ETV Bharat / bharat

ଥମୁନି ବୋମା ଆତଙ୍କ ! କାନପୁରରେ ସ୍କୁଲକୁ ମିଳିଲା ଧମକ - Kanpur Schools Get Bomb Threat

author img

By ETV Bharat Odisha Team

Published : May 15, 2024, 8:23 PM IST

Kanpur Schools Get Bomb Threat: ଦିଲ୍ଲୀ, ଜୟପୁର ପରେ କାନପୁରରେ ୧୦ରୁ ଊର୍ଦ୍ଧ୍ବ ସ୍କୁଲକୁ ବୋମାରେ ଉଡେଇ ଦେବା ପାଇଁ ଆସିଛି ଇମେଲ । ଏହି ଧମକ ପୂର୍ଣ୍ଣ ଇମେଲ ପଛରେ ରୁଷୀୟ ସର୍ଭର ଲିଙ୍କ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Kanpur Schools Get Bomb Threat
Kanpur Schools Get Bomb Threat (ETV Bharat)

ଲକ୍ଷ୍ନୌ: ପୁଣି ସ୍କୁଲକୁ ମିଳିଛି ବୋମା ଧମକ । ଦିଲ୍ଲୀ, ଜୟପୁର ପରେ ଉତ୍ତର ପ୍ରଦେଶର କାନପୁରରେ ୧୦ରୁ ଊର୍ଦ୍ଧ୍ବ ସ୍କୁଲକୁ ଇମେଲ ଜରିଆରେ ମିଳିଛି ବୋମା ଧମକ । ଏହା ଫଳରେ ସହରରେ ଖେଳିଯାଇଛି ଆତଙ୍କ । ସ୍କୁଲଗୁଡିକୁ ମିଳିଥିବା ଏହି ଧମକ ପୂର୍ଣ୍ଣ ଇମେଲ ସହିତ ରୁଷୀୟ ସର୍ଭର ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଜଏଣ୍ଟ କମିଶନର ହରିଶ ଚନ୍ଦେର କହିଛନ୍ତି, "କାନପୁର ପୋଲିସକୁ ବିଭିନ୍ନ ସ୍କୁଲରୁ ବୋମା ଧମକ ମିଳିଥିବା ନେଇ ସୂଚନା ମିଳିଥିଲା । ସାଇବର ସେଲ ପକ୍ଷରୁ ଏ ମାମଲା ସମ୍ପର୍କରେ ଯାଞ୍ଚ ଚାଲିଛି । ସମସ୍ତ ଅଧିକାରୀ ମାନଙ୍କୁ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଏହି ବୋମା ଧମକ ସହିତ ପୂର୍ବରୁ ବିଭିନ୍ନ ସ୍କୁଲ, ବିମାନ ବନ୍ଦର ଓ ହସ୍ପିଟାଲକୁ ଦିଆଯାଇଥିବା ଧମକ ମଧ୍ୟରେ କୌଣସି ପ୍ରକାର ଲିଙ୍କ ଜଡିତ କି ନାହିଁ ତାହା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ମଧ୍ୟ ପଢନ୍ତୁ .... ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଧମକ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ - BOMB THREAT IN SCHOOL

ଏହା ସହ ସେ ଅଭିଭାବକ ମାନଙ୍କୁ କୌଣସି ପ୍ରକାର ବ୍ୟତିବ୍ୟସ୍ତ ନ ହେବାକୁ ସେ ଅନୁରୋଧ କରିଛନ୍ତି । ପୋଲିସ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନେଉଛି । ପୋଲିସ ଏ ସମ୍ପର୍କରେ ସବିଶେଷ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୋଲିସ ଜଏଣ୍ଟ କମିଶନର କହିଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ସୋମବାର ଦିନ ରାଜସ୍ଥାନର ରାଜଧାନୀ ଜୟପୁରରେ ବିଭିନ୍ନ ସ୍କୁଲ ଗୁଡିକୁ ବୋମା ବିସ୍ପୋରଣର ଧମକ ଇମେଲ ଯୋଗେ ମିଳିଥିଲା । ଏହି ଖବର ପାଇବା ମାତ୍ରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୟଭୀତ ହୋଇ ସ୍କୁଲ ପରିସରରୁ ବାହାରି ଆସିଥିଲେ । ପୋଲିସ ବମ୍ ସ୍କ୍ବାଡ଼ ସହିତ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା । ଗତ ସୋମବାର ରାତିରେ ଉତ୍ତରାଖଣ୍ଡର ଉଦାମ ସିଂ ନାଗର ଜିଲ୍ଲାରେ ଥିବା ପନ୍ତନଗର ବିମାନବନ୍ଦରକୁ ମଧ୍ୟ ଏକ ବୋମା ଧମକ ଇମେଲ ଆସିଥିଲା, ଯାହା ପରେ ପୁଙ୍ଖାନୁପୁଙ୍ଖ ସର୍ଚ୍ଚ ଅପରେସନ କରାଯାଇଥିଲା ।

ବିମାନବନ୍ଦରରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ଜିନିଷ ନ ମିଳିବାରୁ ଏହା ଏକ ମିଛ ଧମକ ବୋଲି ଜଣାପଡିଥିଲା । ଏହାପୂର୍ବରୁ, ଦିଲ୍ଲୀ-ଏନସିଆରର 100ରୁ ଅଧିକ ବିଦ୍ୟାଳୟରେ ବୋମା ଧମକ ମିଳିଥିଲା, ଯାହା ଦ୍ବାରା ପଢୁଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଦିଲ୍ଲୀ ପୋଲିସର ସୂଚନାନୁସାରେ, ମେ 1ରେ ମୋଟ 131ଟି ସ୍କୁଲକୁ ଧମକ ଇମେଲ ମିଳିଥିଲା, ତଥାପି ଗୃହ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି ଇମେଲକୁ ମିଛ ଧମକ ବୋଲି କହିଥିଲା । ମେ 14 ରେ ନୂଆଦିଲ୍ଲୀରେ ଚାରୋଟି ଡାକ୍ତରଖାନାକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.