ETV Bharat / state

ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ 7କେଜିର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ - Bhubaneswar AIIMS

author img

By ETV Bharat Odisha Team

Published : May 7, 2024, 8:26 PM IST

AIIMS Bhubaneswar Scalp Tumor Operation: ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ଅସ୍ତ୍ରୋପଚାର କରି ବୃଦ୍ଧଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ ଭୁବନେଶ୍ବର ଏମ୍ସ ଡାକ୍ତରୀ ଟିମ୍‌ । ଅଧିକ ପଢ଼ନ୍ତୁ

ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ ୨୫ବର୍ଷର ବିଶାଳକାୟ ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌
ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ ୨୫ବର୍ଷର ବିଶାଳକାୟ ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ (ETV Bharat Odisha)

ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ ୨୫ବର୍ଷର ବିଶାଳକାୟ ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ (ETV Bharat Odisha)

ଭୁବନେଶ୍ଵର: ଇତିହାସ ରଚିଲା ଭୁବନେଶ୍ବର ଏମ୍ସ । ଏକାଧିକ ବିଭାଗର ଡାକ୍ତରଙ୍କ ଉଦ୍ୟମରେ ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ହେଲା ବିରଳ ଅସ୍ତ୍ରୋପଚାର । 51ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ବିଶାଳକାୟ ଟ୍ୟୁମର । ଦୀର୍ଘ ୭ ଘଣ୍ଟା ଧରି ଚାଲିଥିଲା ଅପରେସନ । ଯାହା ଓଡ଼ିଶାରେ ପ୍ରଥମ ଏବଂ ଭାରତରେ ଏହି ପ୍ରକାରର ଅପରେସନ ଦ୍ଵିତୀୟ ।

ତେବେ ପଶ୍ଚିମବଙ୍ଗର ରବୀନ୍ଦ୍ର ନାମକ ଜଣେ 51 ବର୍ଷିୟ ବୃଦ୍ଧ ବ୍ୟକ୍ତି ଦୀର୍ଘ ୨୫ ବର୍ଷ ଧରି ଟ୍ୟୁମରରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିଲେ । ରବୀନ୍ଦ୍ରଙ୍କ ମସ୍ତିଷ୍କ ଉପରେ ଧିରେ ଧିରେ ଟ୍ୟୁମରଟି ବଡ ହେଉଥିବା ବେଳେ ଗତ ୬ ମାସ ହେବ ଏହା ବୃଦ୍ଧି ପାଇବା ସହ ଯନ୍ତ୍ରଣା ବଢିଥିଲା । ଏହାକୁ ନେଇ ରବୀନ୍ଦ୍ର କୋଲକାତା ସମେତ ଅନେକ ବଡ଼ ବଡ଼ ହସ୍ପିଟାଲରେ ଦେଖାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଭୁବନେଶ୍ଵର ଏମ୍ସ ଆସି ଚିକିତ୍ସା କରାଇବା ପରେ ଏହା କ୍ୟାନସର ଆଡ଼କୁ ଗତି କରୁଥିବା ଜଣାପଡିଥିଲା । ତେବେ ରୋଗ ଚିହ୍ନଟ ଯେତିକି ସହଜ ଥଲା, ଏହାଠାରୁ ଅଧିକ କଷ୍ଟ ଥିଲା ଅସ୍ତ୍ରୋପଚାର ପ୍ରକ୍ରିୟା । ମୁଣ୍ଡ ଉପରର ଚମଡା ସହିତ ମସ୍ତିସ୍କ ଓ ଶରୀରରେ ରକ୍ତ ସଞ୍ଚାଳନ ଉପରେ ଯେପରି ପ୍ରଭାବ ନପଡିବ ଏହା ଡାକ୍ତରୀ ଦଳ ପାଇଁ ବଡ ଚ୍ୟାଲେଞ୍ଜ ରହିଥିଲା । ଶେଷରେ ୭ ଘଣ୍ଟା ଧରି ସଫଳ ଅପରେସନ କରାଯିବା ପରେ ରବୀନ୍ଦ୍ରଙ୍କ ମୁଣ୍ଡରୁ ୭ କେଜିର ଓଜନର ଏକ ବିଶାଳକାୟ ଟ୍ୟୁମରକୁ ବାହାର କରାଯାଇଛି । ଏହାସହ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ଅବତାର ବୋଲି ରବିନ୍ଦ୍ରଙ୍କ ପାଖରେ ପ୍ରମାଣିତ ହୋିଛି । ତେବେ ରବୀନ୍ଦ୍ର ଏବେ ସୁସ୍ଥ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରଥମ, ଭୁବନେଶ୍ବର ଏମ୍ସରେ କୃତ୍ରିମ ମୂତ୍ର ସ୍ପିଙ୍କ୍ଟର ପ୍ରତିରୋପଣ ସେବା ଆରମ୍ଭ - AIIMS Bhubaneswar

ଭୁବନେଶ୍ଵର ଏମ୍ସର ଏକାଧିକ ବିଭାଗର ଡାକ୍ତରଙ୍କ ପ୍ରୟାସରେ ଏଭଳି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ସର୍ଜରୀ, ରେଡିଓ ଡାଇଗ୍ନୋସିସ୍ ଓ ଅର୍ଥୋପେଡିକ୍ ଭଳି ୬ଟି ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ପ୍ରଥମେ ଏକ ଟିମ୍ ଗଠନ ହୋଇଥିଲା । ପରେ ଅପରେସନ ନେଇ ୪୮ ଘଣ୍ଟା ପୂର୍ବରୁ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । ଆନାସ୍ଥେସିଆ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ମଧ୍ୟ ଗଚ୍ଛିତ ରଖାଯାଇଥିଲା । ସେହିପରି ରୋଗୀଙ୍କ ପାଇଁ ଏକ ଏମରେଜେନ୍ସି ଆଇସିୟୁ ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ଟିମ୍ ୱାର୍କ ଯୋଗୁଁ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି, ପୂର୍ବରୁ ଦିଲ୍ଲୀ ଏମ୍ସରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଟ୍ୟୁମରର ଆକାର ଏହାଠାରୁ ଛୋଟ ଥିଲା ବୋଲି ଡାକ୍ତରମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.