ETV Bharat / state

ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ପାଣ୍ଡିଆନ, ଚତୁର୍ଥ ଥର ନିଆଳି ଦଖଲ ଆଶାରେ ବିଜେଡି - vk pandian IN NIALI

author img

By ETV Bharat Odisha Team

Published : May 23, 2024, 7:49 PM IST

BJD ELECTION CAMPAIGN IN NIALI: ନିଆଳିରେ ଭି.କେ ପାଣ୍ତିଆନ ଜୋରଦାର ପ୍ରଚାର । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁ ୭୦ ହଜାର ଭୋଟରେ ବ୍ୟବଧାନରେ ବିଜୟୀ ପାଇଁ ଦେଲେ ଆହ୍ବାନ । ଚତୁର୍ଥ ଥର ନିଆଳି ଦଖଲ ପାଇଁ ବିଜେଡି ସଂକଳ୍ପ ।‌ ଅଧିକ ପଢନ୍ତୁ

ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ପାଣ୍ଡିଆନ, ଚତୁର୍ଥ ଥର ନିଆଳି ଦଖଲ ଆଶାରେ ବିଜେଡି
ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ପାଣ୍ଡିଆନ, ଚତୁର୍ଥ ଥର ନିଆଳି ଦଖଲ ଆଶାରେ ବିଜେଡି (ETV Bharat Odisha)

ନିଆଳି: ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ବିଜେଡି ନେତା ଭି.କେ ପାଣ୍ଡିଆନ । ଆଜି (ଗୁରୁବାର) ଅପରାହ୍ନରେ ପାଣ୍ତିଆନ ନିଆଳିରେ ନିର୍ବାଚନ ପ୍ରଚାରରେ ପହଞ୍ଚି ନିଜ ଦଳର ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ ନିଆଳି ବିଧାନସଭା ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ କହି ନିଆଳିବାସୀ ଦୁଇ ପ୍ରାର୍ଥୀଙ୍କୁ ୭୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ପାଇଁ ନିବେଦନ କରିଥିଲେ ।‌

ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ପାଣ୍ଡିଆନ, ଚତୁର୍ଥ ଥର ନିଆଳି ଦଖଲ ଆଶାରେ ବିଜେଡି (ETV Bharat Odisha)

କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତା ଜୁନ ୧ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ନିଆଳି ବ୍ଲକ ହାଇସ୍କୁଲ ଖେଳ ପଡିଆରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୭୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିବା ପାଇଁ କର୍ମୀମାନଙ୍କୁ ନିବେଦନ କରିଥିଲେ ପାଣ୍ଡିଆନ ।

ଏହି ଅବସରରେ ପାଣ୍ତିଆନ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ବିକାଶ କିଏ କରୁଛନ୍ତି ? ଏହାର ଜବାବରେ ଉପସ୍ଥିତ ନିଆଳିବାସୀ ନବୀନ ବୋଲି ଉତ୍ତର ଦେଇଥିଲେ ।‌ ପାଣ୍ତିଆନ ଆହୁରି କହିଥିଲେ ଯେ, ମହିଳାମାନଙ୍କ ବିକାଶ ନବୀନ ବାବୁ କରୁଛନ୍ତି । ଲକ୍ଷ୍ମୀ ବସ ଠାରୁ ଆରମ୍ଭ କରି ଏସଏସଜି ମହିଳାମାନଙ୍କୁ ଋଣ ପ୍ରଦାନ ନବୀନ ବାବୁ କରୁଛନ୍ତି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ଆପଣମାନେ ଆର୍ଶୀବାଦ କରନ୍ତୁ । ନିଆଳିରେ ଚତୁର୍ଥ ଥର ପ୍ରମୋଦ କୁମାର ମଲ୍ଲିକ ବିଧାୟକ ହେବେ ଜଗତସିଂହପୁର ଲୋକସଭା ଆସନ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ସାଂସଦ ହେବେ ।

ଏହା ମଧ୍ୟ ପଢନ୍ତୁ .....ପୁରୀରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍‌ - Naveen Patnaik Election Campaign

ସେହିପରି ଜଗତସିଂହପୁର ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗାକୁ ନେବାକୁ ହେଲେ ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ ।‌ ଜଗତସିଂହପୁର ଏବଂ ନିଆଳିରେ ବିକାଶ ହୋଇଛି ଏବଂ ଆଗାମୀ ଦିନରେ ବିକାଶ ହେବ । ସେହିପରି ନିଆଳି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି ଯେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନୁହେଁ । ଗୋଟିଏ ଇଞ୍ଜିନ, ନବୀନ ପଟ୍ଟନାୟକ ଇଞ୍ଜିନ । ସେ ସରକାର ଗଢିବେ । ବିକାଶ ହେଉଛି ଆଗାମୀ ଦିନରେ ହେବ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.