ETV Bharat / entertainment

ପ୍ରେଗନ୍ସି ପାଇଁ ଟ୍ରୋଲ ହେଲେ ଦୀପିକା, ଏମିତି ଜବାବ ଦେଲେ ରଣଭୀର - Ranveer Singh Reply To Trolls

author img

By ETV Bharat Odisha Team

Published : May 26, 2024, 1:59 PM IST

Ranveer Singh Reply To Trolls: ପ୍ରେଗନେନ୍ସି ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ଦୀପିକା ପାଦୁକୋନ । ଏହି ସମୟରେ ସ୍ୱାମୀ ରଣଭୀର ସିଂ ଦୀପିକାଙ୍କ ପ୍ରଶଂସା କରିବା ସହ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।

ପ୍ରେଗନ୍ସି ପାଇଁ ଟ୍ରୋଲ ହେଲେ ଦୀପିକା, ଏମିତି ଜବାବ ଦେଲେ ରଣଭୀର
ପ୍ରେଗନ୍ସି ପାଇଁ ଟ୍ରୋଲ ହେଲେ ଦୀପିକା, ଏମିତି ଜବାବ ଦେଲେ ରଣଭୀର (Instagram/Ranveer Singh))

ହାଇଦ୍ରାବାଦ: ଖୁବଶୀଘ୍ର ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଆସିବ ନୂଆ ଅତିଥି । ଏହି ସମୟରେ ପ୍ରେଗନେନ୍ସି ପାଇଁ ଦୀପିକାଙ୍କୁ ସମାଲୋଚନା କରିଛନ୍ତି ନେଟିଜେନ୍ସ । ବର୍ତ୍ତମାନ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ ଦୀପିକାଙ୍କ ସମର୍ଥନରେ ବାହାରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ରଣଭୀର ସୋସିଆଲ ମିଡିଆରେ ଦୀପିକାଙ୍କ ଅନେକ ଫଟୋ ସେୟାର କରି ତାଙ୍କ ପ୍ରଶଂସା କରିବା ସହ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି ।

ରଣଭୀର ସିଂଙ୍କ ପୋଷ୍ଟ
ରଣଭୀର ସିଂଙ୍କ ପୋଷ୍ଟ (Instagram/Ranveer Singh)

ରଣଭୀର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୀପିକାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୀପିକା ୟେଲୋ ଗାଉନରେ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଟ୍ରୋଲର୍ସଙ୍କୁ ଟାର୍ଗେଟ କରି ଲେଖିଛନ୍ତି, 'ବୁରି ନଜର ୱାଲେ ତେରା ମୁଁ କାଲା' ଏହାର ଅର୍ଥ ଖରାପ ନଜରରେ ଦେଖୁଥିବା ଲୋକଙ୍କୁ ମୁହଁ କଳା । ସେ ସେୟାର କରିଥିବା ଅନ୍ୟ ଫଟୋରେ ଦୀପିକାଙ୍କ ପ୍ରଶଂସା କରି ମୋ ସନସାଇନ ବୋଲି କହିଛନ୍ତି ।

ସୂଚନା ଥାଉ କି, ମେ' ୨୦ରେ, ଦୀପିକା ଏବଂ ରଣଭୀର ସିଂ ମୁମ୍ବାଇ ଏକ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଦୀପିକାଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଥିଲା । ଯାହାର ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯାହାପରେ ଟ୍ରୋଲର୍ସ ତାଙ୍କୁ ସମାଲୋଚନା କରିଥିଲେ । ଅନେକ ତାଙ୍କ ବେବି ବମ୍ପକୁ ନକଲି ବୋଲି କହିବା ସହ ଅନେକ ତାଙ୍କ ପ୍ରେଗନେନ୍ସିକୁ ନେଇ ଥଟ୍ଟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଦୀପଭୀରଙ୍କ ଘରକୁ ଆସିବେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ସେପ୍ଟେମ୍ୱରରେ ଆସିବ କୁନି ଅତିଥି

ପ୍ରକାଶ ଥାଉକି, ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ । ତେବେ ଚଳିତ ସେପ୍ଟେମ୍ୱରରେ ଦୀପିକା ସନ୍ତାନ ପ୍ରସବ କରିବେ । ଏନେଇ ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଦବଙ୍ଗ ଦୀପିକାଙ୍କ ଲେଡି ସିଂଘମ ଲୁକ୍‌, ଫଟୋ ଦେଖି ଫ୍ୟାନ୍ସ ଫିଦା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.