ସାବରିମାଳାରେ ଦର୍ଶନ କରି କର୍ଣ୍ଣାଟକରେ ନିଜ ବସାକୁ ଫେରିଆସିଲା ପାରା !

By

Published : Jan 5, 2023, 10:21 PM IST

Updated : Feb 3, 2023, 8:38 PM IST

thumbnail

ହାଇଦ୍ରାବାଦ: କେରଳର ପ୍ରସିଦ୍ଧ ସାବରିମାଳାରେ ଏକ ପାରା ସ୍ବାମୀ ଆୟପ୍ପାଙ୍କ ଦର୍ଶନ କରି କର୍ଣ୍ଣାଟକର ନିଜର ବସାକୁ ଫେରିଥିବା କୁହାଯାଉଛି (Pigeon Took darshan of Ayyappa Swamy)। କଥାଟି ଶୁଣିବାକୁ ଅସ୍ବାଭାବିକ ଲାଗୁଥିଲେ ହେଁ, ସମ୍ପୂର୍ଣ୍ଣ କାହାଣୀ କିଛି ଏହିପରି । ଜଣେ ଶ୍ରଦ୍ଧାଳୁ ସାବରିମାଳା ଦର୍ଶନରେ ଯାଇଥିବା ବେଳେ ନିଜ ସହ ନେଇଥିବା ପାରାକୁ ମନ୍ଦିର ନିକଟରେ ଉଡାଇ ଦେଇଥିଲେ । ଏହି ପୋଷା ପାରାଟି ମନ୍ଦିର ଉପରେ ଚକ୍କର କାଟିବା ସହ ପୁନର୍ବାର ନିଜ ପାଳିତ ଘର କର୍ଣ୍ଣାଟକର ଚିତ୍ରଦୂର୍ଗକୁ ଫେରିଆଛି । ଡିସେମ୍ବର 30 ତାିରଖରେ ପାରାଟିକୁ ବ୍ୟକ୍ତିଜଣକ ସାବରିମାଳାରୁ ଉଡାଇଥିଲା ବେଳେ ପ୍ରାୟ 4ଦିନ ଉଡାଣ ଜାରି ରଖି ପାରାଟି ଚିତ୍ରଦୂର୍ଗ ଜିଲ୍ଲାରେ ନିଜ ମାଲିକ ପାଖକୁ ଫେରି ଆସିଥିବା ସୂଚନା ମିଳିଛି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.