ETV Bharat / bharat

ଏକାବେଳେ ଜଳିଲା 5 ଜୁଇ, ସନ୍ତାନ ସହ ଆଖି ବୁଜିଲେ ଟିଚର ଦମ୍ପତି - Five members of same family died

author img

By ETV Bharat Odisha Team

Published : May 23, 2024, 7:19 PM IST

FIVE MEMBERS OF SAME FAMILY DIED: ତାମିଲନାଡୁରେ ଜନଶୂନ୍ୟ ହେଲା ଏକ ପରିବାର । ଏକାବେଳେ ଜଳିଲା 5 ଜୁଇ । ଅଧିକ ପଢନ୍ତୁ

SCHOOL TEACHER DIED
SCHOOL TEACHER DIED (ETV Bharat)

ଚେନ୍ନାଇ: ତାମିଲନାଡୁ ବିରୁଧୁନଗର ଜିଲ୍ଲାରେ ଖେଳିଗଲା ଶୋକର ଛାୟା । ଗୋଟିଏ ପରିବାରର 5ଜଣଙ୍କ ମୃତ୍ୟୁ ସାରା ଅଞ୍ଚଳରେ ସାଜିଛି ଚର୍ଚ୍ଚାର ବିଷୟ । ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କ ସହିତ ମୋଟ 4ଜଣଙ୍କ ମୃତ୍ୟୁ ଘଟିଛି । ଋଣ ଭାର ଯୋଗୁଁ ଏହି ପରିବାର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଲିସ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି ।

ମିଳିଥିବା ସୂଚନା ଅନୁସାରେ, ଶିବକାଶୀ ତିରୁଥାଙ୍ଗଲ ବାଲାଜୀ ନଗର ସ୍ଥିତ ଲିଙ୍ଗମଙ୍କ ଘରେ ଏପରି ଘଟଣା ଘଟିଛି । ଲିଙ୍ଗମ ଦେବାଦାନମ ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପତ୍ନୀ ପଲାନିଆମଲ ମଧ୍ୟ ସୁକ୍କିରାବରପଟି ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପୋଲିସର କହିବାନୁସାରେ, ବୃତ୍ତିରେ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ଉଭୟ ଦମ୍ପତି ଆଜି ବହୁ ସମୟ ପର୍ଯ୍ୟନ୍ତ ନିଜ ଘରୁ ବାହାରିନଥିଲେ । ଏହାପରେ ପଡ଼ୋଶୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଯେତେବେଳେ ପଡ଼ୋଶୀମାନେ ଘର ଭିତରକୁ ଯାଇଥିଲେ, ସେତେବେଳେ ଦମ୍ପତିଙ୍କ ସମେତ 3 ସନ୍ତାନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

SCHOOL TEACHER DIED
SCHOOL TEACHER DIED (ETV Bharat)

ଏହା ବି ପଢନ୍ତୁ- କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ମିଳିଲା ୪ ମୃତଦେହ

ଏହାପରେ ସେମାନେ ସଙ୍ଗେ ସଙ୍ଗେ ତୁରୁଥାଙ୍ଗଲ ପୋଲିସ ଷ୍ଟେସନକୁ ଏନେଇ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ 5ଟି ମୃତଦେହକୁ ଉଦ୍ଧାର କରିଛି । ଏଥିରେ 2 ମାସର ଶିଶୁ ମଧ୍ୟ ରହିଛି । ପୋଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଶିବକାଶୀ ସରକାରୀ ହସ୍ପିଟାଲକୁ ପଠାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ- କାଳ ହେଲା ଛୁଟି ! ନଦୀରେ ବୁଡିଗଲେ ଗୋଟିଏ ପରିବାରର 6 ସଦସ୍ୟ, 4 ମୃତ

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ପୋଲିସ କହିଛି ଯେ ଶିକ୍ଷକ ଲିଙ୍ଗମ ପ୍ରାୟ 40ରୁ ଊର୍ଦ୍ଧ୍ବ ଲୋକଙ୍କଠାରୁ ଟଙ୍କା ଉଧାର ଆଣିଥିଲେ । ଏହାପରେ ଟଙ୍କା ଦେଇଥିବା ବ୍ୟକ୍ତିମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ଚାପ ପକାଉଥିଲେ । ଏହି ଋଣ ଭାରରୁ ମୁକ୍ତି ପାଇବା ଲାଗି ଉଭୟ ଦମ୍ପତି ନିଜ ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି ।

ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ:

ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ । ଆତ୍ମହତ୍ୟା ଚିନ୍ତାଧାରା ମନକୁ ଆସୁଛି କି । କିମ୍ବା ମନର କଥାକୁ କହିବାକୁ ସାଙ୍ଗଟିଏ ଖୋଜୁଛନ୍ତି ।ଏଥିପାଇଁ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । କେହି ଜଣେ ଆପଣଙ୍କ କଥା ଶୁଣିବାକୁ ସର୍ବଦା ଉପସ୍ଥିତ ଅଛି । ସ୍ନେହା ଫାଉଣ୍ଡେସନକୁ କଲ୍ କରନ୍ତୁ - 04424640050 (ଉପଲବ୍ଧ 24x7) କିମ୍ବା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସର ହେଲ୍ପଲାଇନ - 9152987821କୁ କଲ କରନ୍ତୁ । ଏହି ନମ୍ବରଟି ସୋମବାର ଠାରୁ ଶନିବାର ସକାଳ 8 ଟାରୁ ରାତି 10ଟା ପର୍ଯ୍ୟନ୍ତ ଉପଲବ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.