AI ରାଜନୀତି, ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ - CM NAVEEN ON AI

By ETV Bharat Odisha Team

Published : May 22, 2024, 8:35 PM IST

thumbnail
Naveen On AI (ETV Bharat)

Naveen On AI: ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ AIରେ ତିଆରି ହେଉଥିବା ବିଜେପିର ଅଭିଯୋଗ । ଆଉ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ନବୀନ । ସେ କହିଛନ୍ତି, "ସେମାନେ ବି AI ବ୍ୟବହାର କରନ୍ତୁ ।" ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କର ନିଜର ନା ଏହା AI ଜ୍ଞାନକୌଶଳରେ ତିଆରି ହେଉଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ  AI ସାହାଯ୍ୟରେ ହେଉଥିବା କହିଛନ୍ତି । ନବୀନଙ୍କ ଅସୁସ୍ଥତା ଯୋଗୁଁ AI ଜରିଆରେ ଭିଡିଓ କରାଯାଉଥିବା ବିରୋଧୀ ସନ୍ଦେହ କରୁଛନ୍ତି । 

ଏହା ବି ପଢନ୍ତୁ...ଭୁବନେଶ୍ୱରରେ ଆଜି ନବୀନଙ୍କ ରୋଡ଼ ସୋ'; ମନ୍ମଥ ଓ ସୁଶାନ୍ତଙ୍କ ପାଇଁ ମାଗିବେ ଭୋଟ - CM NAVEEN ROAD SHOW

ସେପଟେ ବିରୋଧୀ AI ପ୍ରସଙ୍ଗ ଉଠାଇବା ପରେ ଏହାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଷ୍ଟାର୍ ପ୍ରଚାରକ ଭିକେ ପାଣ୍ଡିଆନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି, "ସାର୍ ଆପଣଙ୍କ ଭିଡିଓ AIରେ ତିଆରି ହେଉଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ତେବେ ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଭଲ କଥା । ସେମାନେ ବି ଇଣ୍ଟେଲିଜେନ୍ସ ବ୍ୟବହାର କରନ୍ତୁ ।" ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ବେଶ ଭାଇରାଲ ହେଉଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.