ETV Bharat / entertainment

ରାବଣପୋଡି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଏଥର ଦିଲ୍ଲୀରେ ପୁତ୍ତଳିକା ଦହନ କରିବେ ସୁପରଷ୍ଟାର ପ୍ରଭାସ

author img

By

Published : Sep 12, 2022, 7:33 PM IST

ଏଥର ରାବଣର ପୁତ୍ତଳିକା ଦହନ କରିବେ ସୁପରଷ୍ଟାର ପ୍ରଭାସ
ଏଥର ରାବଣର ପୁତ୍ତଳିକା ଦହନ କରିବେ ସୁପରଷ୍ଟାର ପ୍ରଭାସ

ଦିଲ୍ଲୀର ପ୍ରସିଦ୍ଧ ଲବ କୁଶ ରାମଲୀଲାରେ (Lav Kush Ramleela) ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର ପ୍ରଭାସ ନଜର ଆସିବେ। ପ୍ରଭାସ ଚଳିତ ବର୍ଷ ରାମଲୀଲାରେ ରାବଣର ପୁତ୍ତଳିକା ଦହନ କରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏଥର ଦିଲ୍ଲୀର ପ୍ରସିଦ୍ଧ ଲବ କୁଶ ରାମଲୀଲାରେ (Lav Kush Ramleela) ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର ପ୍ରଭାସ ନଜର ଆସିବେ । ସୁପରଷ୍ଟାର ପ୍ରଭାସ ଚଳିତ ବର୍ଷ ରାମଲୀଲାରେ ରାବଣର ପୁତ୍ତଳିକା ଦହନ କରିବେ । ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ଲବ କୁଶ ରାମଲୀଲା କମିଟି ୨୬ ସେପ୍ଟେମ୍ବରରୁ ଦିଲ୍ଲୀରେ ଦଶହରା ମହୋତ୍ସବ ସମୟରେ ରାମଲୀଲା ଆୟୋଜନ କରିବ ।

ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ହଜାର ହଜାର ଲୋକ ମଧ୍ୟ ଏହି ରାମଲୀଲା ଦେଖିବା ପାଇଁ ଆସନ୍ତି । ଏହି କମିଟି ପ୍ରତିବର୍ଷ ଏକ ନୂଆ ଥିମ୍ ସହିତ ପେଣ୍ଡାଲ୍ ତିଆରି ପାଇଁ ମଧ୍ୟ ଜଣାଶୁଣା । ଏଥର ଲାଲ୍‌କିଲ୍ଲା ପଡିଆରେ ଏହି କମିଟି ଅଯୋଧ୍ୟାର ରାମ ମନ୍ଦିର ଥିମ୍ ଉପରେ ଏକ ପେଣ୍ଡାଲ୍ ନିର୍ମାଣ କରିବ। ବିଜୟାଦଶମୀ ଅର୍ଥାତ ୫ ଅକ୍ଟୋବରରେ ଅଭିନେତା ପ୍ରଭାସ ଏହି ମହୋତ୍ସବରେ ଯୋଗଦେବେ ।

ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରୁଥିବାବେଳେ କମିଟିର ମୁଖ୍ୟ ଅର୍ଜୁନ କୁମାର ରାମଲୀଲାକୁ ନେଇ ବହୁତ ଉତ୍ସାହିତ ଥିଲେ । ସେ କହିଛନ୍ତି ଯେ, "ପ୍ରଭାସ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦି ପୁରୁଷରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ପୁତ୍ତଳିକା ହେବ। ଏଥିମଧ୍ୟରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦ ଅନ୍ତର୍ଭୁକ୍ତ । ପ୍ରଭାସ ଧନୁତୀର ଚଳାଇ ସମସ୍ତଙ୍କୁ ଜାଳିବେ । ଏହି ବର୍ଷ ଏହି ପୁତ୍ତଳିକାର ଉଚ୍ଚତା ୧୦୦ ଫୁଟ ରହିବ ।"

ଏହାପୂର୍ବରୁ ଅଭିନେତା ଅଜୟ ଦେବଗନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ କମିଟିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି ପର୍ବ ବିଷୟରେ ସେ କହିଛନ୍ତି ଯେ, "ଏହି ୧୦ ଦିନିଆ ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବରରେ ଶେଷ ହେବ । ବିଶ୍ୱାସ ରହିଛି ଯେ, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନଅ ଦିନ ଧରି ମା’ ଭଗବତୀଙ୍କର ଆରାଧନା ଶେଷ ହେବାର ପର ଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ ।"

ପୁରାଣ ଅନୁଯାୟୀ ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଦ୍ଧ କରି ମା’ ସୀତାଙ୍କୁ ମୁକୁଳାଇ ଆଣିଥିଲେ । ଭାରତୀୟ ସଂସ୍କୃତି ଅନୁଯାୟୀ ରାମଙ୍କୁ କେବଳ ଆରାଧ୍ୟ ଦେବତା ଭାବେ ନୁହେଁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ମଧ୍ୟ ଧରାଯାଇଥାଏ । ହିନ୍ଦୁ ଧର୍ମରେ ଦଶହରାର ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ତେଣୁ ଲୋକମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.