ETV Bharat / health

ମସଲାର ରାଜା 'ଲବଙ୍ଗ', ସ୍ୱାଦ ବଢାଇବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା କରେ ଦୂର - Cloves Health Benefits

author img

By ETV Bharat Odisha Team

Published : May 26, 2024, 2:12 PM IST

Benefits Of Cloves Chew Daily: ଲବଙ୍ଗ ମସଲାର ରାଜା, ଯାହା ବିଭିନ୍ନ ତରକାରୀରେ ସ୍ୱାଦ ବଢାଇଥାଏ । କେବଳ ଏତିକି ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ତେବେ ଲବଙ୍ଗର ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ଉପରେ ନଜର ପକାନ୍ତୁ,

ଖାଦ୍ୟରେ ସ୍ୱାଦ ବଢାଇବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା କରେ ଦୂର ଲବଙ୍ଗ
ଖାଦ୍ୟରେ ସ୍ୱାଦ ବଢାଇବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା କରେ ଦୂର ଲବଙ୍ଗ (Getty)

ହାଇଦ୍ରାବାଦ: ଭାରତୀୟ ରୋଷେଇ ଶାଳରେ ଲବଙ୍ଗ ଏକ ମୁଖ୍ୟ ମସଲା ଜାତୀୟ ପଦାର୍ଥ ହୋଇଥାଏ । ଏହି ଲବଙ୍ଗଗୁଡ଼ିକ କେବଳ ତରକାରୀକୁ ଭଲ ସ୍ୱାଦ ଏବଂ ସୁଗନ୍ଧ ଦେଇନଥାଏ, ବରଂ ଆମକୁ ଆବଶ୍ୟକ କରୁଥିବା ଅନେକ ପୋଷକ ତତ୍ତ୍ବ ମଧ୍ୟ ଯୋଗାଇଥାଏ ଏବଂ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତଥାପି ଆମେ ଏହାକୁ ଖାଇବାକୁ ପସନ୍ଦ କରିନଥାଉ । ଯଦି ଆପଣ ପ୍ରତିଦିନ ଲବଙ୍ଗ ଖାଆନ୍ତି ତେବେ କ'ଣ ହୋଇଥାଏ ଜାଣନ୍ତି କି?

ଲବଙ୍ଗ ଖାଇବାର ଫାଇଦା
ଲବଙ୍ଗ ଖାଇବାର ଫାଇଦା (Getty)

