ETV Bharat / state

ପରିଶ୍ରମ ହିଁ ସଫଳତାର ଚାବିକାଠି, କାକଟପୁର ପାଇଁ ଗୌରବ ଆଣିଲେ ଗାୟତ୍ରୀ - BSE Matric Result 2024

author img

By ETV Bharat Odisha Team

Published : May 26, 2024, 7:36 PM IST

BSE MATRIC RESULT 2024: ଆଜି ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ଏଥିରେ ୯୨ ପ୍ରତିଶତ ନମ୍ୱର ରଖି କୃତକାର୍ଯ୍ୟ ହୋଇଛନ୍ତି କାକଟପୁର ଅଞ୍ଚଳର ଗାୟତ୍ରୀ ପାତ୍ର । ଅଧିକ ପଢନ୍ତୁ

BSE MATRIC RESULT 2024
BSE MATRIC RESULT 2024 (ETV Bharat Odisha)

ନିମାପଡ଼ା: କଠୋର ପରିଶ୍ରମରେ ହିଁ ସଫଳତା ଦେଇଥାଏ । ଏହି କଥା ପ୍ରମାଣ କରି ଦେଖାଇଛନ୍ତି କାକଟପୁର ଅଞ୍ଚଳର ଗାୟତ୍ରୀ । ଅଭାବ ଅନାଟନ ମଧ୍ୟରେ ବି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଜୀବନରେ ଏକାଗ୍ରତା ଏବଂ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଆପେ ଆପେ ଆସେ । ଏହାକୁ ପ୍ରମାଣିତ କରିଛନ୍ତି କାକଟପୁର କୁଣ୍ଡେଶ୍ୱର ଗ୍ରାମର ଗାୟତ୍ରୀ ପାତ୍ର । ଆଜି ପ୍ରକାଶ ପାଇଛି ଦଶମ ବୋର୍ଡ ପରୀକ୍ଷାର ଫଳାଫଳ । ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ଗାୟତ୍ରୀ । ସେ ୯୨ ପ୍ରତିଶତ ନମ୍ୱର ରଖିବା ସହିତ ଏ୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଅନେକ ବାଧାବିଘ୍ନ ପରେ ବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।

BSE MATRIC RESULT 2024 (ETV Bharat Odisha)

ଗାୟତ୍ରୀ ସର୍ବ ମୋଟ ୫୫୫ ନମ୍ୱର ରଖିଛନ୍ତି । କୁଣ୍ଡେଶ୍ୱର ଗ୍ରାମର ରତ୍ନାକର ପାତ୍ର ଏବଂ ସୁଭଦ୍ରା ପାତ୍ରଙ୍କ ଝିଅ ଗାୟତ୍ରୀ । ପିଲାଟି ଦିନରୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିଲେ ମଧ୍ୟ କେବେ ହତୋତ୍ସାହିତ ହୋଇନାହାନ୍ତି ସେ । ରତ୍ନାକର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ କାକଟପୁରରେ ଏକ ଚୁଡ଼ି ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ପରିବାରର ଆର୍ଥିକ ସ୍ଥିତି ଏତେଟା ସୁଦୃଢ଼ ନ ଥିବାରୁ ଘରୋଇ କୋଚିଂ ସେଣ୍ଟର୍ ଯାଇ ପାରିନଥିବା ଗାୟତ୍ରୀ କିନ୍ତୁ କଠିନ ପରିଶ୍ରମୀ ଏବଂ ମେଧାବୀ ।

ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁ ଥିବାବେଳେ ଶିକ୍ଷକଙ୍କ ମଧ୍ୟ ସହାୟତା ନେଉଥିଲେ । ବିଦ୍ୟାଳୟର ପାଠାଗାରରେ ଭିନ୍ନ ଭିନ୍ନ ପୁସ୍ତିକା ଅଧ୍ୟୟନ ତାଙ୍କର ସଫଳତାର ଅନ୍ୟ ଏକ ମାର୍ଗ ବୋଲି କୁହାଯାଉଛି । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଥିବା ଗାୟତ୍ରୀ ଯୁକ୍ତ ୨ ବିଜ୍ଞାନରେ ଅଧ୍ୟୟନ କରିବା ପାଇଁ ଆଗ୍ରହ ରଖିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜ ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ଗାୟତ୍ରୀ ।

ଏହା ମଧ୍ୟ ପଢନ୍ତୁ .....ବାହାରିଲା ମାଟ୍ରିକ ରେଜଲ୍ଟ: ପାସ୍‌ହାର 96.07%, ଛାତ୍ରଙ୍କୁ ଟପିଲେ ଛାତ୍ରୀ - BSE Matric Result 2024

ପ୍ରକାଶ ଯୋଗ୍ୟ, ଆଜି ପ୍ରକାଶ ପାଇଛି ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳାଫଳ । ଗୋଟିଏ ଦିନରେ ଦଶମ ଏବଂ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକ ପାସ୍‌ହାର 96.07 ପ୍ରତିଶତ ରହିଛି । ଏଥର ବି ଛାତ୍ରଙ୍କୁ ଟପିଲେ ଛାତ୍ରୀ । www.bseodisha.ac.inରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଝିଅଙ୍କ ପାସ୍ ହାର 96.73 ପ୍ରତିଶତ ରହିଥିବା ବେଳେ ଓ ପୁଅଙ୍କ ପାସ୍‌ ହାର 95.39 ପ୍ରତିଶତ ରହିଛି । ମୋଟ 5, 41,61 ଜଣ ପରୀକ୍ଷା ଦେଇଥିବାବେଳେ 5,30,153 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.