ବୁଦ୍ଧ ମୂର୍ତ୍ତିକୁ ଭୈରବ ଭାବି ପୂଜା କରୁଥିଲେ ଗାଁ ଲୋକେ... ଆଉ ତା ପରେ - jain idol worshipped as buddha

By ETV Bharat Odisha Team

Published : May 26, 2024, 8:14 PM IST

thumbnail
ବୁଦ୍ଧ ମୂର୍ତ୍ତିକୁ ଭୈରବ ଭାବି ପୂଜା କରୁଥିଲେ (ETV Bharat)

BUDDHA PURNIMA: କୋରାପୁଟ: ଗତ ଗରୁବାର ଦିନ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଦୋରାଗୁଡା ଗ୍ରାମରେ ବଡ଼ ଧୁମଧାମରେ ପାଳିତ ହୋଇଛି ବୁଦ୍ଧ ପୂର୍ଣ୍ଣିମା । ଗୋଟିଏ ପୂରାତନ ମୂର୍ତ୍ତିକୁ ଗୌତମ ବୁଦ୍ଧ ଭାବେ ପରିଗଣିତ କରି ବୁଦ୍ଧ ପୂର୍ଣ୍ଣିମା ଦିନ ପୂଜାର୍ଚ୍ଚନା କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଏହି ମୂର୍ତ୍ତିକୁ ପିଢ଼ି ପରେ ପିଢ଼ି ଗ୍ରାମବାସୀମାନେ ଭୈରବ ମୂର୍ତ୍ତି ଭାବି ପୂଜା କରି ବିଭିନ୍ନ ପଶୁବଳି ଦେଉଥିଲେ । ହେଲେ ଗତ କିଛି ବର୍ଷ ହେବ ଏହା ଗୌତମ ବୁଦ୍ଧଙ୍କ ମୂର୍ତ୍ତି ବୋଲି ଜାଣିବାକୁ ପାଇଥିଲେ । ସେହି ଦିନଠାରୁ ଏଠାରେ ପଶୁବଳି ବନ୍ଦ କରି ବୁଦ୍ଧ ପୂର୍ଣ୍ଣିମାକୁ ବହୁ ଆଡମ୍ବର ସହ ପାଳନ କରାଯାଉଛି । ଜୈନ ପରମ୍ପରାରେ ପ୍ରଚଳିତ ମୂର୍ତ୍ତି ଭଳି ଦେଖା ଯାଉଥିବା ଯୋଗୁଁ ଏହାର ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ସଂସ୍କୃତି ଗବେଷକ । 

କୋରାପୁଟ ଜିଲ୍ଲାର ସୁବାଇ, ନନ୍ଦପୁର, କେଚେଲା ଓ ବିସିଂପୁର ପ୍ରଭୃତି ଅଞ୍ଚଳରେ ଦେଖାଯାଉଥିବା ଜୈନ ପ୍ରତିମୂର୍ତ୍ତୀ ଏହି ଅଞ୍ଚଳରେ ବହୁ ପୂର୍ବେ ଜୈନ ଧର୍ମର ଦୃଢ଼ ଉପସ୍ଥିତି ଆଡକୁ ଇଙ୍ଗିତ କରୁଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ହେଉ ବା ବିଶ୍ୱବିଦ୍ୟାଳୟଗୁଡିକ ଦ୍ୱାରା ହେଉ ଏହି ମୂର୍ତ୍ତି ଗୁଡିକର ଇତିହାସ ସମ୍ପର୍କରେ ଗବେଷଣା କରାଗଲେ ଏହି ଅଞ୍ଚଳର ଜୈନ ଧର୍ମ ସହିତ ଥିବା ସମ୍ପର୍କକ ବିଷୟରେ ସୂଚନା ମିଳି ପାରିଥାନ୍ତା ବୋଲି କହିଛନ୍ତି ସଂସ୍କୃତି ଗବେଷକ ମିହିର ଜେନା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.