ଓଡିଶା

odisha

RamMandir News: ଶାହଙ୍କ ବଡ ଘୋଷଣା, 2024 ଜାନୁଆରୀ 1 ସୁଦ୍ଧା ସରିବ ରାମମନ୍ଦିର ନିର୍ମାଣ

By

Published : Jan 5, 2023, 10:43 PM IST

Updated : Jan 5, 2023, 10:57 PM IST

ନିର୍ବାଚନୀ ରାଜ୍ୟ ତ୍ରିପୁରା ଗସ୍ତରେ ଯାଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି, ପ୍ରତିକ୍ଷାର ଅନ୍ତ ହେବ । ସଂଘର୍ଷର ସଫଳତା ଅନୁଭବ ହେବ । ଆଉ ଏକ ବର୍ଷ ମଧ୍ୟରେ କୋଟି କୋଟି ରାମଭକ୍ତଙ୍କ ସ୍ବପ୍ନ ସାକାର ହେବ । ଭଗବାନ ରାମଲାଲା ତାଙ୍କ ମନ୍ଦିରରେ ବିରାଜମାନ ହେବେ । ଅଧିକ ପଢନ୍ତୁ

Ram Mandir News
Ram Mandir News

ଅଗରତାଲା: ଆସନ୍ତା ବର୍ଷ ( 1 ଜାନୁୟାରୀ 2024) ସୁଦ୍ଧା ଅଯୋଧ୍ୟାରେ ଭବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିର ନିର୍ମାଣ ଶେଷ ହେବ ( Ram Mandir Will Be Ready on 1 January 2024 ) । 14 ଜାନୁୟାରୀ 2024 ପବିତ୍ର ମକର ସଂକ୍ରାନ୍ତିରୁ ଭଗବାନ ରାମଲାଲାଙ୍କୁ ଦର୍ଶନ କରିବେ ଭକ୍ତ । ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ସାଧାରଣ ସଭାରେ ଏହି ଘୋଷଣା କରିଛନ୍ତି (Home Minister Amit shah in Tripura ) । ଶାହଙ୍କ ଘୋଷଣା ପରେ କୋଟି କୋଟି ହିନ୍ଦୁ ସନାତନ ଧର୍ମାବଲମ୍ବୀ ସମେତ ରାମଭକ୍ତଙ୍କ ମଧ୍ୟରେ ଖୁସିର ମାହୋଲ ।

ଏହାବି ପଢନ୍ତୁ- ପାକିସ୍ତାନୀ ଡାକ୍ତରଙ୍କ ୬୦ ଛୁଆ, ୩ଟି ପତ୍ନୀ; ସରକାରଙ୍କୁ କହିଲେ ଆମକୁ ବସ୍ ଦିଅ

ନିର୍ବାଚନୀ ରାଜ୍ୟ ତ୍ରିପୁରା ଗସ୍ତରେ ଯାଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି, ‘‘ପ୍ରତିକ୍ଷାର ଅନ୍ତ ହେବ । ସଂଘର୍ଷର ସଫଳତା ଅନୁଭବ ହେବ । ଆଉ ଏକ ବର୍ଷ ମଧ୍ୟରେ କୋଟି କୋଟି ରାମଭକ୍ତଙ୍କ ସ୍ବପ୍ନ ସାକାର ହେବ । ଭଗବାନ ରାମଲାଲ ତାଙ୍କ ମନ୍ଦିରରେ ବିରାଜମାନ ହେବେ । ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆଗମନ ହେବ । ଆଗାମୀ ବର୍ଷ ମକର ସଂକ୍ରାନ୍ତିରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଟିକେଟ କାଟିବାକୁ ମଧ୍ୟ ବିରୋଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ଶାହ ।’’

