ETV Bharat / entertainment

'ଡ୍ୟାନ୍ସ ଦିୱାନେ ୪' ଟ୍ରଫି ହାତେଇଲେ ନିତିନ-ଗୌରବ - Dance Deewane 4 Winner

author img

By ETV Bharat Odisha Team

Published : May 26, 2024, 3:40 PM IST

Dance Deewane 4 Winner: ପ୍ରାୟ ତିନିମାସ ପରେ, ଡ୍ୟାନ୍ସ ରିଅଲିଟି ଶୋ' 'ଡ୍ୟାନ୍ସ ଦିୱାନେର ସିଜନ ୪'କୁ ମିଳିଲା ବିଜେତା । ଏହି ସୋ’ରେ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଟ୍ରଫି ହାତେଇଛନ୍ତି ଗୌରବ ଶର୍ମା ଏବଂ ନିତିନ ।

'ଡ୍ୟାନ୍ସ ଦିୱାନେ ୪' ଟ୍ରଫି ହାତେଇଲେ ନିତିନ-ଗୌରବ
'ଡ୍ୟାନ୍ସ ଦିୱାନେ ୪' ଟ୍ରଫି ହାତେଇଲେ ନିତିନ-ଗୌରବ (@Nithin N.J, Instagram)

ହାଇଦ୍ରାବାଦ: ଡ୍ୟାନ୍ସ ରିଅଲିଟି ଶୋ' ଡ୍ୟାନ୍ସ 'ଦିୱାନେର ସିଜନ ୪' ବିଜେତା ହୋଇଛନ୍ତି ଗୌରବ ଶର୍ମା ଏବଂ ନିତିନ । ଫେବୃଆରୀରୁ ଆରମ୍ଭ ହୋଇଥିବା ଡ୍ୟାନ୍ସ ରିଆଲିଟି ଶୋ' 'ଡ୍ୟାନ୍ସ ଦିୱାନେ ସିଜନ୍ ୪' ବର୍ତ୍ତମାନ ପ୍ରାୟ ତିନିମାସ ପରେ ଶେଷ ହୋଇଛି । ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଗୌରବ ଶର୍ମା ଏବଂ ନିତିନ ସୋ' ଟାଇଟଲ ନିଜ ନାଁରେ କରିଛନ୍ତି । ଏଥିସହ ଉଭୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଛନ୍ତି ।

୨୨ ବର୍ଷୀୟ ଗୌରବ ଶର୍ମା ଦିଲ୍ଲୀର ଏବଂ ୧୯ ବର୍ଷୀୟ ନିତିନ ବେଙ୍ଗାଲୁରୁର ଅଟନ୍ତି । ଉଭୟ ଭିନ୍ନ ଭିନ୍ନ ଅଡିସନ ଦେଇଥିଲେ ସୁଦ୍ଧା ପରେ ଉଭୟ ଯୋଡ଼ି ଭାବେ ଦମଦାର ଡ୍ୟାନ୍ସ ପରଫର୍ମ କରି ଏବେ ବିଜେତା ହୋଇଛନ୍ତି । ସୋ'ର ଜଜ ସହ ଦର୍ଶକମାନେ ମଧ୍ୟ ସେମାନଙ୍କ ନୃତ୍ୟକୁ ବହୁତ ପସନ୍ଦ କରିଥିଲେ । ଏଥିସହ ଉଭୟଙ୍କ ପରଫର୍ମ ପାଇଁ ଅନେକ ଥର ମାଧୁରୀ ଦୀକ୍ଷିତ ୧୦୧ ଟଙ୍କା ସଗୁନ୍(ଉପହାର) ଦେଇଛନ୍ତି ।

ଏହି ଫାଇନାଲିଷ୍ଟକୁ ପଛରେ ପକାଇଲେ ଗୌରବ-ନିତିନ

ସୂଚନା ଥାଉ କି, 'ଲୋକପ୍ରିୟ ଶୋ' ଡ୍ୟାନ୍ସ ଦିୱାନ୍ 'ସିଜନ ୪କୁ ହାସ୍ୟ ଅଭିନେତା ଭାରତୀ ସିଂ ହୋଷ୍ଟ କରିଥିଲେ ଏବଂ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ସୁନୀଲ ଶେଟ୍ଟୀ ଜଜ ଥିଲେ । ସୋ'ର ଫାଇନାଲରେ ଶ୍ରୀରଙ୍ଗ-ବର୍ଷା, ତରନଜୋତ-କାଶ୍ୱି, ଦିବ୍ୟାଂଶା-ହର୍ଷ, ଯୁବାଂଶ-ଯୁବରାଜ ଏବଂ ଚୈନଭୀର-ଚିରଶ୍ରୀଙ୍କ ସହ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଗୌରବ ଶର୍ମା ଏବଂ ନିତିନ ବାଜି ମାରିଥିଲେ ।

ମାଧୁରୀ ଜଣାଇଲେ ଶୁଭେଚ୍ଛା

ବିଜେତାମାନଙ୍କ ବିଷୟରେ କଥାବାର୍ତ୍ତା କରି ମାଧୁରୀ ଦୀକ୍ଷିତ କହିଛନ୍ତି, 'ଟ୍ରଫି ଏବଂ ଦର୍ଶକଙ୍କ ହୃଦୟ ଜିତିବା ପାଇଁ ନିତିନ ଏବଂ ଗୌରବଙ୍କୁ ଅଭିନନ୍ଦନ । ତାଙ୍କର ଅନେକ ପରଫର୍ମ ମାଷ୍ଟରପିସ୍ ଥିଲା । ମୋତେ ବିଶ୍ୱାସ ଅଛି ଯେ ତାଙ୍କର କଳା ଜଗତକୁ ଆଶ୍ଚର୍ଯ୍ୟ କରିବ । ତାଙ୍କୁ ଜଣେ କଳାକାର ଭାବରେ ବଢୁଥିବା ଦେଖି ମୁଁ ବେଶ ଖୁସି । ସେମାନେ ଏହି ଟ୍ରଫି ହାତେଇ ଆଗାମୀ ପିଢି ପାଇଁ ପ୍ରେରଣାଦାୟୀ ହୋଇଛନ୍ତି ।

ପୁରସ୍କାର ରାଶି ସହ ଗୌରବ-ନିତିନ କ’ଣ କରିବେ ?

ବିଜୟ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଗୌରବ ଓ ନିତିନ ସେମାନେ ଜିତିଥିବା ପୁରସ୍କାର ରାଶି ସହ କ’ଣ କରିବାକୁ ଯାଉଛନ୍ତି ସେନେଇ ପ୍ରତିକ୍ରିୟା ଦେଇଛନ୍ତି । ଗୌରବ କହିଛନ୍ତି ଯେ ମୁଁ ମୋ ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ଯିବି ଏବଂ ମୋ ବାପା ନେଇଥିବା ଋଣ ପରିଶୋଧ କରିବି । ସେହିପରି ନିତିନ କହିଛନ୍ତି ଯେ ସେ ଏହି ପୁରସ୍କାର ଟଙ୍କା ତାଙ୍କ ପିତାମାତାଙ୍କୁ ଦେବେ ଏବଂ କିଛି ଟଙ୍କା ଦାନ ଦକରିବେ ।

ଏହା ମଧ୍ୟ ପଢନ୍ତୁ: କାନ୍ସରେ ପୁଣି ଭାରତର ଜଲୱା; ଫିଲ୍ମ ନିର୍ମାତା ପାୟଲ କପାଡିଆଙ୍କୁ କରାଗଲା ସମ୍ମାନିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.