ETV Bharat / entertainment

କାନ୍ସରେ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମକୁ ମିଲିଲା ଷ୍ଟାଣ୍ଡିଂ ଓଭେସନ, ଖୁସିରେ ନାଚିଲେ ପୁରା ଟିମ୍ - Cannes 2024

author img

By ETV Bharat Odisha Team

Published : May 24, 2024, 8:00 PM IST

All We Imagine As Light Team Dances At Cannes: କାନ୍ସରେ ପ୍ରଦର୍ଶିତ ହୋଇଥିଲା ଭାରତୀୟ ଫିଲ୍ମ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' । ତେବେ ଏହି ଫିଲ୍ମ ସମସ୍ତଙ୍କ ମନ ଜିତିଥିବା ବେଳେ ଏହି ସମୟରେ ୮ ମିନିଟର ଷ୍ଟାଣ୍ଡିଂ ଓଭେସନ ମିଳିଥିଲା । ଯାହା ପରେ ଫିଲ୍ମର ସମସ୍ତ ଟିମ୍ କାନ୍ସର ରେଡ୍ କାର୍ପେଟରେ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା ।

କାନ୍ସରେ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମକୁ ମିଲିଲା ଷ୍ଟାଡିଂ ଅଡିସନ, ଖୁସିରେ ନାଚିଲେ ପୁରା ଟିମ୍
କାନ୍ସରେ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମକୁ ମିଲିଲା ଷ୍ଟାଡିଂ ଅଡିସନ, ଖୁସିରେ ନାଚିଲେ ପୁରା ଟିମ୍ (Festival de Cannes, Instagram)

ହାଇଦ୍ରାବାଦ: ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 2024ରେ ଭାରତର ଜଲୱା ଦେଖିବାକୁ ମିଲିଛି । ଏଠାରେ ବଲିଉଡ ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅନେକ ଭାରତୀୟ ଫିଲ୍ମ ନିଜର ଯାଦୁ ଦେଖାଇଛନ୍ତି । ତେବେ ଆସନ୍ତାକାଲି ଅର୍ଥାତ୍ ମେ ୨୫ରେ ଏହି ଇଭେଣ୍ଟ ଶେଷ ହେବାକୁ ଥିବା ବେଳେ କେଉଁ ଫିଲ୍ମ କାନ୍ସ 'ପାଲ୍ ଡି’ଅର୍'ର ସର୍ବୋଚ୍ଚ ସମ୍ମାନ ପାଇବ ତାହା ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ । ଏହି ପୁରସ୍କାର ରେସରେ ଭାରତୀୟ ଫିଲ୍ମ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ସାମିଲ ହୋଇଥିବା ବେଳେ ଫିଲ୍ମଟି ଗତକାଲି କାନ୍ସରେ ପ୍ରଦର୍ଶିତ ହୋଇଥିଲା । ଏହି ସମୟରେ ଫିଲ୍ମଟି ସମସ୍ତଙ୍କ ମନ ଜିତିଥିବା ବେଳେ ଏହି ସମୟରେ ୮ ମିନିଟର ଷ୍ଟାଣ୍ଡିଂ ଓଭେସନ ମିଳିଥିଲା । ଯାହା ପରେ ଫିଲ୍ମର ସମସ୍ତ ଟିମ୍ କାନ୍ସର ରେଡ୍ କାର୍ପେଟରେ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

୩୦ ବର୍ଷ ପରେ କାନ୍ସ ରେସରେ ଭାରତୀୟ ଫିଲ୍ମ

ଚଳିତ ବର୍ଷର ଉତ୍ସବ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ହୋଇପାରିଛି । କାରଣ ଏହାର ସମ୍ମାନଜନକ ପାମ ଡି’ଅର୍ (Palme d'Or) ଅର୍ଥାତ୍ ଗୋଲଡେନ୍ ପାମ ପୁରସ୍କାର ପାଇଁ ଲେଖକ ତଥା ନିର୍ଦ୍ଦେଶକ ପାୟଲ କପାଡିଆଙ୍କ ଚଳଚ୍ଚିତ୍ର ଅଲ୍ ଉଇ ଇମାଜିନ ଏଜ ଲାଇଟ' ମନୋନୀତ କରାଯାଇଛି । ଏହା ଏକ ବଡ ସଫଳତା କାରଣ ପାୟଲଙ୍କ ଫିଲ୍ମକୁ ୩୦ ବର୍ଷ ପରେ ଏହି ପ୍ରତିଯୋଗିତାରେ ସାମିଲ ହେବାର ସୁଯୋଗ ମିଳିଛି ।

ଏହି ଫିଲ୍ମ ସହ ଟକ୍କର

କପଡିଆଙ୍କ ଫିଲ୍ମ ସହ ଏହି ପ୍ରତିଯୋଗିତାରେ ୧୯ଟି ଚଳଚ୍ଚିତ୍ର ରହିଛି, ଯେପରିକି ୟର୍ଗୋସ୍ ଲାନଥିମୋସ୍ 'କାଇଣ୍ଡ୍ସ ଅଫ କାଇଣ୍ଡନେସ', ଫ୍ରାନ୍ସିସ୍ ଫୋର୍ଡ କପୋଲାଙ୍କ 'ମେଗାଲୋପଲିସ୍', ପଲ୍ ସ୍କ୍ରାଡରଙ୍କ 'ଓହ୍ କାନାଡା', ଆଣ୍ଡ୍ରେଆ ଆର୍ନୋଲ୍ଡଙ୍କ 'ବାର୍ଡ' ଏବଂ ସଚିନ ବେକରଙ୍କ 'ଅନୋରା' ଭଳି ଚଳଚ୍ଚିତ୍ର ରହିଛି । ତେବେ ଏହି ସମସ୍ତ ଫିଲ୍ମ ପାମ ଡି’ଅର୍ (Palme d'Or) ପୁରସ୍କାର ରେସରେ ସାମିଲ ହୋଇଥିବା ବେଳେ ଏଥର କେଉଁ ଫିଲ୍ମ ଏହା ହାସଲ କରିବା? ତାହା ଆସନ୍ତାକାଲି ଜଣାପଡିବ ।

'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ଏକ ଇଣ୍ଡୋ-ଫରାସୀ ପ୍ରଡକ୍ସନ ଫିଲ୍ମ ଅଟେ । କାହାଣୀଟି ଦୁଇ ମହିଳାଙ୍କ ଅଟେ । ଏଥିରୁ ଜଣେ ନର୍ସ ଅଟନ୍ତି, ଯିଏକି ଦୀର୍ଘ ସମୟ ପରେ ସ୍ୱାମୀଙ୍କ ଠାରୁ ଉପହାର ଗ୍ରହଣ କରନ୍ତି । ଅନ୍ୟପଟେ ତାଙ୍କ ରୁମମେଟ ତାଙ୍କ ପ୍ରେମିକ ସହ ସମୟ ବିତାଇବା ପାଇଁ ଏକ ଘରୋଇ କୋଠରୀ ଖୋଜନ୍ତି । ପରେ ଉଭୟ ମହିଳା ଏକ ରୋଡ୍ ଟ୍ରିପରେ ଯାଆନ୍ତି, ଯେଉଁଠାରେ ସେମାନଙ୍କର ଜୀବନ ଏକ ନୂଆ ମୋଡ଼ ନେଇଥାଏ ।

ଏହା ମଧ୍ୟ ପଢନ୍ତୁ: କାନ୍ସରେ ଚମକିଲା ଭାରତ, ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହେଲା ଏହି ଫିଲ୍ମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.