ଦକ୍ଷିଣ ତ୍ରିପୁରାରର ଶବଋମ ଜିଲ୍ଲାରେ ଆୟୋଜିତ ଦଳୀୟ ବିଶ୍ବାସ ଯାତ୍ରାକୁ ଶୁଭାରମ୍ଭ କରି ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି 1 ଜାନୁୟାରୀ 2024 ସୁଦ୍ଧା ଭବ୍ୟ ରାମମନ୍ଦିର ନିର୍ମାଣ ଶେଷ ହେବ । 14 ଜାନୁୟାରୀ 2024 ରୁ ଦର୍ଶନ କରିବେ ଭକ୍ତ । ଆପଣ ମଧ୍ୟ ଦର୍ଶନ ପାଇଁ ଟିକେଟ କାଟିଦିଅନ୍ତୁ । ଏହା ପୂର୍ବରୁ ଶାହ ଉତ୍ତର ତ୍ରିପୁରା ଧର୍ମନଗର ଜିଲ୍ଲାରେ ମଧ୍ୟ ବିଜେପି ବିଶ୍ବାସ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାର ଉଦ୍ଦେଶ୍ୟ ହେଲେ ଗତ 5 ବର୍ଷରେ ବିଜେପି ସରକାର ରାଜ୍ୟରେ କରିଥିବା ବିକାଶ ଲୋକଙ୍କ ନିକଟରେ ପହଞ୍ଚାଇବା । ଯାତ୍ରା ଜରିଆରେ ବିଜେପି ଗତ ପାଞ୍ଚବର୍ଷରେ ରାଜ୍ୟର କଣ କଣ ବିକାଶ କରିଛି, କଣ ଯୋଜନା ରଖିଛି ତାହା ଲୋକଙ୍କୁ ବୁଝାଇବ ।

ଏହାବି ପଢନ୍ତୁ- ସ୍ପେସ୍ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ର ଅଭିବୃଦ୍ଧି ପାଇଁ ଏକାଠି ହେଲେ ISRO-Microsoft

2019 ସାଧାରଣ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ମନ୍ଦିର ୱହିଁ ବନେଗା... ମଗର ତାରିଖ ନୈହିଁ ବତାଏଙ୍ଗେ...ଯାହାର ଆଜି ଜବାବ ଦେଇ ଅମିତ ଶାହ କହିଛନ୍ତି ରାହୁଲ ଗାନ୍ଧୀ ମନ୍ଦିର ନିର୍ମାଣ ତାରିଖ ପଚାରୁଥିଲେ । ଅନେକ ଲୋକ ମନ୍ଦିର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଉଥିଲେ । ଆଜି ରାହୁଲ ଗାନ୍ଧୀ ସମେତ ସମସ୍ତଙ୍କୁ କହିବାକୁ ଚାହେଁ, ଅଯୋଧ୍ୟାରେ ଗଗନଶ୍ଚୁମ୍ଭୀ ଭବ୍ୟ ଦିବ୍ୟ ମନ୍ଦିର ନିର୍ମାଣ ଚାଲିଛି । ଯାହା 1 ଜାନୁୟାରୀ 2024 ଶୁଦ୍ଧା ଶେଷ ହେବ । 14 ଜାନୁୟାରୀ 2024 ରୁ ଭକ୍ତ ଦର୍ଶନ କରିବେ । ରାହୁଲ ଗାନ୍ଧୀ ମଧ୍ୟ ଦର୍ଶନ ପାଇଁ ଟିକେଟ କାଟିଦିଅନ୍ତୁ ବୋଲି କହିଛନ୍ତି ଶାହ ।

ଏହାବି ପଢନ୍ତୁ- ସାବରିମାଳାରେ ଦର୍ଶନ କରି କର୍ଣ୍ଣାଟକରେ ନିଜ ବସାକୁ ଫେରିଆସିଲା ପାରା !

ସୂଚନାଯୋଗ୍ୟ ଯେ 05 ଅଗଷ୍ଟ 2020 ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଥିଲେ । 9 ନଭେମ୍ବର 2019 ରେ ସର୍ବୋଚ୍ଚ ଅଦାଲତ ରାମମନ୍ଦିର ନିର୍ମାଣକୁ ନେଇ ରାୟ ଦେଇଥିଲେ ।

Last Updated :Jan 5, 2023, 10:57 PM IST

ABOUT THE AUTHOR

...view details