ETV Bharat / entertainment

କାନ୍ସରେ ପୁଣି ଭାରତର ଜଲୱା; ଫିଲ୍ମ ନିର୍ମାତା ପାୟଲ କପାଡିଆଙ୍କୁ କରାଗଲା ସମ୍ମାନିତ - PAYAL KAPADIA WINS AT CANNES 2024

author img

By ETV Bharat Odisha Team

Published : May 26, 2024, 12:18 PM IST

Updated : May 26, 2024, 1:49 PM IST

Payal Kapadia Wins At Cannes 2024: ୭୭ତମ କାନ୍ସ ଫିଲ୍ମ ପେଷ୍ଟିଭାଲରେ ପୁଣି ଇତିହାସ ରଚିଲା ଭାରତ । ଅନସୁୟା ସେନଗୁପ୍ତା, ସନ୍ତୋଷ ଶିବନଙ୍କ ପରେ ଫିଲ୍ମ ନିର୍ମାତା ପାୟଲ କପାଡିଆ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଇତିହାସ ରଚିଛନ୍ତି । ତାଙ୍କ ଫିଲ୍ମ 'ଅଲ୍ ୟୁଇ ଇମାଜିନ ଏଜ ଲାଇଟ' ପାଇଁ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ଲାଭ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

କାନ୍ସରେ ପୁଣି ଭାରତର ଜଲୱା; ଫିଲ୍ମ ନିର୍ମାତା ପାୟଲ କପାଡିଆଙ୍କୁ କରାଗଲା ସମ୍ମାନିତ
କାନ୍ସରେ ପୁଣି ଭାରତର ଜଲୱା; ଫିଲ୍ମ ନିର୍ମାତା ପାୟଲ କପାଡିଆଙ୍କୁ କରାଗଲା ସମ୍ମାନିତ (Getty)

ହାଇଦ୍ରାବାଦ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଭାରତୀୟ ଚଳଚ୍ଚିତ୍ର 'ଅଲ୍ ୟୁଇ ଇମାଜିନ ଏଜ ଲାଇଟ'ର ଜଲୱା ଦେଖିବାକୁ ମିଳିଛି । ଏହି ସମୟରେ ପାୟଲ କାପାଡିଆଙ୍କ ଫିଚର ଫିଲ୍ମ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡ ନିଜ ନାଁରେ କରିଛି । ଗ୍ରାଣ୍ଡ୍ ପ୍ରିକ୍ସ ଆୱାର୍ଡ ହେଉଛି ପାମ ଡି’ଅର୍ ପରେ ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସମ୍ମାନଜନକ ପୁରସ୍କାର । ସୂଚନା ଥାଉକି, କାନ୍ସରେ ଚଳିତ ଥର ମୁଖ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଭାରତୀୟ ମହିଳା ନିର୍ଦ୍ଦେଶକଙ୍କ ଏହା ପ୍ରଥମ ଚଳଚ୍ଚିତ୍ର ଥିଲା । ତେବେ ଏହି ପୁରସ୍କାର ପାଇ ଭାରତ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି ପାୟଲ । ଏହି ସଫଳତା ପାଇଁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାୟଲଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିସହ ତାଙ୍କୁ ବଲିଉଡର ତମାମ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରିମିୟରେ ମିଳିଥିଲା ଷ୍ଟାଡିଂ ଓଭେସନ

୨୦୨୪ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମେ' ୨୩ ତାରିଖରେ 'ଅଲ୍ ୟୁଇ ଇମାଜିନ ଏଜ ଲାଇଟ' ପ୍ରିମିୟର ହୋଇଥିଲା । ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବରେ ୩୦ ବର୍ଷ ମଧ୍ୟରେ ଉତ୍ସବର ମୁଖ୍ୟ ବିଭାଗରେ ପ୍ରଦର୍ଶିତ ହୋଇଥିଲା । ଏହି ସମୟରେ ଏହି ଫିଲ୍ମକୁ ୮ ମିନିଟର ଷ୍ଟାଡିଂ ଓଭେସନ ମିଳିଥିଲା । ଯାହାପରେ ଫିଲ୍ମର ପୁରା ଟିମ ରେଡ କାର୍ପେଟରେ ଖୁସିରେ ନାଚିଥିଲେ । ଯାହାର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା ।

କାନ୍ସରେ ପାୟଲ ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି

ଏହାପୂର୍ବରୁ ସେ ତାଙ୍କ ଡକ୍ୟୁମେଣ୍ଟାରୀ 'ଏ ନାଇଟ୍ ଅଫ୍ ନଥିଙ୍ଗ୍' ପାଇଁ ୨୦୨୧ ମସିହାରେ କାନ୍ସରେ ଗୋଲ୍ଡେନ୍ ଆଇ ପୁରସ୍କାର ପାଇଥିଲେ । ୨୦୧୭ରେ ତାଙ୍କ ଫିଲ୍ମ 'ଆଫଟରମୁନ କ୍ଲାଉଡ୍ସ' କାନ୍ସରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ ରହିଥିଲା । ତେବେ ଏବେ ପାୟଲ କାପାଡିଆଙ୍କ ନିର୍ମିତ ପ୍ରଥମ ଫିଚର ଫିଲ୍ମ 'ଅଲ୍ ୟୁଇ ଇମାଜିନ ଏଜ ଲାଇଟ' ୩୦ ବର୍ଷ ପରେ ଏହି ସମ୍ମାନଜନକ ପାମ ଡି’ଅର୍ (Palme d'Or) ଅର୍ଥାତ୍ ଗୋଲଡେନ୍ ପାମ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଏବେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡ ଜିତି ଇତିହାସ ରଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାନ୍ସରେ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମକୁ ମିଲିଲା ଷ୍ଟାଣ୍ଡିଂ ଓଭେସନ, ଖୁସିରେ ନାଚିଲେ ପୁରା ଟିମ୍

'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମର ଲେଖକ ତଥା ନିର୍ଦ୍ଦେଶକ ହେଉଛନ୍ତି ପାୟଲ କପାଡିଆ । ଏହା ଏକ ଇଣ୍ଡୋ-ଫରାସୀ ପ୍ରଡକ୍ସନ ଫିଲ୍ମ ଅଟେ । କାହାଣୀଟି ଦୁଇ ମହିଳାଙ୍କ ଅଟେ । ଏଥିରୁ ଜଣେ ନର୍ସ ଅଟନ୍ତି, ଯିଏକି ଦୀର୍ଘ ସମୟ ପରେ ସ୍ୱାମୀଙ୍କ ଠାରୁ ଉପହାର ଗ୍ରହଣ କରନ୍ତି । ଅନ୍ୟପଟେ ତାଙ୍କ ରୁମମେଟ ତାଙ୍କ ପ୍ରେମିକ ସହ ସମୟ ବିତାଇବା ପାଇଁ ଏକ ଘରୋଇ କୋଠରୀ ଖୋଜନ୍ତି । ପରେ ଉଭୟ ମହିଳା ଏକ ରୋଡ୍ ଟ୍ରିପରେ ଯାଆନ୍ତି, ଯେଉଁଠାରେ ସେମାନଙ୍କର ଜୀବନ ଏକ ନୂଆ ମୋଡ଼ ନେଇଥାଏ ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ମହିଳା ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2024, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.