ଲବଙ୍ଗ ଖାଇବାର ଫାଇଦା

  • କର୍କଟ ରୋଗର ଆଶଙ୍କା ହ୍ରାସ କରେ: ବିଶେଷଜ୍ଞମାନେ କହିଛନ୍ତି ଯେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଲବଙ୍ଗ ମିଶାଇ ଖାଇବା ଦରକାର । କାରଣ ଏଥିରେ ଥିବା ଫ୍ଲାଭୋନାଏଡ ଏବଂ ଆଇସୋଫ୍ଲୋଭୋନ ପରି ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରେଡିକାଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫଳରେ ସେମାନେ ସେଲ୍ୟୁଲାର କ୍ଷୟକୁ ରୋକିଥାନ୍ତି ଏବଂ ହୃଦରୋଗ, କର୍କଟ ଏବଂ ଯକୃତ ସମସ୍ୟା ଭଳି ବିପଦଜ୍ଜନକ ରୋଗର ଆଶଙ୍କା ହ୍ରାସ ହୋଇଥାଏ ।
  • ହାଡ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ: ଲବଙ୍ଗରେ ପ୍ରଚୁର ପରିମାଣରେ ଥିବା ମାଙ୍ଗାନିଜ୍ ଏବଂ ଫ୍ଲାଭୋନାଏଡ୍ ହାଡକୁ ମଜଭୁତ ବଜାୟ ରଖିବାରେ ସାହାଯ୍ୟ କରେ । ଏହି ଯୌଗିକଗୁଡ଼ିକ ହାଡର ଟିସୁ ମରାମତି କରିବାରେ ସାହାଯ୍ୟ କରେ ବୋଲି ମଧ୍ୟ କୁହାଯାଏ । ଫଳରେ ବିଭିନ୍ନ ହାଡ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ସୁସ୍ଥ ରହିଥାଏ ।
ଲବଙ୍ଗ ଖାଇବାର ଫାଇଦା
ଲବଙ୍ଗ ଖାଇବାର ଫାଇଦା (Getty)
  • ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ: ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରତିଦିନ ଲବଙ୍ଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । 'ଖାଦ୍ୟ ଏବଂ ଡ୍ରଗ୍ ଆନାଲିସିସ୍ ଜର୍ନାଲ୍'ରେ ପ୍ରକାଶିତ ଏକ ଅଧ୍ୟୟନରେ, ଲବଙ୍ଗରେ ଥିବା ଉପାଦାନଗୁଡ଼ିକ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ବୋଲି ଜଣାପଡିଥିଲା । ଏଥିସହ ଏହାର ଆଣ୍ଟି-ଭାଇରାଲ୍ ଗୁଣ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ବୋଲି ମଧ୍ୟ କୁହାଯାଏ ।
  • ହଜମ ପ୍ରକ୍ରିୟାରେ ସୁଧାର ଆଣେ: ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲବଙ୍ଗକୁ ଏକ ଭଲ ଘରୋଇ ଉପଚାର ଭାବରେ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଥିରେ ଥିବା ପୋଷକ ତତ୍ତ୍ୱ ହଜମ ଏବଂ ଅନ୍ତଃନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ଏହା ହଜମକାରୀ ଏନଜାଇମର ଉତ୍ପାଦନକୁ ମଧ୍ୟ ବଢାଇଥାଏ । ଯାହାଫଳରେ ପେଟ ଫୁଲିବା, ଗ୍ୟାସ୍ ଏବଂ ଅପଚ ଭଳି ବିଭିନ୍ନ ହଜମ ପ୍ରକ୍ରିୟା ହ୍ରାସ ହୋଇଥାଏ ।
  • ଦାନ୍ତ ସ୍ୱାସ୍ଥ୍ୟ ପାଇଁ ଭଲ: ଲବଙ୍ଗଗୁଡ଼ିକ ଆଣ୍ଟି-ପ୍ଲେକ୍ ଏବଂ ଆଣ୍ଟି-ମାଇକ୍ରୋବିୟଲ୍ ଗୁଣରେ ଭରପୂର ଅଟେ । ବିଶେଷଜ୍ଞଙ୍କ ଅନୁଯାୟୀ ଦାନ୍ତକୁ ସୁସ୍ଥ ରଖିବାରେ ଏମାନେ ବହୁତ ସାହାଯ୍ୟ କରନ୍ତି । ସେମାନେ କେବଳ ପାଟିରେ ଥିବା ଅଣୁଜୀବକୁ ରୋକିବାରେ ସାହାଯ୍ୟ କରନ୍ତି ନାହିଁ, ବରଂ ସଂକ୍ରମଣ, ଯନ୍ତ୍ରଣା ମଧ୍ୟ ଦୂର କରନ୍ତି । ଲବଙ୍ଗ ତେଲ ମଧ୍ୟ ପାଟିରେ ଥିବା ପିରିୟଡୋଣ୍ଟାଲ ପାଥୋଜେନ ପରି ଜୀବାଣୁଙ୍କଠାରୁ ରକ୍ଷା କରିଥାଏ ।
  • ସଂକ୍ରମଣରୁ ମୁକ୍ତି: ଲବଙ୍ଗକୁ ନିୟମିତ ଖାଇବା ଦ୍ୱାରା ଫ୍ଲୁ, ଥଣ୍ଡା, ସାଇନସ୍ ସମସ୍ୟା ଏବଂ ଭାଇରାଲ୍ ସଂକ୍ରମଣ ଭଳି ରୋଗ ହେବାର ଆଶଙ୍କା କମିଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
  • ମଧୁମେହ ଓ ବୃକକ ଜନିତ ରୋଗୀଙ୍କ ପାଇଂ ଲାଭଦାୟକ: ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କାରଣ ଲବଙ୍ଗରେ ଏପରି ଯୌଗିକ ମଧ୍ୟ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା କିଡନୀ ଜନିତ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ପରିସ୍ରା ସଂକ୍ରମଣରୁ ମୁକ୍ତି ଦେଇଥାଏ ।
  • ମୁଣ୍ଡ ବିନ୍ଧା:- ଏହା ମୁଣ୍ଡବିନ୍ଧା, ମାଇଗ୍ରେନ ପାଇଁ ମଧ୍ୟ ଲାଭଦାୟକ । ଏହାକୁ ଚୋବାଇଲେ ଏହାର ବାସ୍ନା ସଙ୍ଗେ ସଙ୍ଗେ ମୁଣ୍ଡ ବିନ୍ଧାକୁ କମାଇଥାଏ ।
  • ପୁରୁଷଙ୍କ ଯୌନ ସମସ୍ୟା:- ଆୟୁର୍ବେଦରେ ଲବଙ୍ଗ ଅନେକ ଔଷଧରେ ବ୍ୟବହୃତ ହୁଏ ଯାହା ପୁରୁଷମାନଙ୍କୁ ଯୌନ ସ୍ବାସ୍ଥ୍ୟ ସମସ୍ୟାରେ ସାହାଯ୍ୟ କରିଥାଏ । ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିୟମିତ ଭାବରେ ଲବଙ୍ଗର ବ୍ୟବହାର ଟେଷ୍ଟୋଷ୍ଟେରନ୍ ଉତ୍ପାଦନକୁ ବଢାଇଥାଏ । ଅନ୍ୟପକ୍ଷରେ, ଅତ୍ୟଧିକ ବ୍ୟବହାର ଏହାର ଉତ୍ପାଦନକୁ ମଧ୍ୟ ହ୍ରାସ କରିପାରେ ।

