ନିମାପଡ଼ାରେ ପାଣ୍ଡିଆନଙ୍କ ପ୍ରଚାର, ଦିଲ୍ଲୀପ ଓ ରାଜଶ୍ରୀଙ୍କ ପାଇଁ ମାଗିଲେ ଭୋଟ - Vk Pandian IN Nimapada

By ETV Bharat Odisha Team

Published : May 23, 2024, 8:46 PM IST

thumbnail
Pandian Election Campaign (ETV Bharat Odisha)

Pandian Election Campaign: ନିମାପଡ଼ା: ପ୍ରଚାର ମୈଦାନରେ ପାଣ୍ଡିଆନ । ଦିଲ୍ଲୀପ ନାୟକ ଓ ରାଜଶ୍ରୀଙ୍କ ପାଇଁ ଭୋଟ ଭିକ୍ଷା କଲେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ନିମାପଡ଼ା ବାରବାଟୀ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେଇ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ପାଣ୍ଡିଆନ । ଜୁନ ନଅ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ଓ ଶପଥ ଗ୍ରହଣ ପରେ ପ୍ରତିଶ୍ରୁତି ଦେଇଥିବା କାମ କରାଯିବ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ । ନିମାପଡ଼ାରେ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିବା ସହିତ ସାଂସଦ ପ୍ରାର୍ଥୀ ରାଜଶ୍ରୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ.. ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ପାଣ୍ଡିଆନ, ଚତୁର୍ଥ ଥର ନିଆଳି ଦଖଲ ଆଶାରେ ବିଜେଡି - Vk Pandian IN NIALI

ଆୟୋଜିତ ସଭାରେ ବିରୋଧୀଙ୍କ ନାମ ନନେଇ ବିରୋଧୀଙ୍କୁ କଡା ସମାଲୋଚନା କରିଥିଲେ ୫ଟି ଅଧ୍ୟକ୍ଷ । ବିରୋଧୀ ଦିନରେ ଲଣ୍ଠନ ଦେଖାଉଛନ୍ତି, ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦ ବୁଦ୍ଧି ଦିଅନ୍ତୁ ବୋଲି କଟାକ୍ଷ କରିଥିଲେ ୫ଟି ଅଧ୍ୟକ୍ଷ । ଯୋଡ଼ା ଶଙ୍ଖରେ ଭୋଟ ଦେବା ପାଇଁ ଅନୁରୋଧ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କର ନଜର ନିମାପଡ଼ା ପାଇଁ ରହିବ, ବିକାଶର ଦାୟିତ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନେବେ ବୋଲି କହିଥିଲେ ଭିକେ ପାଣ୍ଡିଆନ ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.