ETV Bharat / entertainment

Cannes Film Festival 2024; ପ୍ରଥମ ଭାରତୀୟ ମହିଳା ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା - ANASUYA SENGUPTA BEST ACTRESS

author img

By ETV Bharat Odisha Team

Published : May 25, 2024, 2:16 PM IST

Best Actress at Cannes 2024: କାନ୍ସ ଫିଲ୍ମ ପେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି ଅନସୁୟା ସେନଗୁପ୍ତା । ଏହି ଆୱାର୍ଡ ଜିତି ପ୍ରଥମ ଭାରତୀୟ ମହିଳା ଭାବେ ଇତିହାସ ରଚିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା
କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା (Getty)

ହାଇଦ୍ରାବାଦ: କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଭାରତର ଅନାସୁୟା ସେନଗୁପ୍ତା ଇତିହାସ ରଚିଛନ୍ତି । କୋଲକାତା ବାସିନ୍ଦା ଅନସୁୟା ସେନଗୁପ୍ତା ଚଳିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ଫିଲ୍ମ 'ସେମଲେସ' ପାଇଁ ସେ ଏହି ପୁରସ୍କାର ପାଇଛନ୍ତି । ତେବେ ଏହି ଆୱାର୍ଡ ଜିତି ପ୍ରଥମ ଭାରତୀୟ ମହିଳା ଭାବେ ରେକର୍ଡ ସୃଷ୍ଟି କରିବା ସହ ଭାରତ ପାଇଁ ଗୌରବ ଆଣିଛନ୍ତି ଅଭିନେତ୍ରୀ । ଏହି ସମୟରେ ଭାବବିହ୍ୱଳ ହୋଇଛନ୍ତି ଅନସୁୟା ।

କାନ୍ସରେ ଇତଚିହାସ ରଚିଲେ ଅନସୁୟା

ସୂଚନା ଅନୁସାରେ, କାନ୍ସ ଫିଲ୍ମ ଫେଷ୍ଟିଭାଲର ଅନ୍ ସଟନ ରିଗାର୍ଡ ବିଭାଗରେ ଅନସୁୟା ସେନଗୁପ୍ତା ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ତେବେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ହାତେଇଥିବା ବେଳେ ଏହି ସମୟରେ ସେ ଭାବବିହ୍ୱଳ ହୋଇଛନ୍ତି । ଅନାସୁୟା କହିଛନ୍ତି, ''ସମସ୍ତଙ୍କ ସମାନତା ପାଇଁ ଲଢିବା କରିବାକୁ ଆପଣଙ୍କୁ ସମଲିଙ୍ଗୀ ହେବାକୁ ପଡ଼ିବ ନାହିଁ । ଆମକୁ କେବଳ ଭଲ ମଣିଷ ହେବା ଆବଶ୍ୟକ।'' ଏହା ସହିତ ସେ ଏହି ବିଜୟ ପାଇଁ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା
କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା (Getty)

ଅନସୁୟା ସେନଗୁପ୍ତ କିଏ?

ସେ ମୁମ୍ବାଇରେ ଏକ ପ୍ରଡକ୍ସନ୍ ଡିଜାଇନର୍ ଭାବରେ ନିଜ ପାଇଁ ଏକ ଖ୍ୟାତି ଅର୍ଜନ କରିଛନ୍ତି । ଅନସୁୟା ସେନଗୁପ୍ତା କୋଲକାତାର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ସେ ଗୋଆରେ ରୁହନ୍ତି । ଅନସୁୟା ନେଟଫ୍ଲିକ୍ସ ଶୋ’ ମସାବା ମସାବା’ର ସେଟ୍ ମଧ୍ୟ ଡିଜାଇନ୍ କରିଥିଲେ । ସେ ପ୍ରଡକ୍ସନ୍ ଡିଜାଇନର୍ ଏବଂ ବର୍ତ୍ତମାନ ଜଣେ ଅଭିନେତ୍ରୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା
କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା (Getty)

'ସେମଲେସ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ଏକ ଭାରତୀୟ କଳାକାରଙ୍କ ଏକ ଚଳଚ୍ଚିତ୍ର, ଯାହା କାନ୍ସକୁ ଯାଇଥିଲା । ଏଥର କାନ୍ସରେ ୧୦ ରୁ ଅଧିକ ଭାରତୀୟ କଳାକାରଙ୍କ ଚଳଚ୍ଚିତ୍ର କାନ୍ସ ୨୦୨୪ରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଦୁଇଜଣ ଭାରତୀୟ ମହିଳାଙ୍କ କାହାଣୀ ଅଟେ । ଯାହାକୁ ବୁଲଗେରିଆ ଚଳଚ୍ଚିତ୍ର ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିବା ବେଳେ ବର୍ତ୍ତମାନ କାନ୍ସରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି ।

କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା
କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା (Getty)

ଏହା ମଧ୍ୟ ପଢନ୍ତୁ: କାନ୍ସରେ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମକୁ ମିଲିଲା ଷ୍ଟାଣ୍ଡିଂ ଓଭେସନ, ଖୁସିରେ ନାଚିଲେ ପୁରା ଟିମ୍

କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା
କାନ୍ସ ୨୦୨୪; ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା (Getty)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.