ଦିନକୁ କେତେ ଲବଙ୍ଗ ଖାଇବେ?

ସୂଚନା ଥାଉ କି, ପ୍ରତିଦିନ ଲବଙ୍ଗ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର ଅଛି କିନ୍ତୁ ଏହାକୁ ଅଧିକ ଖାଇବା ମଧ୍ୟ ଠିକ ନୁହେଁ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ଏକରୁ ଦୁଇ ଖଣ୍ଡ ଭଳି ଅଳ୍ପ ପରିମାଣରେ ଲବଙ୍ଗ ଖାଇବା ଆବଶ୍ୟକ । ଲବଙ୍ଗକୁ ଚା' ଆକାରରେ ମଧ୍ୟ ଖାଇପାରନ୍ତି କିମ୍ବା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉପକାର ପାଇଁ ଭୋଜନରେ ସାମିଲ କରିପାରନ୍ତି ।

ଅତ୍ୟଧିକ ଲବଙ୍ଗ ଖାଇବାର ଅସୁବିଧା: ପ୍ରତିଦିନ ଲବଙ୍ଗ ଖାଇବାର ସ୍ୱାସ୍ଥ୍ୟ ଉପକାର ସତ୍ତ୍ୱେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଅତ୍ୟଧିକ ଖାଇବା ଦ୍ୱାରା ଯକୃତ ନଷ୍ଟ ହୋଇପାରେ । ଯକୃତ ସମସ୍ୟା ଥିବା ଲୋକମାନେ ସାବଧାନ ହେବା ଉଚିତ୍ । ଏଥିସହ ଗର୍ଭବତୀ ମହିଳାମାନେ ବି ସତର୍କତାର ସହ ଲବଙ୍ଗ ଖାଇବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.