ETV Bharat / entertainment

କାନ୍ସରେ କମାଲ କଲେ ନେନ୍ସି ତ୍ୟାଗି, ପଛରେ ପଡିଲେ ନାମୀଦାମୀ ଫ୍ୟାଶନ ଡିଜାଇନର - NANCY TYAGI MADE HISTORY

author img

By ETV Bharat Odisha Team

Published : May 26, 2024, 4:43 PM IST

Updated : May 26, 2024, 5:15 PM IST

Nancy Tyagi Made History In Cannes: କାନ୍ସ ଫିଲ୍ମ ପେଷ୍ଟିଭାଲ ବର୍ତ୍ତମାନ ଶେଷ ହୋଇଥିଲେ ସୁଦ୍ଧା ଇଭେଣ୍ଟରୁ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଭାରତୀୟ ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ନେନ୍ସି ତ୍ୟାଗି କାନ୍ସରେ ଡେବ୍ୟୁ କରିଥିବା ବେଳେ ନିଜ ଲୁକରେ ସମସ୍ତଙ୍କ ମନ ଜିତିବା ସହ ଇତିହାସ ରଚିଛନ୍ତି ।

କାନ୍ସରେ ଇତିହାସ ରଚିଲେ ନେନ୍ସି ତ୍ୟାଗି , ବଡ଼-ବଡ଼ ଫ୍ୟାଶନ ଡିଜାଇନର୍ସଙ୍କୁ ପକାଇଲେ ଫଛରେ
କାନ୍ସରେ ଇତିହାସ ରଚିଲେ ନେନ୍ସି ତ୍ୟାଗି , ବଡ଼-ବଡ଼ ଫ୍ୟାଶନ ଡିଜାଇନର୍ସଙ୍କୁ ପକାଇଲେ ଫଛରେ (@nancytyagi_Instagram)

ହାଇଦ୍ରାବାଦ: ଚଳିତ ବର୍ଷ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ପାଇଁ ସ୍ୱତନ୍ତ୍ର ରହିଥିଲା । ଏହି ଇଭେଣ୍ଟରେ ଚଳିତ ଥର ଅନେକ ଭାରତୀୟଙ୍କ ଜଲୱା ଦେଖିବାକୁ ମିଳିଛି । ବଲିଉଡ ଅଭିନେତ୍ରୀଙ୍କ ଠାରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜ ଗ୍ଲାମର ତଡକା ଲଗାଇଥିବା ବେଳେ ଅନେକ ଭାରତୀୟ ଫିଲ୍ମ ମଧ୍ୟ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ନେନ୍ସି ତ୍ୟାଗି କାନ୍ସରେ ଡେବ୍ୟୁ କରିଥିବା ବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ନିଜ ପ୍ରସ୍ତୁତ ଡ୍ରେସ ପିନ୍ଧି କାନ୍ସରେ ଡେବ୍ୟୁ କଲେ ନେନ୍ସି

୨୩ ବର୍ଷୀୟ ନେନ୍ସି ତ୍ୟାଗି ଉତ୍ତରପ୍ରଦେଶର ହୋଇଥିବା ବେଳେ ସେ ଜଣେ ଫ୍ୟାଶନ ଇନଫ୍ଲୁଏନ୍ସର । ତେବେ ଚଳିତ ବର୍ଷ ସେ କାନ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବେଳେ ନିଜ ଗ୍ଲାମର ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ରେଡ କାର୍ପେଟରେ ନିଜେ ଡିଜାଇନ୍ କରିଥିବା ଆଉଟଫିଟ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଏହି ଚଳଚ୍ଚିତ୍ର ମହୋତ୍ସବରେ ତିନୋଟି ଭିନ୍ନ ଲୁକରେ ଭିନ୍ନ ଦିନରେ ନଜର ଆସିଥିଲେ । ନେନ୍ସିଙ୍କ ସମସ୍ତ ତିନୋଟି ଲୁକ୍ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ତେବେ ନେନ୍ସି କେବଳ ଏହି ସୁନ୍ଦର ପୋଷାକର ଡିଜାଇନ୍ କରିନାହାଁନ୍ତି ବରଂ ସେ ନିଜେ ମଧ୍ୟ ସିଲେଇ କରିଛନ୍ତି ।

ନେନ୍ସିଙ୍କ କାନ୍ସ ଲୁକ୍

ପ୍ରଥମ ଦିନ ନେନ୍ସି ବାର୍ବି ଷ୍ଟାଇଲର ପିଙ୍କ ରଙ୍ଗର ଗାଉନ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହି ଗାଉନର ଓଜନ ୨୦ କିଲୋଗ୍ରାମ ଥିଲା ଏବଂ ଏହାକୁ ତିଆରି କରିବା ପାଇଁ ୧୦୦୦ ମିଟର କପଡା ବ୍ୟବହାର କରାଯାଇଥିଲା । ଏକ ମାସର ପରିଶ୍ରମ ପରେ ନେନ୍ସି ନିଜେ ଏହି ଗାଉନ୍ ପ୍ରସ୍ତୁତ କରି ରେଡ କାର୍ପେଟରେ ନିଜ ଜଲୱା ଦେଖାଇଥିଲେ । ସେହିପରି ଦ୍ୱିତୀୟ ଦିନରେ ନେନ୍ସି ଭାଓଲେଟ ରଙ୍ଗର ଏମ୍ବ୍ରୋଡୋରୀ ଶାଢୀ ସହ ନଜର ଆସିଥଲେ । ତୃତୀୟ ଦିନରେ ସେ ବ୍ଲାକ ରଙ୍ଗର ଏକ ଗାଉନରେ ନଜର ଆସିଥିଲେ । ଏହି ସମସ୍ତ ଆଉଟଫିଟକୁ ନେନ୍ସି ନିଜେ ଡିଜାଇନ କରିବା ସହ ନିଜେ ସିଲେଇଛନ୍ତି । ତେବେ ପ୍ରଥର ଥର ପାଇଁ ଜଣେ ଭାରତୀୟ ସେଲିବ୍ରିଟି ଯିଏ ନିଜ ପ୍ରସ୍ତୁତ ଆଉଟଫିଟ ସହ କାନ୍ସରେ ସାମିଲ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ମହିଳା ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଅନସୁୟା ସେନଗୁପ୍ତା

ପ୍ରଶଂସା କଲେ ସୋନମ କପୁର

ନେନ୍ସି ତ୍ୟାଗି କାନ୍ସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କ ଏହି ନିର୍ମିତ ଆଉଟଫିଟ ବଡ଼- ବଡ଼ ପ୍ରସିଦ୍ଧ ଡିଜାଇନଙ୍କୁ ମଧ୍ୟ ପଛରେ ପକାଇଛି । କେବଳ ଏତିକି ନୁହେଁ ତାଙ୍କର ଲୁକ ଦେଖି ବଲିଉଡ ଡିଭା ସୋନମ କପୁର ମଧ୍ୟ ତାଙ୍କ ଫ୍ୟାନ୍ସ ହୋଇଛନ୍ତି । ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରି ନେନ୍ସିଙ୍କ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କାନ୍ସରେ ପୁଣି ଭାରତର ଜଲୱା; ଫିଲ୍ମ ନିର୍ମାତା ପାୟଲ କପାଡିଆଙ୍କୁ କରାଗଲା ସମ୍ମାନିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2024, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.