ETV Bharat / politics

ଚତୁର୍ଥ ପର୍ଯ୍ୟାୟ କସରତ, କଂଗ୍ରେସକୁ ବଳ ଦେବାକୁ ଆସୁଛନ୍ତି ରାହୁଲ-ଖଡ଼ଗେ - rahul gandhi TO VISIT ODISHA

author img

By ETV Bharat Odisha Team

Published : May 26, 2024, 8:22 PM IST

RAHUL GANDHI TO VISIT ODISHA: ରାଜ୍ୟର ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରଚାର କରିବେ କଂଗ୍ରେସର କେନ୍ଦ୍ରୀୟ ନେତା । ୨୯ ତାରିଖରେ ବାଲେଶ୍ଵରରେ ଏବଂ ଭଦ୍ରକରେ ମାରାଥନ ପ୍ରଚାର କରିବେ ଖଡ଼ଗେ । ଏଥିସହ ୩୦ରେ ସିମୁଳିଆ ଆସୁଛନ୍ତି ରାହୁଲ । ଅଧିକ ପଢନ୍ତୁ

RAHUL GANDHI TO VISIT ODISHA
RAHUL GANDHI TO VISIT ODISHA (ETV Bharat Odisha)

ଭୁବନେଶ୍ବର: ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସର ହେଭିୱେଟ୍ । ଆସନ୍ତା ୨୯ ଓ ୩୦ ତାରିଖରେ କଂଗ୍ରେସ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧିଙ୍କ ଗସ୍ତ ରହିଛି । ୨୯ ତାରିଖରେ ବାଲେଶ୍ଵରରେ ଏବଂ ଭଦ୍ରକରେ ଖଡ଼ଗେଙ୍କ କାର୍ଯ୍ୟକ୍ରମ ରହିଛି । ସେହିପରି ୩୦ତାରିଖରେ ସିମୁଳିଆ ଆସୁଛନ୍ତି ରାହୁଲ ଗାନ୍ଧି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଭାରୀ ଅଜୟ କୁମାର ।

RAHUL GANDHI TO VISIT ODISHA (OTV Bharat Odisha)

ସୂଚନା ଯୋଗ୍ୟ, ଚଳିତ ମାସ ୨୯ ତାରିଖରେ ମଲିକାର୍ଜୁନ ଖଡ଼ଗେ ସକାଳ ୧୧ଟା ବେଳେ ବାଲେଶ୍ଵରରେ ଦଳୀୟ କ୍ରାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଅପରାହ୍ନ ୩ରେ ଭଦ୍ରକରେ ଅନ୍ୟ ଏକ କାର୍ଯ୍ୟକ୍ରମ ଯୋଗଦେଇ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି । ସେହିଭଳି ରାହୁଲ ଗାନ୍ଧୀ ୩୦ ତାରିଖରେ ସିମୁଳିଆର ସନମହିତପୁର ଆସୁଛନ୍ତି । ସେଠାରେ ଦିନ ୧୧ଟାରେ ବୈଠକ ସାରି ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି ।

ଏହା ସହ ପ୍ରଭାରୀ ଅଜୟ କୁମାର ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଦେଖି ଲାଗୁଛି, ମୋଦି ବୋଧେ ଅସୁସ୍ଥ ଅଛନ୍ତି । ଦେଶବାସୀ ଏଥିପାଇଁ ଚିନ୍ତା କରିବା ଦରକାର । ଗୋଟେ ପଟେ ଦିବ୍ୟଶକ୍ତିର ଆତ୍ମଘୋଷିତ କରି ଅନ୍ୟପଟେ ଅପଶବ୍ଦର ବ୍ୟବହାର କରୁଛନ୍ତି । ଏଥିପାଇଁ କଂଗେସ ମଧ୍ୟ ଚିନ୍ତିତ । କାରଣ କୌଣସି ସାଧାରଣ ତଥା ସୁସ୍ଥ ବ୍ୟକ୍ତି ଏପରି କେବେ କହି ନ ପାରେ । ଆଜିର ନିର୍ବାଚନ ସମୟରେ ବେରୋଜଗାର ବିଷୟରେ ଆଲୋଚନା କରିବା କଥା ହେଲେ ଏଠି ଭିନ୍ନ କଥା ଆଲୋଚନା ହେଉଛି ।

ଏହା ମଧ୍ୟ ପଢନ୍ତୁ ......ପୁଣି ଓଡି଼ଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ: 28ରେ ଶାହ ଓ 29ରେ ମୋଦି କରିବେ ପ୍ରଚାର - MODI AND SHAH TO VISIT ODISHA


ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ବାୟୋଲୋଜିକାଲ ଭାବେ ଦିବ୍ୟ ବୋଲି ଆତ୍ମଘୋଷିତ କରିଛନ୍ତି । ଏପରିକି ଜେପି ନଡ୍ଡା ମଧ୍ୟ ମୋଦିଙ୍କୁ ଦେବତାଙ୍କ ଇନ୍ଦ୍ର ବୋଲି ସଭାରେ କହିଛନ୍ତି । ସମ୍ବିତ ପାତ୍ର ମଧ୍ୟ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ ବୋଲି କହିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ମୋଦି ରାମଙ୍କ ହାତ ଧରି ମନ୍ଦିର ମଧ୍ୟକୁ ନେଉଥିବା ଚିତ୍ର ସୋସିଆଲ ମିଡ଼ିଆରେ ପ୍ରକାଶ କରିଥିଲା ବିଜେପି । ମୋଦି ତଥା ସମସ୍ତ ବିଜେପି ନେତାଙ୍କ ଅହଙ୍କାର ବଢ଼ିଯାଇଛି । ଗୋଟେ ପାଖରେ ହିନ୍ଦୁ ମୁସଲିମ ଭିତରେ ଭେଦଭାବ କରୁନାହିଁ ବୋଲି କହି ଗତ ୧୦ ବର୍ଷ ମଧ୍ୟରେ କେବଳ ହିନ୍ଦୁ ମୁସଲିମ କରି କି ରାଜନୀତି କରିଛନ୍ତି ମୋଦି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.