ETV Bharat / health

ଚିକେନ ଲଭର୍‌ ସାବଧାନ, ଆଦୌ ଖାଆନ୍ତୁ ନାହିଁ ଚିକେନ୍‌ର ଏହି ଅଂଶ ! - Which Chicken Part Is Not To Eat

author img

By ETV Bharat Odisha Team

Published : May 26, 2024, 8:16 PM IST

Unhealthy Part Of Chicken: ଆପଣ ଚିକେନ ଖାଉଛନ୍ତି କି ? ତେବେ ଜାଣିରଖନ୍ତୁ ଚିକେନର କେଉଁ ଅଂଶକୁ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା ।

ଚିକେନ ଲଭର୍‌ ସାବଧାନ
ଚିକେନ ଲଭର୍‌ ସାବଧାନ (X (Twitter))

ହାଇଦ୍ରାବାଦ: ଚିକେନ ଏମିତି ଏକ ଖାଦ୍ୟ ଯାହା ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ । ଆଜିକାଲି ଲୋକମାନଙ୍କର ଖାଦ୍ୟ ତାଲିକାର ଶୀର୍ଷରେ ଥାଏ ଚିକେନ ତରକାରୀ । ପାର୍ଟି ହେଉ କି ଭୋଜି ଚିକେନ ଆଇଟମ ବିନା ଫିକା ଲାଗେ । ସମସ୍ତଙ୍କ ଘରେ ପ୍ରାୟତଃ ଚିକେନର ବିଭିନ୍ନ ପ୍ରକାରର ଆଇଟମ ହୋଇଥାଏ । ବିଶେଷକରି ରବିବାର ଦିନ ଚିକେନ ଟିକିଏ ନହେଲେ ଖାଇବାରେ ମଜା ଆସେ ନାହିଁ । ହେଲେ ଆପଣମାନେ କ'ଣ ଜାଣିଛନ୍ତି କି ? ଆପଣ ଖାଉଥିବା ଚିକେନର କେଉଁ ଅଂଶକୁ ଖାଇବା ଉଚିତ ନୁହେଁ । ଚିକେନର ଏମିତି କିଛି ଅଂଶ ରହିଛି ଯାହା ଖାଇବା ଉଚିତ ନୁହେଁ ।

ଚିକେନ୍‌ର କେଉଁ ଅଂଶ ଖାଇବେ ନାହିଁ

କୁକୁଡାର ଚମଡ଼ା (ଚର୍ମ)ରେ ଅଧିକ ପରିମାଣର କ୍ଷତିକାରକ ଚର୍ବି ଥାଏ । ଏଥିରେ ମଧ୍ୟ କୌଣସି ନ୍ୟୁଟ୍ରିସନ ନଥାଏ । ତେଣୁ ଯଦି କୁକୁଡା ଶରୀରର କେଉଁ ଅଂଶ ଅଦରକାରୀ ବୋଲି ଧରାଯାଏ ତେବେ ତାହା ହେଉଛି ଏହାର ଚର୍ମ । ଅନ୍ୟପକ୍ଷେ ଦୋକାନୀମାନେ ଏହାକୁ ଆକର୍ଷଣୀୟ ଦେଖାଯିବା ପାଇଁ ଚିକେନ୍‌ର ଚମଡାରେ ରାସାୟନିକ ପଦାର୍ଥ ସ୍ପ୍ରେ କରନ୍ତି । ଯାହାକୁ ଖାଇବା ଦ୍ବାରା ଶରୀରରେ କ୍ଷତି ପହଞ୍ଚାଇଥାଏ ।

ଚିକେନ୍ ଚର୍ମ ଖାଇଲେ କ’ଣ ହେବ?

ଚିକେନ୍ ଚର୍ମ ଖାଇବା ଦ୍ବାରା ଶରୀରରେ ଅସ୍ବାସ୍ଥ୍ୟକର ଚର୍ବି ଜମା ହେବା ସହ ଓଜନ ବୃଦ୍ଧି ପାଇବାର ଅନେକ ସମ୍ଭାବନା ରହିଛି । ଏହାସହ ଚିକେନ ଚର୍ମ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଭଳି ଏନେକ ରୋଗ ହେବାର ଆଶଙ୍କା ରହିଥାଏ । USDA ଅଧ୍ୟୟନ ଅନୁଯାୟୀ, ବିନା ଚର୍ମରେ ଥିବା ରନ୍ଧା ହୋଇଥିବା 1 କପ ଚିକେନରେ 231 କ୍ୟାଲୋରୀ ଥିବା ବେଳେ ଚର୍ମ ସହିତ ରନ୍ଧା ହୋଇଥିବା 1 କପ ଚିକେନରେ 276 କ୍ୟାଲୋରୀ ଥାଏ । ଏହାର ଅର୍ଥ ହେଉଛି ଚର୍ମରେ ପ୍ରତି ଆଉନ୍ସରେ 3 ଗ୍ରାମ ସନ୍ତୁଳିତ ଚର୍ବି ରହିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ମସଲାର ରାଜା 'ଲବଙ୍ଗ', ସ୍ୱାଦ ବଢାଇବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା କରେ ଦୂର - Cloves Health Benefits

ଖାଆନ୍ତୁ ନାହିଁ ଚିକେନ୍ ଚର୍ମ !

ତେବେ କିଛି ଲୋକ ଚିକେନ୍ ଚର୍ମ ଖାଇବାକୁ ପସନ୍ଦ କରନ୍ତି । ଏହା ତରକାରୀର ସ୍ବାଦକୁ ଦ୍ବିଗୁଣିତ କରେ । ଅନେକ ଲୋକ ଚର୍ମ ସହ ଥିବା ଚିକେନ ତରକାରୀ ଖାଇବାକୁ ପସନ୍ଦ କରନ୍ତି । ତେବେ ଚିକେନ୍ ଚର୍ମ ନ ଖାଇବା ଅର୍ଥ ଏହା ନୁହେଁ ଯେ, ଏହାକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେବା । ଯଦି ଏହାକୁ ଖାଉଛନ୍ତି ତେବେ ରାନ୍ଧିବା ପୂର୍ବରୁ ଏଥିରେ ଲୁଣ ଏବଂ ହଳଦୀକୁ ମିଶା ଭଲ ଭାବରେ 2ରୁ 3ଥର ଧୁଅନ୍ତୁ । ଏହାପରେ ଯାଇ ଏହାକୁ ରାନ୍ଧନ୍ତୁ । ତେବେ ଏହା ମଧ୍ୟ ମନେ ରଖିବା ଉଚିତ ଯେ, କୁକୁଡା ଚର୍ମକୁ ନିୟନ୍ତ୍ରଣରେ ଖାଇବା ଉଚିତ । ଏହାକୁ ଅଧିକ ଖାଇଲେ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.