ETV Bharat / bharat

ବସ୍ ଉପରେ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୧ ତୀର୍ଥଯାତ୍ରୀଙ୍କ ଜୀବନ - Uttar Pradesh Accident

author img

By ETV Bharat Odisha Team

Published : May 26, 2024, 11:01 AM IST

Updated : May 26, 2024, 11:16 AM IST

Uttar Pradesh Accident: ତୀର୍ଥଯାତ୍ରା ହେଲା କାଳ । ଉତ୍ତରପ୍ରଦେଶ ଶାହଜହାନପୁରରେ ବସ ଉପରେ ଓଲଟି ପଡିଲା ଟ୍ରକ । ଦୁର୍ଘଟଣାରେ ୧୧ ମୃତ ଓ ୧୦ ଗୁରୁତର ଆହତ । ଉତ୍ତରାଖଣ୍ଡରୁ ପୂଣ୍ୟଗିରି ଆସୁଥିଲେ ଯାତ୍ରୀ ।ଅଧିକ ପଢନ୍ତୁ

Uttar Pradesh Accident
Uttar Pradesh Accident (ETV Bharat Odisha)

ଲକ୍ଷ୍ନୌ: ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ । ଏହି ଅଘଟଣରେ ୧୧ଜଣଙ୍କ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ବସରେ ଥିବା ଯାତ୍ରୀମାନେ ଉତ୍ତରାଖଣ୍ଡରୁ ପୂଣ୍ୟଗିରି ମନ୍ଦିର ଦର୍ଶନ ପାଇଁ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Uttar Pradesh Accident
Uttar Pradesh Accident (ETV Bharat Odisha)

ଶନିବାର ବିଳମ୍ବିତ ରାତି ୧୧.୨୦ଟା ସମୟରେ ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲା ଅନ୍ତର୍ଗତ ଖୁଟାରଠାରେ ବାଇପାସ ରାସ୍ତା କଡରେ ଥିବା ଏକ ଢାବା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସଟି ଠିଆ ହୋଇଥିଲା । ଏହି ସମୟରେ ଏକ ପଥର ବୋଝେଇ ଟ୍ରକ ପ୍ରଥମେ ବସକୁ ଧକ୍କା ଦେଇଥିଲା ଓ ଏହାପରେ ବସ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକମାନେ ଏନେଇ ତୁରନ୍ତ ପୋଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ପ୍ରାୟ ୩ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ କ୍ରେନ ସାହାଯ୍ୟରେ ବସ ଉପରୁ ଟ୍ରକକୁ କଢାଯାଇଥିଲା ଓ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏହା ମଧ୍ୟରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବସକୁ ଧକ୍କା ଦେଲା ଟ୍ରକ, ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ - Bus Accident

ସୂଚନା ଅନୁଯାୟୀ, ବସରେ ଥିବା ଯାତ୍ରୀମାନେ ଉତ୍ତରାଖଣ୍ଡର ହୋଇଥିବାବେଳେ ସେମାନେ ସମସ୍ତେ ଏକ ଘରୋଇ ବସ ସାହାଯ୍ୟରେ ଉତ୍ତରପ୍ରଦେଶ ସ୍ଥିତ ମା' ପୂଣ୍ୟଗିରି ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଶାହହଜାପୁରର ଖୁଟାର ଅଞ୍ଚଳରେ ଢାବାରେ ଖାଇବା ପାଇଁ ଓହ୍ଲାଇଥିବା ବେଳେ କିଛି ଯାତ୍ରୀ ବସ ମଧ୍ୟରେ ଥିଲେ । ଏତିକି ବେଳେ ଏହି ଅଘଟଣ ଘଟିଥିଲା ।

ପୋଲିସ ସୂଚନା ମୁତାବକ, "ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । କାହିଁକି ଏଭଳି ଅଘଟଣ ଘଟିଲା ତାହାର ତଦନ୍ତ ଜାରି ରହିଛି । ମୃତଦେହଗୁଡିକୁ ଚିହ୍ନଟ କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2024, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.