ETV Bharat / politics

ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତାଙ୍କ ଟାର୍ଗେଟ୍, ମୁଖ୍ୟମନ୍ତ୍ରୀଙ୍କୁ କଲେ ଚ୍ୟାଲେଞ୍ଜ - Aparajita On Report Card

author img

By ETV Bharat Odisha Team

Published : May 23, 2024, 9:39 PM IST

Aparajita On Report Card: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ କିଛି ନଜାଣି କିଛି ତଥ୍ୟ ନ ଥାଇ ଏପରି ସ୍କ୍ରିପ୍ଟ ପଢ଼ିବା ଠିକ୍ ନୁହେଁ ବୋଲି କହି ବର୍ଷିଛନ୍ତି ଅପରାଜିତା । ଅଧିକ ପଢନ୍ତୁ

Aparajita On Report Card
Aparajita On Report Card (ETV Bharat Odisha)

Aparajita On Report Card (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । "ମୁଖ୍ୟମନ୍ତ୍ରୀ ୨୪ ବର୍ଷର ଆଉ ମୁଁ ଗୋଟିଏ ଥରର ସାଂସଦ" କଥାକୁ ସେ ପୁଣି ଥରେ ଦୋହରାଇଛନ୍ତି । ଏହାର ଜବାବ ମୁଁ ମାଗିଥିଲେ ସୁଦ୍ଧା ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ । ମୁଁ କ'ଣ କରିଛି ତାହାର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ରଖିଛି । ମୋର ୫ ବର୍ଷର କାମ ପବ୍ଲିକ ଡୋମେନରେ ଅଛି, ଯେ କେହି ଚାହିଁଲେ ଦେଖିପାରିବେ । ମୁଖ୍ୟମନ୍ତ୍ରୀ କିଛି ନଜାଣି କିଛି ତଥ୍ୟ ନ ଥାଇ ଏପରି ସ୍କ୍ରିପ୍ଟ ପଢ଼ିବା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ କହିପାରିବେ କି ତାଙ୍କ ଦଳର ସାଂସଦମାନେ ରିପୋର୍ଟ କାର୍ଡ ଦେଇଛନ୍ତି କି ? ଯଦି ଦେଇଛନ୍ତି ତାହେଲେ ତାହାକୁ ସାର୍ବଜନୀନ କରନ୍ତୁ ।"


"ମୋର ୫ ବର୍ଷର କାମ କଥା ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ପ୍ରକଳ୍ପ କାର୍ଯ୍ୟରେ ବିରୋଧ ପ୍ରସଙ୍ଗ ଉଠୁଛି । ଯଦି ମୁଁ ଲିଙ୍ଗରାଜ ମନ୍ଦିର କାମକୁ କେଉଁଠି ବି ବିରୋଧ କରିଛି ତାହେଲେ ପ୍ରମାଣ ଦିଅନ୍ତୁ । ବିଗତ ୫ବର୍ଷ ମଧ୍ୟରେ ଅହରହ ପରିଶ୍ରମ କରିଛି । ମୁଁ ସମସ୍ତଙ୍କୁ ନେଇକି ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟକୁ ପଢିନାହାନ୍ତି । ୫ବର୍ଷରେ ମୋର ୫ଟି ରିପୋର୍ଟ ପବ୍ଲିକ୍ ଡୋମେନରେ ଅଛି । ଯିଏ ଚାହିଁବେ ଦେଖିପାରିବେ । ବିଗତ ୫ବର୍ଷ ମଧ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯାହା ବି ବିକାଶ କରିଛି ତାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିତର୍କ କରିବା ପାଇଁ ନିବେଦନ କରିଛି । ମୁଖମନ୍ତ୍ରୀ ଆସନ୍ତୁ ବିତର୍କ କରିବା ପାଇଁ" ବୋଲି କହି ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।

ଏହା ବି ପଢନ୍ତୁ...୨୪ ବର୍ଷର ମୁଖ୍ୟମନ୍ତ୍ରୀ ୫ ବର୍ଷର ସାଂସଦଙ୍କ ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ: ଅପରାଜିତା - Aparajita Criticized CM Naveen

"ଖୋଲା ବିତର୍କକୁ କାହିଁକି ମୁଖ୍ୟମନ୍ତ୍ରୀ ଆସିଲେ ନାହିଁ ?" ବୋଲି ପ୍ରଶ୍ନ କରି ବର୍ଷିଛନ୍ତି ଅପରାଜିତା । ସେ ଆହୁରି କହିଛନ୍ତି, "ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ହୋଇଥିବା କାମ ନେଇ ରିପୋର୍ଟ କାର୍ଡ ନ ପଢ଼ି କାମ ହୋଇନଥିବା କହିବାର କୌଣସି ନୈତିକତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକାଧିକ ଚିଠି ଲେଖିଥିଲେ ବି କାହିଁକି କୌଣସି ଉତ୍ତର ଆସୁନାହିଁ ବୋଲି ଅଭିଯୋଗ ଆଣିବା ସହ ଜବାବ ମାଗିଲେ ସାଂସଦ ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.