ଓଡିଶା

odisha

Ravan Dahan: ରାବଣ ପୋଡିରେ ସାମିଲ ହେବେ ରାଷ୍ଟ୍ରପତି ମୁର୍ମୁ, କେଜ୍ରିୱାଲ ଏବଂ ପ୍ରଭାସ

By

Published : Oct 5, 2022, 4:28 PM IST

ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଲବକୁଶ ରାମଲୀଲାରେ ବୁଧବାର ଦିନ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଅଧିକ ପଢନ୍ତୁ

ଲବକୁଶ ରାମଲୀଲାରେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ, ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଭାସ
ଲବକୁଶ ରାମଲୀଲାରେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ, ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଭାସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଲବକୁଶ ରାମଲୀଲାରେ ବୁଧବାର ଦିନ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହା ବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସାଉଥ୍‌ ସୁପରଷ୍ଟାର ପ୍ରଭାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଲବକୁଶ ରାମଲୀଲାର ସଭାପତି ଅର୍ଜୁନ କୁମାର କହିଛନ୍ତି ଯେ, ବିଜୟା ଦଶମୀରେ ରାବଣର ଅନ୍ତ ହେବ । ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'ର ପ୍ରସ୍ତୁତି ଏବଂ ଏଥିରେ ତାଙ୍କ ଭୂମିକା ଯୋଗୁଁ ଦିଲ୍ଲୀର ରାମଲୀଳା ସହିତ ସଂପୃକ୍ତ ଥିଲେ ।

ଅର୍ଜୁନ କୁମାର କହିଛନ୍ତି ଯେ, ରାମଲୀଲାର ମଞ୍ଚନ ବଲିଉଡରେ ଗତ 30 ବର୍ଷର ଭେଟେରାନ୍ ଆକ୍ସନ୍ ଡାଇରେକ୍ଟର ମନୋଜ କାଙ୍ଗ୍ରା ଏବଂ ତାଙ୍କ 12 ଜଣ ସଦସ୍ୟଙ୍କ ଟିମ୍‌ ଦ୍ବାରା କରାଯାଇଛି । ଲବକୁଶ ରାମଲୀଲାରେ, ଅନେକ ବଡ ଷ୍ଟଣ୍ଟ୍‌କୁ ଆକ୍ସନ୍ ସିନ୍‌ ସହିତ ନିର୍ଦ୍ଦେଶିତ କରାଯାଉଛି, ଯାହା ଦର୍ଶକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ।

କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଏକ ବଡ଼ ଆକାରରେ ରାମଲୀଲା ଆଯୋଜନ ହୋଇଛି । ରାମଲୀଲାକୁ ନେଇ ଆୟୋଜକ ଏବଂ ଦର୍ଶକ ବହୁତ ଉତ୍ସାହିତ ଥିଲେ । ଆୟୋଜକମାନେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ।

ଏହା ବି ପଢନ୍ତୁ: ରାବଣପୋଡି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଏଥର ଦିଲ୍ଲୀରେ ପୁତ୍ତଳିକା ଦହନ କରିବେ ସୁପରଷ୍ଟାର ପ୍ରଭାସ

ଏହି ମନ୍ତ୍ରୀମାନେ ହେଲେ ରାମଲୀଲାରେ ସାମିଲ

ଲବକୁଶ ରାମଲୀଲାରେ ବଲିଉଡର ଜଣାଶୁଣା କଳାକାର ଅଖିଳେନ୍ଦ୍ର ମିଶ୍ରା ଲବକୁଶ ରାମଲୀଲାରେ ରାବଣ ଭୂମିକାରେ ଅଭିନୟ କରିଥିଲେ, ସେତେବେଳେ ଆସ୍ରାନି ନାରଦଙ୍କ ଭୂମିକାରେ ଅଭିନୟ କରିଥିଲେ। ଜଣାଶୁଣା ଭାରତୀୟ ଗାୟକ ଜସବୀର ସିଂ ଜସି ଏଥର ମେଘନାଥ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏଥର ଲବକୁଶ ରାମଲୀଲାରେ ମହର୍ଷି ବିଶ୍ୱାମିତ୍ରଙ୍କ ଭୂମିକା ଗ୍ରହଣ କରିଥିବାବେଳେ କେନ୍ଦ୍ର ସରକାରଙ୍କ ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗଗାନ୍ ସିଂ କୁଲସ୍ତେ ରାମଲୀଲାରେ ନିଶାଦ ରାଜ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲବକୁଶ ରାମଲୀଲାରେ ଅଭିନୟ କରିବା ସହିତ ଭଜନ ଗାଇଥିଲେ ।

ABOUT THE AUTHOR

...view details