ETV Bharat / bharat

ମୁହାଁମୁହିଁ ହେଲେ ବସ-ମ୍ୟାଜିକ୍, ଆଖି ବୁଜିଲେ 5 ଜଣ - Lakhimpur Road Accident

author img

By ETV Bharat Odisha Team

Published : May 26, 2024, 8:37 PM IST

Lakhimpur Road Accident: ଲଖିମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ମ୍ୟାଜିକ ସହିତ ଏକ ରୋଡୱେଜ ବସ୍ ଧକ୍କା ହୋଇଥିଲା ଯେଉଁଥିରେ ଜଣେ ଶିଶୁ ସମେତ 5 ଜଣଙ୍କର ମୃତ୍ୟୁ ହୋଇଛି ।

Lakhimpur Road Accident
Lakhimpur Road Accident (ETV Bharat Odisha)

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଲଖିମପୁର ଖେରୀ ଠାରେ ବସ୍ ଏବଂ ମ୍ୟାଜିକ୍ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି । ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଲଖିମପୁର ଖେରୀ ଠାରେ ହୋଇଥିବା ସଡକ ଦୁର୍ଘଟଣା ଲଖିମପୁର ରାସ୍ତାରେ ଥିବା ରାବାହି ବ୍ରିଜ ନିକଟରେ ଘଟିଛି । ଲଖିମପୁର ଖେରୀ ଠାରୁ ବହରାଇଚକୁ ଯାଉଥିବା ଯାତ୍ରୀପୂର୍ଣ୍ଣ ୟୁପି ରୋଡୱେଜ ବସ ଓଭରଟେକ କରିବା ସମୟରେ ମ୍ୟାଜିକ୍ ସହ ମୁହାଁମୁହିଁ ହୋଇଥିଲା । ତେବେ ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଧକ୍କା ହେବା ପରେ ଉଭୟ ୟୁପି ରୋଡୱେଜ ବସ୍ ଏବଂ ମ୍ୟାଜିକ୍ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ପଡ଼ିଯାଇଥିଲା । ମ୍ୟାଜିକରେ ଥିବା ଲୋକେ ତଳକୁ ଖସି ପଡିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ବସ୍ ଉପରେ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୧ ତୀର୍ଥଯାତ୍ରୀଙ୍କ ଜୀବନ - Uttar Pradesh Accident

ଖବର ପାଇବା ପରେ ଅଞ୍ଚଳର ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆମ୍ବୁଲାନ୍ସ ସାହାଯ୍ୟରେ ଲୋକମାନେ ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଉଦ୍ଧାର ହୋଇଥିବା ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ମହେନ୍ଦ୍ର ବାହାଦୂର ସିଂହ ଏବଂ ପୋଲିସ ଅଧୀକ୍ଷକ ଗଣେଶ ପ୍ରସାଦ ଶାହା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ୟପଟେ ଜିଲ୍ଲାର ଏସପି ରମେଶ କୁମାର ତିୱାରୀ କହିଛନ୍ତି ଯେ ରୋଡୱେଜ ବସ୍ ନାକାହା ନିକଟ ବହରାଇଚ୍ ଆଡକୁ ଯାଉଥିଲା । ମ୍ୟାଜିକ୍ ଗାଡ଼ିଟି ବହରାଇଚରୁ ଲଖିମପୁର ଖେରୀ ଆଡକୁ ଆସୁଥିଲା । ତେବେ ଓଭରଟେକ କରିବାକୁ ଚେଷ୍ଟା କରୁଥିବାବେଳେ ଦୁହେଁ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ଏକ ଶିଶୁ ସମେତ 5 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଶନିବାର ବିଳମ୍ବିତ ରାତି ୧୧.୨୦ଟା ସମୟରେ ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲା ଅନ୍ତର୍ଗତ ଖୁଟାରଠାରେ ବାଇପାସ ରାସ୍ତା କଡରେ ଥିବା ଏକ ଢାବା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସଟି ଠିଆ ହୋଇଥିଲା । ଏହି ସମୟରେ ଏକ ପଥର ବୋଝେଇ ଟ୍ରକ ପ୍ରଥମେ ବସକୁ ଧକ୍କା ଦେଇଥିଲା ଓ ଏହାପରେ ବସ ଉପରେ ଓଲଟି ପଡିଥିଲା । ଫଳରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାୟ ୩ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ କ୍ରେନ ସାହାଯ୍ୟରେ ବସ ଉପରୁ ଟ୍ରକକୁ କଢାଯାଇଥିଲା ଓ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.