ETV Bharat / entertainment

ସହିପାରିଲେନି ସାଥି କଳାକାରଙ୍କ ମୃତ୍ୟୁ, ପ୍ରାଣ ହରାଇଲେ ତେଲୁଗୁ ଅଭିନେତା - Telugu actor Chandrakanth dies

author img

By ETV Bharat Odisha Team

Published : May 18, 2024, 3:17 PM IST

Telugu Actor Chandrakanth dies: ସହ କଳକାରଙ୍କ ମୃତ୍ୟୁର କିଛି ଦିନ ପରେ ପ୍ରାଣ ହାରିଲେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତ । ତେଲୁଗୁ ସିନେ ଜଗତ ସ୍ତବ୍ଧ । ଅଧିକ ପଢନ୍ତୁ

Telugu actor Chandrakanth dies
Telugu actor Chandrakanth dies (ANI)

ହାଇଦ୍ରାବାଦ: ସହି ପାରିଲେନି ସହ କଳାକାରଙ୍କ ମୃତ୍ୟୁ । ଜୀବନ ହାରିଲେ ତେଲୁଗୁ ଅଭିନେତା । ଆଉ ନାହାନ୍ତି ଚେନ୍ଦ୍ରକାନ୍ତ । ଶୁକ୍ରବାର ଦିନ ଅଭିନେତା ଜଣକ ତେଲେଙ୍ଗାନାର ଅଳକାପୁର ସ୍ଥିତ ନିଜ ବାସଭବନରେ ପ୍ରାଣ ହାରିଥିବା ଜଣାପଡିଛି । ତେବେ ସାଥି କଳାକାର ତଥା ବନ୍ଧୁ ପବିତ୍ରା ଜୟରାମଙ୍କ ମୃତ୍ୟୁର କିଛି ଦିନ ପରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସହ କଳାକାରଙ୍କ ମୃତ୍ୟୁକୁ ସହିପାରିଲେନି ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ଏକ କାର୍ ଦୁର୍ଘଟଣାରେ ପବିତ୍ରାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନା ଅନୁସାରେ, ଚନ୍ଦ୍ରକାନ୍ତ କିଛି ଦିନ ହେବ ଅବସାଦରେ ରହିଥିବା ନେଇ ତାଙ୍କ ବାପା ସ୍ପଷ୍ଟ କରିଛନ୍ତି ।

ପବିତ୍ରା ଜୟରାମଙ୍କ ମୃତ୍ୟୁକୁ ସହିପାରି ନଥିଲେ ଚନ୍ଦ୍ରକାନ୍ତ । ସେ ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଥିଲେ । କୋ ଷ୍ଟାର ତ୍ରିନୟନୀଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମଧ୍ୟ ପବିତ୍ରାଙ୍କ ପାଇଁ ରହିଥିଲା । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରହିଥିବା ମଧ୍ୟ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: 'ଉ ଆଣ୍ଟଭା' କଣ୍ଠଶିଳ୍ପୀ ମଙ୍ଗଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମାମଲା ରୁଜୁ

ସେ ଏକ ପୋଷ୍ଟରେ ଦୁହଁଙ୍କ ଫଟୋ ସହିତ ଦୁଃଖ ଇମୋଜି କରି ଲେଖିଥିଲେ, "ପାପା ମୋତେ ଛାଡି ଚାଲିଗଲ । ଏହାକୁ ସହଜରେ ମୁଁ ଗ୍ରହଣ କରିପାରୁ ନାହିଁ । ମୋ ପାଭି ଆଉ ଏହି ଦୁନିଆରେ ନାହିଁ । ପ୍ଲିଜ ମୋ ପାଖକୁ ଫେରି ଆସ । ଏହା ଆମର ଶେଷ ଫଟୋ ଥିଲା । ତୁମେ ବର୍ତ୍ତମାନ ମୋତେ ଏକା ଛାଡି ଚାଲିଗଲ, ମୁଁ ଏହାକୁ ସହ୍ୟ କରିପାରୁ ନାହିଁ । ପୁଣି ଥରେ ମୋ ପାଖକୁ ଫେରି ଆସି ମୋତେ ପୁଣି ଡାକିଦିଏ । " ଅନ୍ୟପଟେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ରଖିଥିଲେ । ସେ ଲେଖିଥିଲେ, "ପାପା ପ୍ଲିଜ ମୋ ପାଖକୁ ଫେରି ଆସ । ମୁଁ ସହ୍ୟ କରିପାରୁ ନାହିଁ । ମୋ ପାଖକୁ ଫେରି ଆସି ମୋ ଲୁହ ପୋଛିଦିଅ ।"

ତେବେ ପବିତ୍ରାଙ୍କ ମୃତ୍ୟୁର କିଛି ଦିନ ପରେ ହିଁ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନ ମଧ୍ୟରେ ଦୁଇ କଳାକାରଙ୍କ ଦେହାନ୍ତ ଖବର ସମଗ୍ର ତେଲୁଗୁ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳିଯାଇଛି । ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.