ETV Bharat / bharat

କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ମିଳିଲା ୪ ମୃତଦେହ - Mysore Tragedy

author img

By ETV Bharat Odisha Team

Published : May 22, 2024, 4:00 PM IST

4 Members Found dead Of Same Family: ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଏପରି ଦୁଃଖଦ ଖବର ଆସିଛି କର୍ଣ୍ଣାଟକ ମହୀଶୂରରୁ । ପଢନ୍ତୁ ପୁରା ଖବର ।

Four People Dead
Four People Dead (ETV Bharat)

ବେଙ୍ଗାଲୁରୁ: ଏକାସାଙ୍ଗରେ ୪ ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଆଜି (ବୁଧବାର) ସକାଳୁ ଏଭଳି ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ୟାରାଗହ୍ନାଲିରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ପତି ପତ୍ନି ହେଲେ କୁମାରସ୍ବାମୀ (୪୫), ମଞ୍ଜୁଳା (୩୯) । ସେମାନଙ୍କର ଦୁଇ ଝିଅ ଅର୍ଚ୍ଚନା ଓ ସ୍ବାତୀ ମଧ୍ୟ ପ୍ରାଣ ହରାଇଛନ୍ତି । ବଡ଼ ଝିଅ ଅର୍ଚ୍ଚନାର ବୟସ ୧୯ ବର୍ଷ ହୋଇଥିବାବେଳେ ସ୍ବାତୀକୁ ୧୭ ବର୍ଷ ବୟସ ହୋଇଥିବା ଜଣାପଡ଼ିଛି । ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, କୁମାରସ୍ବାମୀ ଲଣ୍ଡ୍ରି ଦୋକାନରେ କାମ କରୁଥିଲେ । ସେ ନିଜ ପରିବାର ସହ ୟାରାଗହ୍ନାଲିରେ ରହୁଥିଲେ । କୌଣସି କାରଣ ବଶତଃ ସିଲିଣ୍ଡର ଲିକ୍ ଯୋଗୁ ଶ୍ବାସରୁଦ୍ଧ ହୋଇ ପରିବାରର ସମସ୍ତଙ୍କ ଜୀବନ ଯାଇଥିବା ନେଇ ସନ୍ଦେହ କରାଯାଉଛି । ମଙ୍ଗଳବାର ରାତିରେ ଏପରି ଅଘଟଣ ଘଟିଥିବାବେଳେ ବୁଧବାର ସକାଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ମୋବାଇଲ ପାଇଁ ମା'-ଝିଅ ମଧ୍ୟରେ କଳି, ଚାଲିଗଲା ଝିଅର ଜୀବନ - Fight In Family Turned Murder

ସିଟି ପୋଲିସ କମିଶନର ରମେଶ ବାନୋଥଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଛି ସେନେଇ ଛାନଭିନ କରିଛି ପୋଲିସ । ଏହାସହ ମହୀଶୂର ମେଡିକାଲ କଲେଜ ଓ ହସ୍ପିଟାଲକୁ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କୁହାଯାଉଛି । ଏହାସହ ମହୀସୁର ସିଟି ପୋଲିସ କମିଶନର ଓ ନଜାରବାଦ ପୋଲିସ ଘଟଣାସ୍ଥଳରେ ଛାନଭିନ କରିଛନ୍ତି । ପୋଲିସ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ତେବେ ପ୍ରକୃତରେ ଗ୍ୟାସ ଲିକ୍ ଯୋଗୁ ଏପରି ଅଘଟଣ ଘଟିଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହାର ସତ୍ୟାସତ୍ୟ ତଦନ୍ତ ପରେ ଜଣାପଡ଼ିବ ।

ଏହା ବି ପଢନ୍ତୁ...ସହିପାରିଲେନି ସାଥି କଳାକାରଙ୍କ ମୃତ୍ୟୁ, ପ୍ରାଣ ହରାଇଲେ ତେଲୁଗୁ ଅଭିନେତା - Telugu Actor Chandrakanth Dies

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.