ETV Bharat / politics

ପୁରୀରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍‌ - Naveen Patnaik Election Campaign

author img

By ETV Bharat Odisha Team

Published : May 22, 2024, 10:02 PM IST

CM Naveen Patnaik Election Campaign In Puri: ଆଜି ପୁରୀରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

ପୁରୀରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ
ପୁରୀରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ (ETV Bharat Odisha)

ପୁରୀରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ (ETV Bharat Odisha)

ପୁରୀ: ଆସନ୍ତା ୨୫ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହା ଅଧିନରେ ଥିବା ୭ଟି ବିଧାନସଭା ମଣ୍ଡଳୀରେ ମଧ୍ୟ ମତଦାନ ହେବ । ଏହାକୁ ନେଇ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରୁଛନ୍ତି । ଏହି ପରିପ୍ରକ୍ଷୀରେ ଆଜି ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ପୁରୀ ତାଳବଣିଆ ପଡ଼ିଆରେ ଏକ ନିର୍ବାଚନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଯୋଡ଼ି ଶଙ୍ଖରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି । ବିରୋଧୀ ଦଳମାନେ ଓଡିଶାର ବିକାଶ ଆଳରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଜୁଲାଇ ମାସରୁ ମାଗଣାରେ ବିଜୁଳି, ମଧ୍ୟବିତ୍ତ ପରିବାରକୁ BSKY କାର୍ଡ, ଅଳ୍ପ ସୁଧ ହାରରେ ଗୃହ ଋଣ, ପାଠପଢ଼ା ଋଣ ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅପିଲ୍ କରିଛନ୍ତି । ପାଣ୍ଡିଆନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭଳି ଯତ୍ନ ନେଉଛନ୍ତି । ତେଣୁ ଓଡ଼ିଶାର ବିକାଶ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ କରିବେ ।‌ ମୁଖ୍ୟମନ୍ତ୍ରୀ ଯେଉଁ ଦିନ ଶପଥ ନେବେ ସେହିଦିନ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ବିଜୁଳି ଛାଡ ହେବ, ସବୁବର୍ଗର ଓ ଲୋକଙ୍କୁ BSKY କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କ ପାଇଁ ଅବସର ପରେ ପେନସନ୍ ଓ ଭତ୍ତା ଯୋଜନା ଲାଗୁ କରିବେ ।‌"

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, "ପୁରୀକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କରାଯିବ । ଏଥିପାଇଁ ଆସନ୍ତା 3ରୁ 4 ବର୍ଷ ଭିତରେ ବିମାନ ବନ୍ଦର ନିର୍ମାଣ ଶେଷ ହେବ । ଲକ୍ଷଲକ୍ଷ ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସିବେ । ଏହାଦ୍ବାରା ପୁରୀବାସୀ ରୋଜଗାର ପାଇବେ । ଅର୍ଥନୀତି ମଜଭୁତ ହେବ । ପୁରୀର ରୂପାନ୍ତିକରଣରେ ଉଠା ଦୋକାନୀ ବହୁତ୍ ସହଯୋଗ କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଥଇଥାନ କରାଯିବ । ଫନି ବାତ୍ୟା ଯୋଗୁ କ୍ଷତି ସହିଥିବା ଲୋକଙ୍କୁ ଗୃହ ମିଳିବ । ଆଗାମୀ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ।"

ଏହା ମଧ୍ୟ ପଢ଼ନ୍ତୁ...AI ରାଜନୀତି, ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ - CM NAVEEN ON AI

ସେପଟେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ବିଜେପିର‌ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନସୂଚକ ମନ୍ତବ୍ୟ ଦେବାକୁ ନେଇ ଓଡିଆ ଜାତି କେବେ ବି ସହ୍ୟ କରିବେ ନାହିଁ । ଓଡିଆ ଅସ୍ମିତା କଥାକୁ ନେଇ ପ୍ରଚାର କରୁଥିବା ବିଜେପି ମହାପ୍ରଭୁଙ୍କୁ ଅପମାନ କରି ତା'ର ଅସଲ ମୁଖା ଦେଖେଇଛି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.