୨୪ ବର୍ଷର ମୁଖ୍ୟମନ୍ତ୍ରୀ ୫ ବର୍ଷର ସାଂସଦଙ୍କ ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ: ଅପରାଜିତା - Aparajita criticized CM Naveen

By ETV Bharat Odisha Team

Published : May 22, 2024, 11:07 PM IST

thumbnail
Aparajita criticized CM Naveen Patnaik (ETV Bharat Odisha)

Aparajita criticized CM Naveen Patnaik: ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିକଟତର । ୨୫ ତାରିଖରେ ହଟ୍‌-ସିଟ୍‌ ଭୁବନେଶ୍ବରରେ ପଡ଼ିବ ଭୋଟ । ଏହା ପୂର୍ବରୁ ଜୋର ଧରିଛି ପ୍ରଚାର । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ଭୁବନେଶ୍ବର ସାଂସଦ ତଥା ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରୁଛନ୍ତି । ଗତ ୫ ବର୍ଷରେ ଭୁବନେଶ୍ବର ସାଂସଦ କିଛି କରିନଥିବା କହିବା ସହ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେବେ ଏ ତମାମ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦ୍ବିତୀୟ ଥର ଆହ୍ବାନ ଦେଇଛନ୍ତି ଅପରାଜିତା ।

ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଅପରାଜିତା କହିଛନ୍ତି, "ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲି, ୨୪ ଘଣ୍ଟା ପାର ହୋଇଗଲାଣି । ବିଜେଡି ବିଚଳିତ ହୋଇଯାଇଛି । ମୋଦି ଲହର ଚାରିଆଡେ । ସବୁ ବର୍ଗର ଲୋକେ ଆଜି ଅବହେଳିତ । ମୁଁ ମୋର ବେଷ୍ଟ ଦେଉଛି, ମୋର ରାଜନୈତିକ ଇଛାଶକ୍ତି ରହିଛି । ବିରୋଧୀମାନେ ବିଚଳିତ ହୋଇପଡିଛନ୍ତି । ଗଣତନ୍ତ୍ରରେ ଲୋକମାନଙ୍କ ପାଇଁ ସେବା କରିବା ସବୁବେଳେ ଆବଶ୍ୟକତା ରହିଛି । ଭୁବନେଶ୍ବରକୁ ଏକ ବିକଶିତ ସହର ଭାବରେ ଗଢି ତୋଳିବାକୁ ମୋର ଚେଷ୍ଟା ଜାରି ରହିଛି । ମୁଁ ପ୍ରତିବର୍ଷ ମୋ ସଂସଦୀୟ କ୍ଷେତ୍ରର ହିସାବ ଜନସାଧାରଣଙ୍କୁ ଦେଇଆସୁଛି । ବିଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଇଛି । ଭୁବନେଶ୍ବର ବିକାଶ ପାଇଁ ମୁଁ ସବୁବେଳେ ଚିନ୍ତା କରୁଛି । ସଂସଦରେ ବିଜେଡିର ସାଂସଦମାନେ ଓଡ଼ିଶାର ବିକାଶ ଦିଗରେ କେତେ ସ୍ବର ଉତ୍ତୋଳନ କରିଛନ୍ତି, ତାହା ସେମାନେ ସ୍ପଷ୍ଟ କରନ୍ତୁ ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.