ETV Bharat / bharat

ବସକୁ ଧକ୍କା ଦେଲା ଟ୍ରକ, ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ - Bus accident

author img

By ETV Bharat Odisha Team

Published : May 24, 2024, 8:58 AM IST

Updated : May 24, 2024, 9:40 AM IST

Bus Accident in Haryana: ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯିବା ବାଟରେ ଛକି ବସିଥିଲା ମୃତ୍ୟୁ । ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଧକ୍କା ଦେବା ଫଳରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ବସକୁ ଧକ୍କା ଦେଲା ଟ୍ରକ, ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ
ବସକୁ ଧକ୍କା ଦେଲା ଟ୍ରକ, ଆଖିବୁଜିଲେ ଗୋଟିଏ ପରିବାରର ୭ ଜଣ (ETV Bharat Odisha)

ଚଣ୍ଡିଗଡ଼: ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ । ବସରେ ଜମ୍ମୁ-କାଶ୍ମୀର ଯାଉଥିବା ବେଳେ ବାଟରେ ଧକ୍କା ଦେଲା ଟ୍ରକ । ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଆଜି (ଶୁକ୍ରବାର) ଭୋର୍ ସମୟରେ ହରିୟାଣା ରାଜ୍ୟର ଅମ୍ବାଲାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨୫ରୁ ଅଧିକ ଲୋକେ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମ୍ବାଲା-ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି ।

ସୂଚନା ଅନୁଯାୟୀ, ମୃତାହତମାନେ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା । ସମସ୍ତେ ଗୋଟିଏ ପରିବାରର । ସମସ୍ତେ ମିଶି ଜମ୍ମୁ-କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏକ ମିନି ବସ୍‌ରେ ଯାଉଥିଲେ । ଆଜି ଭୋର୍ ସମୟରେ ଅମ୍ବାଲା ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ବସ୍ ଆଡକୁ ବଢୁଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନିମିଷକରେ ମିଳାଇ ଯାଇଥିଲା ସବୁ ଖୁସି । ଦୁର୍ଘଟଣାରେ ବସ୍‌ଟି ପୁରା ଚୁରାମାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ଥରିଲା ଥାନେ, 8 ମୃତ - Thane Chemical Factory Blast

ପୋଲିସ ପହଞ୍ଚି ବସ୍‌ ଭିତରୁ ମୃତାହତମାନଙ୍କୁ ବାହାର କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି, ସେମାନଙ୍କୁ ଅମ୍ବାଲା ଛାବନି ସ୍ଥିତ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତ୍ୟୁ କେତେବେଳେ କେମିତି ଆସିବ କିଏ ବା କହିପାରିବ । ଏଇ ଯେମିତି ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଏହି ପରିବାର ସହ ଘଟିଛି । ହସଖୁସିରେ ଦେବୀମାତାଙ୍କ ଦର୍ଶନ ପାଇଁ ବାହାରିଥିଲେ । ହେଲେ ମନ୍ଦିର ଯାଉଥିବା ବାଟରେ ଯେ ଯମ ଛକି ବସିଥିବ ସେମାନେ ଜାଣିନଥିଲେ । ମୁହୂର୍ତ୍ତକରେ ହସଖୁସି ଶୋକରେ ପରିଣତ ହୋଇଗଲା ।

ଏହା ମଧ୍ୟ ପଢନ୍ତୁ: ଏକାବେଳେ ଜଳିଲା 5 ଜୁଇ, ସନ୍ତାନ ସହ ଆଖି ବୁଜିଲେ ଟିଚର ଦମ୍ପତି - Five Members Of Same Family Died

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

Last Updated : May 24, 2024, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.