ପୋଲିସର ଜିପ ଅପରେସନ; ମହିଳା ଡାକ୍ତରଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ଏମିତି ଧରିଲା ପୋଲିସ - AIIMS Rishikesh Jeep Operation

By ETV Bharat Odisha Team

Published : May 23, 2024, 7:56 PM IST

thumbnail
ମହିଳା ଡାକ୍ତରଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ଏମିତି ଧରିଲା ପୋଲିସ (ETV Bharat)

AIIMS RISHIKESH JEEP OPERATION: ଡେରାଡୁନ: ଉତ୍ତରାଖଣ୍ଡ ଏମ୍ସ ଋଷିକେଶରେ ବିରଳ ଦୃଶ୍ୟ । ହସ୍ପିଟାଲର ତୃତୀୟ ମହଲା ଉପରେ ଗଡ଼ିଲା ପୋଲିସ ଜିପ୍‌ । ପ୍ରଥମତଃ ତୃତୀୟ ମହଲାରେ ଗାଡ଼ି, ସେ ପୁଣି ପୋଲିସ ଗାଡ଼ି । ଦୃଶ୍ୟକୁ ଯିଏ ବି ଦେଖିଲା ସେ କିଛି କ୍ଷଣି ରହିଗଲା । ହସ୍ପିଟାଲର ଚାରିଆଡ଼େ ହୋହଲ୍ଲା ଭଳି ପରିସ୍ଥିତି ଉପୁଜିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେଉଛି ।  

ଏହା ବି ପଢନ୍ତୁ- ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ 7କେଜିର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲରେ ଜଣେ ମହିଳା ଡାକ୍ତର ଅସଦାଚରଣର ଶିକାର ହୋଇଥିଲେ । ଅଭିଯୁକ୍ତ ଜଣକ ଏପରି କାଣ୍ଡ ଭିଆଇବା ପରେ ତୃତୀୟ ମହଲାରେ ହିଁ ଲୁଚି ରହିଥିଲା । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଆରମ୍ଭ କରିଥିଲା ଜିପ ଅପରେସନ । ପୁରା ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତକୁ ଧରିଛି ପୋଲିସ । ମେ 19 ତାରିଖରେ ଡାକ୍ତରାଣୀ ଜଣକ ଅପରେସନ ଥିଏଟରର ନର୍ସିଂ ଅଫିସର ସତୀଶ କୁମାର ଦ୍ବାରା ଅସଦାଚରଣର ଶିକାର ହୋଇଥିଲେ । ଏହାପରେ ଡାକ୍ତରାଣୀ ଏହାକୁ ବିରୋଧ କରିଥିଲେ । ଏହା ସତ୍ତ୍ବେ ଅଭିଯୁକ୍ତ ଡାକ୍ତରାଣୀଙ୍କୁ ହ୍ବାଟ୍ସଆପ୍‌ରେ ଅଶ୍ଳୀଳ ମେସେଜ ପଠାଇଥିଲା । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା 354, 506 ଅନୁସାରେ ମାମଲା ରୁଜୁ ହୋଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.