ETV Bharat / bharat

'ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-1ରେ ଅଛି ବୋମା', କଲ୍‌ରେ ଏମିତି କହିଲେ ଅଜଣା ବ୍ୟକ୍ତି - Mumbai airport receives bomb call

author img

By ETV Bharat Odisha Team

Published : Apr 27, 2024, 10:30 PM IST

Hoax bomb call
Hoax bomb call

Hoax bomb call: ମୁମ୍ବାଇ ଏୟାରପୋର୍ଟ ଟର୍ମିନାଲ-1ରେ ବୋମା ଖଞ୍ଜାଯାଇଥିବା ନେଇ କହିଲେ ଜଣେ ଅଜଣା ବ୍ୟକ୍ତି । ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣି ମୁମ୍ବାଇ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିଲା ବୋମା ସମ୍ବନ୍ଧୀୟ ଫୋନକଲ୍‌ । ଆଜି (ଶନିବାର) ଜଣେ ଅଜଣା ବ୍ୟକ୍ତି ଫୋନ ଯୋଗେ ଜଣେ ଏୟାରପୋର୍ଟରେ ବୋମା ଥିବା ନେଇ ସୂଚନା ଦେଇଛନ୍ତି । ଛତ୍ରପତି ଶିବାଜୀ ଏୟାରପୋର୍ଟର ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ (MIAL)ରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିକଟକୁ ଏପରି ଫୋନକଲ ଆସିଥିଲା । ଟର୍ମିନାଲ-1ରେ ଏକ ବୋମା ଖଞ୍ଜାଯାଇଥିବା ଅଜଣା ବ୍ୟକ୍ତି ଜଣକ କହିଥିଲେ । ତେବେ ଏହା ଏକ ମିଥ୍ୟା ଫୋନକଲ୍‌ ଥିବା ବେଳେ ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ।

ଏନେଇ ମୁମ୍ବାଇ ପୋଲିସ କହିଛି ଯେ ଏମଆଇଏଲରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଏହି ଫୋନକଲ ଆସିଥିଲା । ଟର୍ମିନାଲ-1ରେ ବୋମା ଥିବା ନେଇ ବ୍ୟକ୍ତି ଜଣକ କହିଥିଲେ । ଏହାପରେ ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ସମେତ ସ୍ଥାନୀୟ ପୋଲିସକୁ ମଧ୍ୟ ଏ ନେଇ ସୂଚିତ କରାଯାଇଥିଲା । ଏହାପରେ ଟିମ ପହଞ୍ଚି ଯାଞ୍ଚ କରିଥିଲା । କଲର୍‌ ଜଣକ କେଉଁଠୁ କଲ୍‌ କରିଛନ୍ତି ବୋଲି ମହିଳା କର୍ମଚାରୀ ଜଣକ ପଚାରିବା ପରେ ସେ ନିଜର ପରିଚୟ ଦେଇନଥିବା ବେଳେ ଇଂରାଜୀ ଆକ୍ସେଣ୍ଟରେ 'ନବପଡା' ବୋଲି କହିଥିବା ପୋଲିସ କହିଛି ।

ଏହା ବି ପଢନ୍ତୁ- Hoax Call: ମୁମ୍ବାଇ ୨୬/୧୧ ଆକ୍ରମଣର ପୁନରାବୃତ୍ତି ଧମକ, ଯୁବକ ଗିରଫ

ବୋମା ନିଷ୍କ୍ରିୟକାରୀ ଟିମ ଯାଞ୍ଚ କରିବା ପରେ ଟର୍ମନାଲ-1ରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ଏହାପରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ଆଇପିସି ଧାରା 505(1) (b), 506(2) ଓ 507 ଅନୁସାରେ ମାମଲା ରୁଜୁ କରିଛି । ଏନେଇ ପୋଲିସ କହିଛି, "ଆମେ ଅଭିଯୁକ୍ତ କଲର୍‌କୁ ଟ୍ରେସ କରିବା ଲାଗି ଉଦ୍ୟମ କରୁଛୁ । ଅଭିୟୁକ୍ତକୁ ଗିରଫ କରାଯିବା ପରେ ଏଭଳି ମିଥ୍ୟା ଖବର ଦେବାର କାରଣ ସମ୍ପର୍କରେ ଜଣାପଡ଼ିବ ।"

ଏହା ବି ପଢନ୍ତୁ- 'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ

ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏୟାରପୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି । ଗତ ବର୍ଷ ନଭେମ୍ବର ମାସରେ କେହି ଜଣେ ଅଜଣା ବ୍ୟକ୍ତି ଇମେଲ ମାଧ୍ୟମରେ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.