଡ଼ ହେବାର ଧମକ ଆସିଥିଲା ​​। ଏହା ପରେ ପୋଲିସ ଅନିସନ୍ଧାନ କରିଥିବା ବେଳେ ଏହାକୁ ଗୁଜବ ବୋଲି ଘୋଷଣା କରାଯାଇଥିଲା । ଏହା ପୂର୍ବୁରୁ ମେ 1ତାରିଖ ଦିନ ଦିଲ୍ଲୀ-ଏନସିଆରର 150 ରୁ ଅଧିକ ବିଦ୍ୟାଳୟ ନକଲି ଧମକପୂର୍ଣ୍ଣ ଇମେଲ ପାଇଥିଲେ, ଏହା ମଧ୍ୟ ଏକ ଗୁଜବ ବୋଲି ଜଣାପଡିଥିଲା । ତେବେ ବାରମ୍ବାର ବୋମା ଧମକ ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.