ETV Bharat / politics

ଖୋର୍ଦ୍ଧାରେ ପ୍ରଚାର ମଙ୍ଗ ଧରିଲେ ମୁଖ୍ୟମନ୍ତ୍ରୀ, ଅପରାଜିତାଙ୍କୁ କଟାକ୍ଷ କଲେ ପାଣ୍ଡିଆନ - BJD CAMPAIGN IN KHORDHA

author img

By ETV Bharat Odisha Team

Published : May 22, 2024, 5:59 PM IST

BJD Campaign In Khordha: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି । ଭୁବନେଶ୍ବର ସାଂସଦଙ୍କୁ ଟାର୍ଗେଟ କଲେ ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

BJD Campaign In Khurda
BJD Campaign In Khurda (ETV Bharat Odisha)

BJD Campaign In Khurda (ETV Bharat Odisha)

ଖୋର୍ଦ୍ଧା: ରାଜ୍ୟରେ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ହାତରେ ଆଉ ମାତ୍ର ୨ ଦିନ ରହିଥବା ବେଳେ ପ୍ରଚାର ମୈଦାନରେ ମାତିଛନ୍ତି ବିଭିନ୍ନ ଦଳର ହେଭିୱେଟ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ହାଇଭୋଲ୍ଟେଜ ପ୍ରଚାର କରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ । ଖୋର୍ଦ୍ଧା ହାବେଳୀ ପଡିଆରେ ଚାରି ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ଉପସ୍ଥିତ ଜନସାଧାରଣଙ୍କୁ ବିଏସକେୱାଇ, ଲକ୍ଷ୍ମୀ, ମିଶନ ଶକ୍ତି, 5ଟି ସ୍କୁଲ, କାଳିଆ, ମଧୁବାବୁ ପେନସନ ଯୋଜନା ଭଲ କି ବୋଲି ପ୍ରଶ୍ନ କରିଥିଲେ । ସେହିଭଳି ଆସନ୍ତା ଜୁଲାଇ ମାସରୁ ଆଉ ବିଜୁଳି ବିଲ ଆସିବନି ବୋଲି କହିବା ସହ ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବିଜେପିର ଭୁବନେଶ୍ବର ସାଂସଦ ପୁରୀ ଓ ଲିଙ୍ଗରାଜଙ୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । ସେହିପରି ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁ ଭିକେ ପାଣ୍ଡିଆନ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ସମାଲୋଚନା କରିଛନ୍ତି । ସାଂସଦ ନିଜେ କରିଥିବା ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ତାକୁ ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝରରେ ପାଣ୍ଡିଆନଙ୍କ ପ୍ରଚାର, ଦେଲେ ବିକାଶମୂଳକ କାମର ହିସାବ - BJD Campaign In Kendujhar

ସାଂସଦ ମନ୍ଦିରକୁ ଥଣ୍ଡା ପାଣି ମେସିନ ଦେଇଛନ୍ତି, ଗୋଟିଏ ଫୁଟ ଓଭର ବ୍ରିଜ କରିଛନ୍ତି ଓ ଲାଇଟ ଲଗାଇଛନ୍ତି ସେମିତି କାମ ସରପଞ୍ଚ ମାନେ କରିଦେବେ ବୋଲି କହିଛନ୍ତି ପାଣ୍ଡିଆନ । ଖାଲି ଏତିକି ନୁହଁ ବରଂ ଜାତୀୟ ରାଜପଥ କାମ ଯିଏ ବି ସାଂସଦ ରହିବ ତାଙ୍କର କିଛି ଭୂମିକା ନଥାଏ । ସେହିପରି ଭୁବନେଶ୍ଵର ରିଙ୍ଗରୋଡ ପାଇଁ ଏ ଯାଏଁ ଇଟା ଖଣ୍ଡେ ପଡିନି କି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂସଦରେ ଦିନେ ବି ଦାବି ଉଠାଇ ନାହାନ୍ତି ସାଂସଦ । ସେହିପରି ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହି ନାହାନ୍ତି କହି ଅପରାଜିତାଙ୍କୁ ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ଏବଂ ନବୀନ ସରକାରର ସଫଳତା କହି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପାଣ୍ଡିଆନ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.